ଉହାନ ବଜାରକୁ ପଶୁ ଦ୍ୱାରା ଆସିନଥିଲା କରୋନା ଭାଇରସ: ଗବେଷଣା

Published By : Prameya-News7 Bureau | May 17, 2020 IST

କରୋନା ଭାଇରସ୍ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ହେଲେ ଭୂତାଣୁର ଉତ୍ପତି ନେଇ ଏବେବି କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ। ବେଜିଂ ଭୂତାଣୁ ନେଇ ଭ୍ରମିତ କରୁଥିବା ବେଳେ ଅଧ୍ୟୟନରୁ ଭୂତାଣୁ ପଶୁ ଦ୍ୱାରା ବ୍ୟାପି ନଥିବା ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି। ଯେବେ କରୋନା ସଂକ୍ରମଣ ସମ୍ପର୍କରେ ପ୍ରଥମ ଜଣାପଡିଲା ସେତେବେଳକୁ ଅନେକ ସଂକ୍ରମିତ ହୋଇସାରିଥିଲେ। ଏଣୁ ପୂର୍ବରୁ ସଂକ୍ରମିତ ଥିବା କୌଣସି ମାନବ ଦ୍ୱାରା ଭୂତାଣୁକୁ ସଂକ୍ରମଣ କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ଗବେଷଣାରୁ ଜଣାପଡିଛି।

{"id":271296,"sizeSlug":"large"}

ଭୂତାଣୁ ସଂକ୍ରମଣର ଉତ୍ସ ଜଣାଇଦେଉନାହାନ୍ତି ଚୀନ ସରକାର । ଏଣୁ ସଂକ୍ରମିତ ଲୋକଙ୍କଠାରୁ ସଂଗୃହୀତ ଭୂତାଣୁର ବୈଜ୍ଞାନିକମାନେ ଆନୁବଂଶିକ ଗବେଷଣା କରୁଥିବା ବେଳେ ଏହାକୁ ମାନବ ସଂକ୍ରମଣ ଅନୁକୂଳ ବକଶିତ କରାଯାଇଥିବା ବ୍ରଡ ଇନଷ୍ଟିଚ୍ୟୁଟ୍‌ ବୈଜ୍ଞାନିକ ଚାନ ଏବଂ ବେନ ଡେଭରମ୍ୟାନ ତାଙ୍କ ପ୍ରସ୍ତୁତ ପେପରରେ ଆଶଙ୍କା ବ୍ୟକ୍ତ କରିଛନ୍ତି।  ଏହି ଭୂତାଣୁ ସହ ପୂର୍ବରୁ ସଂକ୍ରମଣ ହୋଇଥିବା ଭୂତାଣୁର ଅନେକ ସାମଞ୍ଜସ୍ୟ ରହିଛି। ତେବେ ପୂର୍ବ ଭୂତାଣୁ ତୀବ୍ର ସଂକ୍ରମିତ ହେଉଥିବା ବେଳେ ଏହା ବ୍ୟାପିବା ବଦଳେ ଦୀର୍ଘ ସମୟ ମଣିଷଠାରେ ସ୍ଥିର ରହୁଥିବା ଗତ ଡିସେମ୍ବରରେ ଉହାନର ଜଣେ ରୋଗୀଙ୍କ ଠାରୁ ସଂଗୃହୀତ ନମୁନାରୁ ଜଣାପଡିଛି।

{"id":271297,"sizeSlug":"large"}

ତେବେ ସାର୍ବଜନିକ ଉପଲବ୍ଧ ଆନୁବଂଶିକ ତଥ୍ୟରୁ ଉହାନ ବଜାରରେ ଭୂତାଣୁର ମିଶ୍ର ପ୍ରଜାତି ତାର କୌଣସି ସ୍ପଷ୍ଟ ସୂଚନା ନାହିଁ। ଏଥିରୁ ଭୂତାଣୁକୁ ସଂକ୍ରମିତ ରୋଗୀଙ୍କ ନମୁନା ପରୀକ୍ଷଣ ପରେ ବଜାରକୁ ଅଣା ଯାଇଥାଇପାରେ ବୋଲି ବୈଜ୍ଞାନିକ ଆଶଙ୍କା ପ୍ରକାଶ କରିଛନ୍ତି। ଏଥିରୁ ଭୂତାଣୁକୁ ଅଣ ଆନୁବଂଶିକ ଇଞ୍ଜିନିୟରିଂ ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଇଥିବା ନେଇ ବୈଜ୍ଞାନିକ ଆଶଙ୍କା ବ୍ୟକ୍ତ କରିବା ସମସ୍ୟାକୁ ଏବେ ଜଟିଳ କରିଛି।

{"id":271298,"sizeSlug":"large"}

ଯେହେତୁ ଭୂତାଣୁ ମଣିଷ ଦେହରେ ଦୀର୍ଘ କାଳ ନିଜକୁ ସ୍ଥିର ରଖୁଛି ଏଣୁ ଏହାର ଚିକିତ୍ସା ବିକାଶ ହୁଏତ ସମ୍ଭବ ହୋଇପାରେ। ହେଲେ ସଂକ୍ରମଣର କାରଣ ନେଇ ପ୍ରମାଣ ନଥିବାରୁ କଣ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ୟୁନିଭର୍ସିଟି ଅଫ ହଙ୍ଗକଙ୍ଗର ବିଶେଷଜ୍ଞ ଗୁଆନ ୟି। ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ସାରା ବିଶ୍ୱକୁ ସଂକ୍ରମିତ କରିଥିବା ସାର୍ସ ମାହମାରୀ ବାଦୁଡିଙ୍କ ଠାରୁ ମଣିଷକୁ ବ୍ୟାପିଥିଲା। ବାଦୁଡି ଖାଇବା, ନେବା ଆଣବି କରିବା ବେଳେ ଲୋକେ ଭୂତାଣୁ ସଂକ୍ରମଣର ଶିକାର ହୋଇଥିଲେ। ତେବେ ଯେହେତୁ ଏହା ଭୂତାଣୁ ଥିଲା ଏଣୁ ସମୟ ସହ ଏହା ନିଷ୍କ୍ରିୟ ହୋଇଯାଇଥିଲା।  

{"id":271299,"sizeSlug":"large"}

ଚୀନ ପ୍ରଥମରୁ ହିଁ ତାର କୌଣସି ପ୍ରୟୋଗଶାଳାରୁ ଭୁଲକ୍ରମେ ଭୂତାଣୁ ସଂକ୍ରମଣର ଅଭିଯୋଗକୁ ଅସ୍ୱୀକାର କରିଆସୁଛି। ଗତମାସରେ ପ୍ରକାଶିତ ଏକ ରିପୋର୍ଟରୁ ଚୀନ ଦେଶରେ ନିମୋନିଆ ଭଳି କୌଣସି ରୋଗ ସଂକ୍ରମଣ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ସୂଚିତ କରିବାର  ୪ ଦିନ ପୂର୍ବରୁ ଜଣେ ଫରାସୀ ନାଗରିକ ଭୂତାଣୁ ପଜେଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ଦେଶରେ ପ୍ରଥମ ସଂକ୍ରମିତ ୪୧ଜଣଙ୍କ ମଧ୍ୟରୁ ୨୧ ଜଣ ବଜାରରୁ ସଂକ୍ରମିତ ହୋଇଥିଲେ। ତେବେ ବାକି ଲୋକଙ୍କ ସମ୍ପର୍କରେ ତଥ୍ୟ ମିଳିପାରୁ ନାହିଁ। ଏଣୁ କୋଭିଡ-୧୯ ଭୂତାଣୁ ସୃଷ୍ଟି ପଛରେ କେଉଁଠି ନା କେଉଁଠି ମାନବୀୟ ସମ୍ପୃକ୍ତି ନିଶ୍ଚିତ ରହିଛି ବୋଲି ଏବେ ବୈଜ୍ଞାନିକ ମାନେ ସ୍ପଷ୍ଟ ହୋଇଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.