Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

କରୋନା: ବିଶ୍ବସ୍ବାସ୍ଥ୍ୟ ସଂଗଠନ କହିଲା, କିଛି ମିନିଟରେ ଆସିଯିବ କରୋନା ଟେଷ୍ଟ୍ ରିପୋର୍ଟ

29/09/2020 at 11:33 AM

ନୂଆଦିଲ୍ଲୀ ୨୯/୦୯: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏକ ନୂଆ କରୋନା ଟେଷ୍ଟ ବାବଦରେ ଜଣାଇଛି। ସଂଗଠନର କହିବା କଥା ଏକ ନୂଆ ଟେ​ଷ୍ଟ ଜରିଆରେ ଦେଶରେ ସଂକ୍ରମଣ ମାମଲାର ଚିହ୍ନଟ ଦ୍ରୁତ ଭାବେ ହୋଇପାରିବ। ଅର୍ଥାତ୍ କମ୍ ଓ ମଧ୍ୟମ ଆୟଯୁକ୍ତ ଦେଶରେ ସଂକ୍ରମଣ ମାମଲା ଚିହ୍ନଟ କରିବାରେ ଏହା ବେଶି ସହାୟକ ହେବ। ତେବେ ଦେଶରେ ଦଶ ଲକ୍ଷ କରୋନା ମାମଲା ପହଞ୍ଚିବା ପରେ ସଂଗଠନ ଏଭଳି ଏକ କଥା କହିଛି। ଆମେରିକାର ଜନ୍ସ ହଫିକନ୍ସ ୟୁନିଭର୍ସିଟି ତଥ୍ୟ ଅନୁସାରେ ଆମେରିକା, ବ୍ରାଜିଲ, ଭାରତ ଓ ମେକ୍ସିକୋରେ କରୋନାରେ ଅଧିକ ଲୋକ ପ୍ରାଣ ହରାଇଛନ୍ତି।  

ଏହାରି ଭିତରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏକ ନୂଆ ଟେଷ୍ଟ ବାବଦରେ କହିଛି। ଏହି ଟେ​ଷ୍ଟରେ କେବଳ ସାଢ଼େ ତିନିଶହ ଟଙ୍କା ଖର୍ଚ ହେବ। ସ୍ବାସ୍ଥ୍ୟକର୍ମୀଙ୍କ ଅଭାବ ତଥା ଲ୍ୟାବ କମ୍ ଥିବା ଦେଶରେ ଏଥିରୁ ଫାଇଦା ମିଳିପାରିବ। ଏହି ଟେଷ୍ଟକୁ ବିକଶିତ କରୁଥିବା କମ୍ପାନି ସହିତ ଚୁକ୍ତି ହୋଇଛି। କମ୍ପାନି ଅନୁସାରେ ଛଅ ମାସ ଭିତରେ ୧୨ କୋଟି ଟେଷ୍ଟ କରାଯାଇପାରିବ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦେଶକ ଡାକ୍ତର ଟେଡରୋସଙ୍କ କହିବା କଥା ଏହି ‘ନୂଆ’ ଟେ​ଷ୍ଟ ଦୀର୍ଘ ଘଂଟା ନେବା ବଦଳରେ କିଛି ମିନିଟରେ ଏହାର ଫଳ ଜଣାପଡ଼ିବ। ଏ ପାଇଁ କେବଳ ୧୫ରୁ ୨୦ ସେକେଣ୍ଡ ସମୟ ଲାଗିବ।

ଔଷଧ ନିର୍ମାତା କମ୍ପାନି ଏବୋଟ ଆଣ୍ଡ ଏସଡି ବାୟୋସେନର ବିଲ ଓ ମିଲିନ୍ଦା ଗେଟ୍ସ ଫାଉଣ୍ଡେସନ ସହିତ ମିଶି ୧୨ କୋଟି ଟେଷ୍ଟ ପ୍ରସ୍ତୁତ କରିବା ସହମତି ପ୍ରକାଶ କରିଛି। ଏହି ବୁଝାମଣାର ଫାଇଦା ୧୩୩ ଦେଶକୁ ହେବ। ଯେଉଁଥିରେ ଲାଟିନ ଆମେରିକା ସମେତ ଅନ୍ୟ କିଛି ଦେଶ ସାମିଲ ଅଛି। ଏହି ଟେଷ୍ଟରୁ ଅଧିକୁ ଅଧକ ସଂଖ୍ୟକ ଲୋକଙ୍କ ପରୀକ୍ଷା ହୋଇପାରିବ ବୋଲି ଆଶା ରହିଛି।

   Related Posts