Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ସମ୍ବଳ ଏବଂ ଅର୍ଥର ଅଭାବ ନାହିଁ, କିନ୍ତୁ କରୋନା ସଂକ୍ରମଣଜନିତ କ୍ଷତି ଦୁଃଖିତ କରୁଛି : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ

1/04/2020 at 12:03 PM

ନୂଆଦିଲ୍ଲୀ ୧।୪: କରାନା ଭାଇରସ୍ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସାରା ବିଶ୍ବରେ ୨୦୩ ଦେଶରେ କରୋନା ଭାଇରସ୍ ବ୍ୟାପିଛି । ସାରା ବିଶ୍ବରେ ୮,୫୯,୪୩୧ ଜଣ କରୋନା ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ଦେଶରେ ମଧ୍ୟ କରୋନା ଭାଇରସ୍ ତାର କାୟା ବିସ୍ତାର କରିଚାଲିଛି । ଦେଶରେ ୧୩୯୭ ଜଣ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ ୧୨୪ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏପର୍ଯ୍ୟନ୍ତ ୩୫ ଜଣଙ୍କର ମୃତ୍ୟୁ ହୋଇଛି । ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା ମଧ୍ୟ କରାଯାଉଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିରନ୍ତର ପରିସ୍ଥିତି ଉପରେ ନଜର ରଖିଛି । ଏଭଳି ସମୟରେ ଏକ ପ୍ରମୁଖ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ ଦେଶରେ ୮୦% ସଂକ୍ରମଣ ସାମାନ୍ୟ ଲକ୍ଷଣ ବିଶିଷ୍ଟ । ୧୫% ଗମ୍ଭୀର, ଯେଉଁମାନଙ୍କୁ ଅକ୍ସିଜେନ୍ ର ଆବଶ୍ୟକତା ରହିଛି | ମାତ୍ର ୫% ସଙ୍କଟାପନ୍ନ, ଯେଉଁମାନଙ୍କୁ ଭେଣ୍ଟିଲେଟରରେ ରଖିବାକୁ ଅବଶ୍ୟକତା ପଡିପାରେ । ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ, ଆମେ ପୋଲିଓକୁ କେବଳ ଭାରତରୁ ନୁହେଁ ସମଗ୍ର ଦକ୍ଷିଣ ଏସିଆରୁ ଦୂର କରି ଆମର ନୀତିର ଉପଯୋଗୀତା ଏବଂ ସମ୍ଭାବନାକୁ ପ୍ରମାଣ କରିଛୁ । ସେହିଭଳି, ଏହି ଛୋଟ ପୋକକୁ ମଧ୍ୟ ବିଲୋପ କରାଯିବ । ଆମେ କୋଭିଡ-୧୯ର ମୁକାବିଲା ପାଇଁ ସମସ୍ତ ଶକ୍ତିକୁ ସଜାଗ ରଖିଛୁ । ଚୀନ୍ ଜାନୁଆରୀ ୭ରେ କରୋନା ଭାଇରସ୍ ସଂକ୍ରମଣ ନେଇ ସାରା ବିଶ୍ବକୁ ସୂଚନା ଦେଇଥିଲା ଏବଂ ଆମେ ଜାନୁଆରୀ ୮ରୁ ପ୍ରସ୍ତୁତି ଆରମ୍ଭ କରିଥିଲୁ | ପ୍ରଧାନମନ୍ତ୍ରୀ ମନ୍ତ୍ରୀମାନଙ୍କୁ ନେଇ ଟିମ୍ ଗଠନ କରିଥିଲେ । ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ଆବଶ୍ୟକ ଅନୁଯାୟୀ ସେମାନଙ୍କୁ ଡାକ୍ତରଖାନାରେ ଆଇସୋଲେସନ ୱାର୍ଡ କିମ୍ବା ହୋମ୍ କ୍ବାରେଣ୍ଟାଇନ୍ ରେ ଏବଂ ସରକାରୀ ସୁବିଧାଗୁଡିକ ମଧ୍ୟରେ ରଖାଯାଇଥିଲା | ଅନ୍ତର୍ଜାତୀୟ ଗଣମାଧ୍ୟମରେ ଭାରତର ଉଦ୍ୟମକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି।

ଦିଲ୍ଲୀ-ପଞ୍ଜାବରେ ସନ୍ଦିଗ୍ଧ ଲୋକଙ୍କ ହାତରେ ସିଲ୍ ଲଗାଯାଉଥିବା ବେଳେ ଅନେକ ରାଜ୍ୟରେ ଏହା କରାଯାଉନଥିବାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ, ଏହା ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ । ସାମ୍ପ୍ରତିକ ପରିସ୍ଥିତି ଏବଂ କ୍ବାରେଣ୍ଟାଇନ୍ ପାଇଁ ଚିହ୍ନିତ ଯାତ୍ରୀମାନଙ୍କ ନିଖୋଜ ହେବାର ସଂଖ୍ୟାକୁ ନେଇ ନିଷ୍ପତ୍ତି ନିଆଯାଇଥାଏ । ରାଜ୍ୟ ସରକାର ଏହା ଉପରେ ଚିନ୍ତା କରୁଛନ୍ତି । ଦେଶର ୧୧ଟି ସଂକ୍ରମଣ ମାମଲାରେ ବିଦେଶ ଗସ୍ତ ସୂଚନା ମିଳିନଥିବା ଏବଂ ଏହା ସାମୂହିକ ସଂକ୍ରମଣ କି ନୁହେଁ ତାହାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ, କେତେକ ମାମଲା ରିପୋର୍ଟ ନକରାଯିବା ଏବଂ ରୋଗର ଘଟଣାକ୍ରମ ଅର୍ଥାତ୍ ଇତିହାସର ସୂଚନା ବିନା କୌଣସି ସିଦ୍ଧାନ୍ତ ନିଆଯାଇପାରିବ ନାହିଁ | ଯେତେବେଳେ ସାମାଜିକ କଳଙ୍କ ଏବଂ ବହିଷ୍କାରର ଭୟ ଥାଏ, ସେତେବେଳେ ଯେକେହି ଏହି ରୋଗକୁ ଲୁଚାଇ ପାରିବେ | ଏହା ମଧ୍ୟ ହୋଇପାରେ ଯେତେବେଳେ ଗୋଟିଏ ମାମଲା ଆଧାରରେ ଲୋକମାନେ କହିପାରିବେ ଯେ ମଧ୍ୟପ୍ରଦେଶର ଇନ୍ଦୋର ସହର ସାମୂହିକ ସଂକ୍ରମଣ ଅର୍ଥାତ୍ ତୃତୀୟ ପର୍ଯ୍ୟାୟରେ ପ୍ରବେଶ କରିଛି ଏହା ନକାରାତ୍ମକ ପ୍ରତିକ୍ରିୟା ସୃଷ୍ଟି କରିପାରେ ।
ପ୍ରତ୍ୟେକ ରାଜ୍ୟର ଭିନ୍ନ ଭିନ୍ନ ରଣନୀତି ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଏହା ସବୁ ସ୍ଥାନର ପରିସ୍ଥିତି ଉପରେ ନିର୍ଭର କରେ | ଭିଲୱାଡାର ଏକ ଡାକ୍ତରଖାନାରେ କ୍ଲଷ୍ଟର ଗଠନ ହୋଇଥିଲା | ଏହି ଡାକ୍ତରଖାନା ୬ ହଜାରରୁ ଅଧିକ ଲୋକଙ୍କୁ ଚିକିତ୍ସା ସୁବିଧା ଦେଇଥିଲା ଏବଂ ଡାକ୍ତର କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତେଣୁ ଏହା ଜରୁରୀ ଥିଲା |

ଯେଉଁମାନେ ବିଦେଶରୁ ଆସିଛନ୍ତି, ସେମାନଙ୍କୁ କ୍ବାରେଣ୍ଟାଇନ୍ ରେ ରଖାଯାଇଛି କି ନାହିଁ କରାଯାଇଛି କି ନାହିଁ, ଏହାର ରେକର୍ଡ ଅଛି କି ନାହିଁ ସେ ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ଏବଂ ସବ୍ କ୍ବାରେଣ୍ଟାଇନ୍ ର ରେକର୍ଡ ରଖାଯାଏ | ସରକାରୀ କର୍ମଚାରୀମାନେ ସାରା ଦେଶରେ ସେମାନଙ୍କ ଉପରେ ନଜର ରଖିଛନ୍ତି । ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା ଅଭାବକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଠିଆ ହୋଇଥିବା ଟ୍ରେନ୍ ଗୁଡିକୁ ମଧ୍ୟ ଡାକ୍ତରଖାନା କରାଯାଇପାରିବ କି ନାହିଁ ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ ଏହି ବିଷୟକୁ ବିଚାର କରାଯାଇଛି ଏବଂ ସମସ୍ତ ଉପଲବ୍ଧ ଉତ୍ସଗୁଡିକର ସମ୍ପୂର୍ଣ୍ଣ ବ୍ୟବହାର କରିବାକୁ ନିଶ୍ଚିତ କରାଯାଉଛି | ପର୍ଯ୍ୟାପ୍ତ ଶଯ୍ୟା କେନ୍ଦ୍ର ସରକାରୀ ଡାକ୍ତରଖାନା, ଅନ୍ୟାନ୍ୟ କେନ୍ଦ୍ରୀୟ ମନ୍ତ୍ରଣାଳୟର ଡାକ୍ତରଖାନା, ରାଜ୍ୟ ସରକାରଙ୍କ ଡାକ୍ତରଖାନା ଏବଂ ଘରୋଇ କ୍ଷେତ୍ରରେ ଅନେକ ଆଇସୋଲେସନ ବେଡ୍ ପ୍ରସ୍ତୁତ କରାଯାଇଛି । ଜରୁରୀକାଳୀନ ପରିସ୍ଥିତି ପାଇଁ ନୂତନ ପ୍ରଗତିଶୀଳ ବ୍ୟବସ୍ଥା ସଂପର୍କରେ ମଧ୍ୟ ବିଚାର କରାଯାଉଛି | ରେଳବାଇର ବ୍ୟବହାର ମଧ୍ୟ ସେମାନଙ୍କ ମଧ୍ୟରୁ ଗୋଟିଏ | ରେଳବାଇ ଏକ କୋଚ୍ ଆଇସୋଲେସନ ଓ୍ବାର୍ଡରେ ପରିଣତ କରିଛି ଏବଂ ଏଥିରେ ଚିକିତ୍ସା ସୁବିଧା ଯୋଗାଇ ଦେଇଛି |

ଦେଶରେ କରୋନାର ପ୍ରଭାବ କେତେ ଦିନ ରହିବ ଏବଂ ରୋଗୀ ଓ ମୃତକଙ୍କ ସଂଖ୍ୟା ବିଷୟରେ ଏକ ସମ୍ଭାବ୍ୟ ଆକଳନ କରାଯାଇପାରିବ କି ନାହିଁ ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଆମେ କ୍ରମାଗତ ଭାବରେ ପ୍ରଭାବୀ ଏବଂ ତୀକ୍ଷ୍ଣ ପଦକ୍ଷେପ ନେଉଛୁ | ଉଦୀୟମାନ ସ୍ଥାନୀୟ ତଥା ବିଶ୍ବସ୍ତରୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ନୀତି ଏବଂ କାର୍ଯ୍ୟ ଯୋଜନା ମଧ୍ୟ ସଂଶୋଧିତ ହୋଇଛି । ସରକାରଙ୍କ ତରଫରୁ ସମ୍ବଳ ଏବଂ ପାଣ୍ଠିର ଅଭାବ ନାହିଁ । ବିଶ୍ବରେ ଏହି ସଂକ୍ରମଣ ଦ୍ବାରା ହେଉଥିବା କ୍ଷତି ହୃଦୟବିଦାରକ | ଆମେ ଚାହୁଁ ଯେ ଏହି ସଙ୍କଟକୁ ଶୀଘ୍ର ସମାଧାନ କରାଯାଉ ଏବଂ ଅନ୍ୟ କୌଣସି ରୋଗୀ ଜୀବନ ହରାଇବା ଉଚିତ୍ ନୁହେଁ | ସଂକ୍ରମିତ ବ୍ୟକ୍ତିଙ୍କ ସହିତ ୫-୬ ଘଣ୍ଟା ରହିବା ପରେ ହିଁ ରୋଗ ହୁଏ ଏହା ଠିକ୍ କି ନୁହେ ଏନେଇ ସେ କହିଥିଲେ, ନା ଏହା ଏକ ଡ୍ରପଲେଟ୍ ସଂକ୍ରମଣ | ଏହା ଅବଧି ସହିତ ଜଡିତ ନୁହେଁ, କିନ୍ତୁ ସେଠାରେ ଉପସ୍ଥିତ ଥିବା ଡ୍ରପଲେଟ୍ କିମ୍ବା ଫୋମାଇଟ୍ସ ସଂସ୍ପର୍ଶରେ ଆସିବା ପରେ ନିଜ ପାଟି ଏବଂ ନାକକୁ ସ୍ପର୍ଶ କରିବା ଦ୍ବାରା ଏହା ସଂକ୍ରମିତ ହୋଇଥାଏ । ଏହା ବାୟୁ ଦ୍ବାରା ସଂକ୍ରମଣ ନୁହେଁ।

   Related Posts