କଥାବାର୍ତ୍ତା ଏବଂ ନିଃଶ୍ବାସପ୍ରଶ୍ବାସରେ ମଧ୍ୟ ସଂକ୍ରମିତ କରିପାରେ କରୋନା ଭାଇରସ୍ : ଦାବି କଲେ ଆମେରିକାର ବୈଜ୍ଞାନିକ

Published By : Prameya-News7 Bureau | April 08, 2020 IST

ନୂଆଦିଲ୍ଲୀ ୮/୪: କରୋନା ଭାଇରସ୍ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ଏହାକୁ ନେଇ ବିଭିନ୍ନ ପ୍ରକାରର ଷ୍ଟଡିଜ କରାଯାଉଛି। କରୋନା ଭାଇରସର ସାଧାରଣ ଲକ୍ଷଣରେ ଥଣ୍ଡା,କାଶ,ଜ୍ବର,ନିଃଶ୍ବାସ ନେବାରେ ଅସୁବିଧା। ଏହି ଲକ୍ଷଣଗୁଡ଼ିକ ବ୍ୟତୀତ ନିଃଶ୍ବାସ ନେବା ଏବଂ କଥା କହିବା ଦ୍ବାରା ମଧ୍ୟ କରୋନା ଭାଇରସ୍ ବ୍ୟାପିପାରେ। ଆମେରିକାର ଜଣେ ବୈଜ୍ଞାନିକ ଏହି ଦାବି କରିଛନ୍ତି।

ନିକଟରେ ମିଳିଥିବା ସୂଚନା ଆଧାରରେ ଏହି କଥା ସାମନାକୁ ଆସିଛି ଯେ କଫ ଏବଂ କାଶିବା ଛଡ଼ା ଏହି ଭାଇରସ୍ କଥା କହିଲେ ମଧ୍ୟ ବ୍ୟାପିବାର ସମ୍ଭାବନା ରହିଛି। ତେଣୁ ଅସୁସ୍ଥ ଲୋକଙ୍କ ସହ ସାଧାରଣ ଲୋକଙ୍କୁ ମଧ୍ୟ ମାସ୍କ ପିନ୍ଧିବାକୁ ଅପିଲ କରାଯାଇଛି। ନିଃଶ୍ବାସ ନେବା ଦ୍ବାରା ଏରୋସୋଲାଇଜେସନ୍ ହୋଇପାରେ। ଅର୍ଥାତ୍ ଏହା ବାୟୁରେ ମଧ୍ୟ ବ୍ୟାପିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.