Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ମହାରାଷ୍ଟ୍ର-ଦିଲ୍ଲୀ-ଗୁଜରାଟରେ କରୋନା ସ୍ଥିତି ଭୟଙ୍କର, ମୃତ୍ୟୁସଂଖ୍ୟା ସର୍ବାଧିକ

9/06/2020 at 10:48 AM

ନୂଆଦିଲ୍ଲୀ ୯।୬: ଦେଶରେ କରୋନା ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । କରୋନା ଯୋଗୁଁ ପ୍ରତିଦିନ ଶହ ଶହ ଲୋକ ପ୍ରାଣ ହରାଉଛନ୍ତି । ସୋମବାର ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୫୬ ହଜାରରୁ ଅଧିକ ଏବଂ ୭୨୦୦ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ର, ଗୁଜୁରାଟ ଏବଂ ଦିଲ୍ଲୀର ଅଧିକାଂଶ ଲୋକ କରୋନା ଯୋଗୁଁ ପ୍ରାଣ ହରାଉଛନ୍ତି ।

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୫୩ ଜଣ ସଂକ୍ରମିତ ହୋଇଥିବା ବେଳେ ୧୦୯ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ କେବଳ ମହାରାଷ୍ଟ୍ରରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୧୬୯ରେ ପହଞ୍ଚିଛି । ମହାରାଷ୍ଟ୍ରରେ ସଂକ୍ରମିତ ମୋଟ୍ ସଂଖ୍ୟା ୮୮ ହଜାର ୫୨୮, ଯେଉଁଥିରୁ ୪୦ ହଜାର ୯୭୫ ଲୋକ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୪୪ ହଜାର ୩୭୪ ଆକ୍ଟିଭ୍ କେସ୍ ରହିଛି।

ମହାରାଷ୍ଟ୍ରର ମୁମ୍ବାଇ ସହର କରୋନା ଦ୍ବାରା ଅଧିକ ପ୍ରଭାବିତ ହୋଇଛି । ଏଠାରେ ମୋଟ୍ ରୋଗୀଙ୍କ ସଂଖ୍ୟା ୫୦ ହଜାର ଅତିକ୍ରମ କରିଛି ଏବଂ ଏପର୍ଯ୍ୟନ୍ତ ୧୭୦୨ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩୧୧ଟି ମାମଲା ରୁଜୁ ହୋଇଛି ଏବଂ ୬୪ ଜଣଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇରେ ବର୍ତ୍ତମାନ ୨୬ ହଜାର ୩୪୫ ସକ୍ରିୟ ମାମଲା ଥିବାବେଳେ ୨୨ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି ।

ସେହିଭଳି ଦିଲ୍ଲୀରେ ସୋମବାର ଦିନ ଏକ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ ସରକାରଙ୍କ ଦ୍ବାରା ପ୍ରକାଶିତ ସ୍ବାସ୍ଥ୍ୟ ବୁଲେଟିନର ମୃତ୍ୟୁ ଅଡିଟ୍ କମିଟିର ରିପୋର୍ଟକୁ ଭିତ୍ତିକରି ମେ’ ୩୦ରୁ ଜୁନ୍ ୬ ମଧ୍ୟରେ ୬୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଖବର ମଧ୍ୟ ବିଳମ୍ବରେ ଆସିଛି। ବର୍ତ୍ତମାନ ମୋଟ୍ ରୋଗୀଙ୍କ ସଂଖ୍ୟା ପ୍ରାୟ ୩୦ ହଜାରରେ ପହଞ୍ଚିଛି ଯେଉଁଥିରେ ୮୭୪ ଜଣ ଲୋକ ପ୍ରାଣ ହରାଇଛନ୍ତି ।

ସେହିଭଳି ଗୁଜୁରାଟରେ ମୋଟ୍ ରୋଗୀଙ୍କ ସଂଖ୍ୟା ୨୦ ହଜାର ଅତିକ୍ରମ କରିଛି । ଏପର୍ଯ୍ୟନ୍ତ ୧୨୪୯ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୮୦ଟି ନୂଆ ମାମଲା ରୁଜୁ ହୋଇଛି ଏବଂ ୩୦ ଜଣଙ୍କର ମୃତ୍ୟୁ ହୋଇଛି ।

   Related Posts