ମହାରାଷ୍ଟ୍ରରେ ବେକାବୁ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୫୫ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ, ୨୯୭ ଜଣଙ୍କ ମୃତ୍ୟୁ
6/04/2021 at 10:16 PM

ମୁମ୍ବାଇ ୬/୪: ମହାରାଷ୍ଟ୍ରରେ କରୋନା ଭାଇରସ୍ ସଂକ୍ରମଣ ଥମିବାର ନାଁ ଧରୁନି। କିଛି ଦିନ ଭିତରେ ସପ୍ତାହନ୍ତ ଲକ୍ଡାଉନ୍, ନାଇଟ କର୍ଫ୍ୟୁ ସମେତ ଅନେକ କଟକଣା ଲଗାଇବା ପରେ ମଧ୍ୟ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବ୍ରେକ ଲାଗୁନାହିଁ। ରାଜ୍ୟରେ ପୁଣି ଥରେ ୫୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୫୫,୪୬୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ୨୯୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ୩୪,୨୫୬ ଜଣ ସଂକ୍ରମିତ ସୁସ୍ଥ ହୋଇ ଫେରିଛନ୍ତି।
ଦେଶରେ ପୁଣି ଥରେ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ଏପରିକି ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି। ଗୋଟିଏ ପଟେ କରୋନା ଟିକାକରଣ ଚାଲିଥିବା ବେଳେ ଅନ୍ୟପଟେ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ବିଭିନ୍ନ ରାଜ୍ୟରେ ଲକ୍ଡାଉନ, ନାଇଟ କର୍ଫ୍ୟୁ ଫେରିଥିବା ବେଳେ ସଂକ୍ରମଣ ଗତିରେ ବ୍ରେକ୍ ଲାଗିପାରୁନାହିଁ।