ଲକଡାଉନରେ ଜଳ ସଙ୍କଟ ଦୂର କରିବା ପାଇଁ ଦମ୍ପତ୍ତି ୨୧ଦିନ ମଧ୍ୟରେ ୨୫ଫୁଟ ତଳେ ଖୋଳିଲେ କୂଅ

Published By : Prameya-News7 Bureau | April 21, 2020 IST

ନୂଆଦିଲ୍ଲୀ ୨୧/୪: ଦେଶରେ କରୋନା ଭାଇରସର ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାର ପ୍ରକୋପକୁ କମ୍ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ମଇ ୩ତାରିଖ ଯାଏଁ ଲକଡାଉନ୍ କରି ଦେଇଛନ୍ତି। ଏହି ସମୟରେ ସମସ୍ତେ ନିଜ ନିଜ ଘରେ ବନ୍ଦ ଅଛନ୍ତି ଏବଂ କିଛି ନା କିଛି କରୁଛନ୍ତି। କେହି ଅନଲାଇନ୍ କୋର୍ସ କରୁଛନ୍ତି ତ କେହି ବହି ପଢ଼ୁଛନ୍ତି। କିନ୍ତୁ ମହାରାଷ୍ଟ୍ରର ଜଣେ ଦମ୍ପତ୍ତି ଏହି ସମୟରେ ନିଜ ଘର ବାହାରେ କୂଅ ଖୋଳିଛନ୍ତି।

ଗଜାନନ ପକମୋଡ଼ ଏବଂ ତାଙ୍କ ପତ୍ନୀ ପୁଷ୍ପା ୨୧ଦିନର ଲକଡାଉନରେ ୨୫ଫୁଟର ଗଭୀର କୂଅ ଖୋଳିଛନ୍ତି। ବାଶିମ ଜିଲ୍ଲାର କଖେର୍ଦ୍ଦା ଗାଁର ବାସିନ୍ଦା କହିଛନ୍ତି ଯେ,‘ଖନନ ଆରମ୍ଭ କରିବା ୨୧ଦିନରେ ତାଙ୍କୁ ମାଟି ତଳେ ପାଣି ମିଳିଥିଲା ଏବଂ ତାଙ୍କୁ ବହୁତ ଖୁସି ଲାଗିଥିଲା।

wp:core-embed/twitter {"url":"https://twitter.com/ANI/status/1252514762308481025","type":"rich","providerNameSlug":"twitter","className":""}
https://twitter.com/ANI/status/1252514762308481025
/wp:core-embed/twitter

ସେ କହିଥିଲେ ଜିଲ୍ଲା ପ୍ରଶାସନ ଯେତେବେଳେ ତାଙ୍କୁ ଘରେ ରହିବାକୁ କହିଥିଲେ ସେତେବେଳେ ସେମାନେ କିଛି କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ତାଙ୍କ ପତ୍ନୀଙ୍କୁ ଘର ସମ୍ମୁଖରେ ପୂଜା କରିବାକୁ କହିଥିଲେ ଏବଂ ତା’ପରେ କାମ ଆରମ୍ଭ କରିଥିଲେ। ସେ ଏହି ଖନନ କାମ​ରେ କୌଣସି ଧରଣର ଉନ୍ନତ ଯାନ୍ତ୍ରିକ ଉପକରଣ ବ୍ୟବହାର କରିନଥିଲେ।

ତାଙ୍କ ପଡ଼ୋଶୀମାନେ ତାଙ୍କର ସମାଲୋଚନା କରିଥିଲେ କିନ୍ତୁ ସେମାନେ ତାଙ୍କ କାମ ଜାରି ରଖିଥିଲେ। ୨୧ଦିନରେ ତାଙ୍କୁ ୨୫ଫୁଟ ଗଭୀରରେ ପାଣି ମିଳିଥିଲା। ସ୍ଥାନୀୟ ଜଳସେବା ଅଧିକାଂଶ ସମୟରେ ବନ୍ଦ ରହୁତିବାରୁ ସେମାନେ କୂଅ ଖୋଳିବାକୁ ନିଷ୍ପତ୍ତି ନେଇଥିଲେ। ଏପରି ନିଷ୍ପତ୍ତି ଦ୍ବାରା ତାଙ୍କର ଜଳ ସମସ୍ୟା ଦୂର ହୋଇଯାଇଛି।

{"id":257913,"width":586,"height":326,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.