ଲକ୍‌ଡାଉନ୍‌ ବଦଳାଇ ଦେବ କି ଶାସନର ଧାରା ? ଅଛି କି କିଛି ଷଡଯନ୍ତ୍ର ? ଏପରି ଚିନ୍ତା ପ୍ରକଟ୍ କଲେ ଲକ୍‌ଡାଉନ୍‌ ଥିଓରୀକୁ ଗ୍ରହଣ କରି ପାରୁନଥିବା ବର୍ଗ

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ ୩୧।୦୩:  କରୋନା ଆତଙ୍କରେ ସମଗ୍ର ଦୁନିଆ ଆତଙ୍କିତ। ଏହି ମହାମାରୀରୁ ବଞ୍ଚିବା ପାଇଁ ପୂରା ଦୁନିଆ ବନ୍ଦ ରହିଛି। ଏହା ମଧ୍ୟରେ ଲକ୍‌ଡାଉନ୍‌କୁ ବିରୋଧ କରୁଥିବା ଏକ ବର୍ଗଙ୍କ କହିବା କଥା ଏହି ସମୟର ସୁଯୋଗ ନେଇ ସରକାର ସମାଜକୁ ଅଧିକ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ କରି ପାରନ୍ତି। ସେମାନଙ୍କ କହିବା କଥା ସରକାର ଶୀଘ୍ର କୋଭିଡ ୧୯ ନାମରେ ଲୋକଙ୍କ ସ୍ଵାଧୀନତା ଛଡାଇ ନେବେ।

କରୋନା ପ୍ରକୋପ କାରଣରୁ ସମଗ୍ର ଦୁନିଆରେ ଯାତାୟାତ ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି। ଭାରତ ପରି ଦେଶରେ କରୋନା ଭାଇରସ୍ କାରଣରୁ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି ରହିଛି। ସର୍ଭିଲାନ୍ସ ଟେକ୍ନୋଲୋଜି ଓଭରସାଇଟ ପ୍ରୋଜେକ୍ଟର କାର୍ଯ୍ୟକାରୀ ନିର୍ଦ୍ଦେଶକ ଆଲବର୍ଟ ଫକ୍ସ କାନଙ୍କ ଅନୁଯାୟୀ ସମଗ୍ର ଦୁନିଆର ସରକାର କରୋନା ନାମରେ ପାଇଥିବା ଏହି ନୂତନ ଶକ୍ତିକୁ ଏତେ ଶୀଘ୍ର ଛାଡିବାକୁ ଚାହିଁବେ ନାହିଁ। କାରଣ କରୋନା ନାମରେ ସରକାର ପୂରା ଦେଶ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ।

ଡେଲି ଷ୍ଟାରର ରିପୋର୍ଟରେ କୁହାଯାଇଛି ଯେ, ଆମ ପାଖରେ ମାନିବାର ଏହା କୌଣସି କାରଣ ନାହିଁ ଯେ, ସରକାରୀ ଏଜେନ୍ସି କୋଭିଡ୍ ୧୯ର ମୁକାବିଲା ପାଇଁ ନିଜ ଶକ୍ତିର ବିସ୍ତାର କରିବେ। ଏହି ବର୍ଗଙ୍କ କହିବା କଥା କର୍ପୋରେଟ୍ କମ୍ପାନୀ ମଧ୍ୟ ଏହି ଅରାଜକତାର  ଭରପୂର ଉପଯୋଗ କରିବାକୁ ପ୍ରୟାସ କରିବେ। ବଜାରରେ ପ୍ରଭୁତ୍ଵ ବଜାୟ ରଖିବାକୁ ଚେଷ୍ଟା କରିବେ। ଏଥିରେ ଛୋଟ ଖୁଚୁରା ଦୋକାନ ଓ  କ୍ଷୁଦ୍ର ବ୍ୟବସାୟୀ ଗୁରୁତର ଭାବେ ପ୍ରଭାବିତ ହେବେ।

ଦ କନଭରସେସନରେ ପ୍ରକାଶିତ ଲେଖାରେ କୁହାଯାଇଛି ଯେ, ଏଲନ କଲିନ୍ସର ଅର୍ଥନୀତିର ପ୍ରୋଫେସର ଓ ସାର୍ବଜନୀନ ନୀତି, ନର୍ଟିଂହାମ ଟ୍ରେଣ୍ଟ ୟୁନିଭର୍ସିଟି, ଆଡମ କକ୍ସ, ପୋର୍ଟ୍ସମାଉଥ ବିଶ୍ଵ ବିଦ୍ୟାଳୟର ପ୍ରିନ୍ସିପାଲ ଖୁଲାସା କରିଥିଲେ ଯେ, କରୋନା ଭାଇରସ କାରଣରୁ ଲାଗୁ ଲକ୍‌ଡାଉନ୍‌ରେ ଲୋକଙ୍କ ମାନସିକ ସ୍ଥିତି ବିଗିଡିପାରେ। ଲୋକଙ୍କ ମାନସିକ ସ୍ଵାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇପାରେ।

ଅନେକ ଅଧ୍ୟୟନରୁ ଜଣା ପଡିଛି ଯେ, ଚାକିରି ହରାଇବା ସହ ଲୋକଙ୍କ ମୃତ୍ୟହାର ବୃଦ୍ଧି ଘଟୁଛି। ସମ୍ଭବତଃ ମାନସିକ ଦୁଶ୍ଚିନ୍ତା ଏବଂ ଆୟ କାରଣରୁ ଲୋକଙ୍କ ସ୍ଥିତି ଦୟନୀୟ ହେବାରେ ଲାଗିଛି। ସଂପ୍ରତି କରୋନା ସ୍ଥିତି ଏହାକୁ ଆହୁରି ଭୟାବହ କରିବାକୁ ଯାଉଛି। ଏହା ଏକ ଜୁନୋଟିକ୍ ଭାଇରସ୍ ମହାମାରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.