ଲକ୍‌ଡାଉନ୍‌ ହଟିଲେ ବି ମେ ୧୫ ପର୍ଯ୍ୟନ୍ତ ବନ୍ଦ ରଖାଯାଉ ମଲ୍-ସ୍କୁଲ, ପ୍ରଧାନମନ୍ତ୍ରୀଙ୍କୁ GoMର ସୁପାରିଶ

Published By : Prameya-News7 Bureau | April 07, 2020 IST

ନୂଆଦିଲ୍ଲୀ ୦୭।୦୪: ଲକ୍‌ଡାଉନ୍‌ ଆଗକୁ ବଢିବ ନା ନାହିଁ ? ଏହାକୁ ନେଇ ଚାରି ଆଡେ ଚର୍ଚ୍ଚା। କେନ୍ଦ୍ର ସରକାର ମଧ୍ୟ ସ୍ପଷ୍ଟ ଭାବେ କିଛି କହୁ ନାହାନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଲକ୍‌ଡାଉନ୍‌  ବଢାଇବାକୁ ଚାହୁଁଛନ୍ତି ଏବଂ ନିଷ୍ପତ୍ତି କେନ୍ଦ୍ର ଉପରେ ଛାଡିଛନ୍ତି। ସମସ୍ତ କହୁଛନ୍ତି ଯାହା ହେବ ପର୍ଯ୍ୟାୟକ୍ରମେ ହେବ। ଏହା ମଧ୍ୟରେ କରୋନା ଭାଇରସକୁ ନେଇ ଗଠିତ କେନ୍ଦ୍ର ମନ୍ତ୍ରୀ ସମୂହ ଏକ ମହତ୍ଵପୂର୍ଣ୍ଣ ସୁପାରିଶ କରିଛନ୍ତି। GoM ଅଥବା ମନ୍ତ୍ରୀ ସମୂହ ଚାହୁଁଛନ୍ତି ଯେ, ଲକ୍‌ଡାଉନ୍‌ ଅବଧି ବୃଦ୍ଧି ହେଉ ବା ନହେଉ କିନ୍ତୁ ମେ ୧୫ ପର୍ଯ୍ୟନ୍ତ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ  ରଖାଯାଉ। ଏହା ସହିତ ସବୁ ପ୍ରକାରର ସାମୂହିକ ଧାର୍ମିକ ଗତିବିଧି ଉପରେ ରୋକ୍ ଜାରି ରହୁ। ଏହି ସମୟରେ ମଲ୍‌ ମଧ୍ୟ ବନ୍ଦ ରହୁ।

କଣ  GoMର ସୁପାରିଶ ମାନିବେ ପ୍ରଧାନମନ୍ତ୍ରୀ ?

ଏହି GoMର ଅଧ୍ୟକ୍ଷ ହେଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏଥିରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମିଲ। GoM ଆଲୋଚନା ପରେ ସ୍ଥିର କରିଛି ଯେ, ବର୍ତ୍ତମାନ ଲକ୍‌ଡାଉନ୍‌ ଶେଷ ହେବା ପରେ ମଧ୍ୟ ଧାର୍ମିକ ସ୍ଥଳ, ସପିଂ ମଲ୍ ଏବଂ ଶିକ୍ଷାନୁଷ୍ଠାନକୁ ଅତି କମରେ ଚାରି ସପ୍ତାହ  ଖୋଲିବାକୁ ଦିଆନଯାଉ। ସରକାର ଭାବୁଛନ୍ତି ଯେ, ସେମିତିରେ ତ ଗ୍ରୀଷ୍ଟ ଛୁଟି କାରଣରୁ ସ୍କୁଲ, କଲେଜ୍  ବନ୍ଦ ରହିବ। କରୋନା ସଂକ୍ରମଣ ରୋକିବା ପାଇଁ ସମସ୍ତ ଧାର୍ମିକ ସଂଗଠନର  ଗତିବିଧି ଉପରେ ମେ ୧୫ ପର୍ଯ୍ୟନ୍ତ ରୋକ୍ ଲଗାଇବାକୁ GoM ସୁପାରିଶ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଉପରେ ଅନ୍ତିମ ନିର୍ଣ୍ଣୟ ନେବେ।

ଜିଓଏମ ସବୁ ପ୍ରକାରର ସାର୍ବଜନୀନ ସ୍ଥଳ ଯେପରି ଧର୍ମସ୍ଥଳ କିମ୍ବା ମଲ୍ସର ସର୍ଭିଲାନ୍ସ ଡ୍ରୋନ ଜରିଆରେ ନଜର ରଖିବାକୁ ସୁପାରିଶ କରିଛନ୍ତି। ଏହି ସୁପାରିଶ ତବଲିଗି ଜମାତ ପ୍ରକରଣ ଦୃଷ୍ଟିରୁ ବଡ ମହତ୍ଵପୂର୍ଣ୍ଣ ରହିଛି।

କେନ୍ଦ୍ର ମନ୍ତ୍ରୀ ସମୂହ କରୋନା ଭାଇରସ୍ ମୁକାବିଲାରେ ଜୁଟିଥିବା ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି। ମଙ୍ଗଳବାର ବୈଠଖରେ ଅନେକ ମନ୍ତ୍ରୀ ସାମିଲ ହୋଇଛନ୍ତି। ବୈଠକରେ ପିୟୂଷ ଗୋଏଲ, ରାମବିଳାସ ପାସଓ୍ଵାନ, ଧର୍ମେନ୍ଦ୍ର ପ୍ରଧାନ, ନରେନ୍ଦ୍ର ସିଂହ ତୋମାର, ରମେଶ ପୋଖରିୟାଲ ନିଶଙ୍କ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.