Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ପ୍ରବାସୀ ଶ୍ରମିକଙ୍କୁ ଅଧା ରାସ୍ତାରେ ଓହ୍ଲାଇଦେଲା ବସ୍, ଅଭିଯୋଗ ପରେ ବସ୍ ସହ ଡ୍ରାଇଭର ଓ କଣ୍ଡକ୍ଟର ଅଟକ
  • ||
  • ଚାନ୍ଦବାଲି : ୨ ଦିନ ଆଖଣ୍ଡଳମଣୀଙ୍କ ମନ୍ଦିର ବନ୍ଦ, ଜଣେ ସେବାୟତ କରୋନା ପଜିଟିଭ୍ ପରେ ପ୍ରଶାସନର ପଦକ୍ଷେପ
  • ||
  • ଟାଙ୍ଗୀ : ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ହେଲପର ମୃତ, ଡ୍ରାଇଭର ଗୁରୁତର
  • ||
  • ରାଇରଙ୍ଗପୁର : ସ୍କୁଲ ନିକଟ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା
  • ||
  • ସୋର : ଭୁବନେଶ୍ବର-କୋଲକତା ଜନଶତାବ୍ଦୀ ଟ୍ରେନ୍‌ରେ ନିଆଁ, ଟଳିଲା ବଡ ଦୁର୍ଘଟଣା
  • ||
  • ‘ଚାକିରୀରେ ୬ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କୁ ସରକାର ରେଗୁଲାର କରିବାକୁ ବାଧ୍ୟ’, ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ହାଇକୋର୍ଟ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ, ୧୯୩୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଡ଼ଗାଁ ପଞ୍ଚାୟତ ୩ ଦିନ ପାଇଁ ଲକ୍‌ଡାଉନ୍‌, ବନ୍ଦ ରହିବ ହାଟ ଓ ବଜାର
  • ||
  • ରାୟଗଡ଼ାରେ ମୃଦୁ ଭୂକମ୍ପ, କ୍ଷୟକ୍ଷତିର ସୂଚନା ନାହିଁ
  • ||
  • ବଢୁଛି ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୯୮୯ ପଜିଟିଭ୍ ଚିହ୍ନଟ
  • ||

ମହାନ ବକ୍ସର ତଥା ସାଂସଦ ମେରିକମ ଭାଙ୍ଗିଲେ କ୍ଵାରେଣ୍ଟାଇନ ନିୟମ, ରାଷ୍ଟ୍ରପତିଙ୍କ ସହ କଲେ ଭୋଜନ, କିଛି ଦିନ ତଳେ ଫେରିଥିଲେ ଜୋର୍ଡାନରୁ

21/03/2020 at 9:57 PM

ନୂଆଦିଲ୍ଲୀ ୨୧।୦୩: କରୋନା ଭୂତାଣୁର ଆତଙ୍କରେ ସାରା ଦୁନିଆ ଆତଙ୍କିତ। ମହାମାରୀର ରୂପ ନେଇ ସାରିଥିବା ଏହି ଭୂତାଣୁରୁ ରକ୍ଷା ପାଇବା ପାଇଁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ସହିତ ଅନେକ ଏଜେନ୍ସି ଲୋକଙ୍କୁ ନିଜକୁ ଅତି କମରେ ୧୪ ଦିନ ଲାଗି ପୃଥକ ରହିବାକୁ ପରାମର୍ଶ ଦେଉଛନ୍ତି। ଅନ୍ୟପଟେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆଡଭାଇଜରୀ ପାଳନ କରିବାକୁ ଅପିଲ୍ କରିଛନ୍ତି। ମାତ୍ର ଭାରତରେ କ୍ରମାଗତ ବଡ ପଦରେ ବସିଥିବା ଏବଂ ପ୍ରସିଦ୍ଧ ବ୍ୟକ୍ତିଙ୍କ ଦ୍ଵାରା  ହିଁ ଏହାର ଉଲ୍ଲଂଘନ ହେଉଛି। ସଦ୍ୟତମ ଘଟଣାରେ ଭାରତର ମହାନ ବକ୍ସର ତଥା ରାଜ୍ୟସଭା ସାଂସଦ ମେରିକମ ଦ୍ଵାରା ନିୟମ ଉଲ୍ଲଂଘନର ଅଭିଯୋଗ ହୋଇଛି।

ଛଅ ଥରର ବିଶ୍ଵ ଚମ୍ପିଆନ ତଥା ଅଲମ୍ପିକ ପଦକ ବିଜେତା ଏବଂ ନିକଟରେ ପଦ୍ମ ବିଭୂଷଣରେ ସମ୍ମାନିତ ମେରିକମ ଗତ ସପ୍ତାହରେ ଜୋର୍ଡାନର ଓମାନରୁ ଭାରତ ଫେରିଥିଲେ। ଏହା ପରେ ତାଙ୍କୁ ଓ ଅନ୍ୟ ବକ୍ସରଙ୍କୁ ୧୪ ଦିନ ପାଇଁ ପୃଥକ ରହିବାକୁ କୁହାଯାଇଥିଲା। ମାତ୍ର ମାର୍ଚ୍ଚ ୧୩ରେ ସ୍ଵଦେଶ ଫେରିବା ପରେ ମେରିକମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ଵାରା ମାର୍ଚ୍ଚ ୧୮ରେ ଆୟୋଜିତ ନୈଶ୍ୟ ଭୋଜନରେ ସାମିଲ ହୋଇ୍‌ଥିଲେ।

ରାଷ୍ଟ୍ରପତିଙ୍କ ଟୁଇଟର ହ୍ୟାଣ୍ଡେଲରେ ସେୟାର କରାଯାଇଥିବା ଫଟୋରେ ମେରିକମ ସ୍ପଷ୍ଟ ନଜର ଆସୁଛନ୍ତି। ଏହି ଭୋଜନର ଆୟୋଜନ ରାଜସ୍ଥାନ ଓ ଉତ୍ତର ପ୍ରଦେଶର ସାଂସଦଙ୍କ ପାଇଁ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ମେରିକମ ସହିତ ଭାରତୀୟ ବକ୍ସରଙ୍କ ଏକ ବଡ ଦଳ ଅଲମ୍ପିକ ଯୋଗ୍ୟତାପର୍ଯ୍ୟାୟ ଟୂର୍ଣ୍ଣାମେଣ୍ଟ ଲାଗି ଜୋର୍ଡାନ ଯାଇଥିଲେ। ସେଠାରେ ଭାରତ ରେକର୍ଡ ୯ ଅଲମ୍ପିକ ଟିକେଟ୍ ହାସଲ କରିଛି।

ମହାମାରୀର ରୂପ ନେଇଥିବା କରୋନା ଭୂତାଣୁ କାରଣରୁ ସମଗ୍ର ଦୁନିଆରେ ଅଦ୍ୟାବଧି ୧୧ ହଜାରରୁ ଅଧିକ  ଲୋକଙ୍କ ମୃତ୍ୟୁ ଘଟି ସାରିଛି। ପ୍ରଭାବିତଙ୍କ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରି ସାରିଛି। ଏହି ମାରାତ୍ମକ ଭୂତାଣୁରେ ସର୍ବାଧିକ ଚୀନ, ଇଟାଲୀ, ଇରାନ ଓ ସ୍ପେନ ପ୍ରଭାବିତ ହୋଇଛି। ଏଠାରେ ମୃତକଙ୍କ ସଂଖ୍ୟା ଅଧିକ ରହିଛି।

   Related Posts