କରୋନା ଭାଇରସ୍ : ସନ୍ଦିଗ୍ଧ ଚୀନ୍ ଲ୍ୟାବ୍ ନିଜ ଓ୍ବେବସାଇଟ୍‌ରୁ ଡିଲିଟ୍ କଲା ଫଟୋ !

Published By : Prameya-News7 Bureau | May 03, 2020 IST

ବେଜିଂ ୩।୫: କରୋନା ଭାଇରସ୍ ଲିକ୍ ମାମଲାରେ ସନ୍ଦିଗ୍ଧ ଟୀନ୍ ଲ୍ୟାବ୍ ଏହାର ୱେବସାଇଟରୁ ଅନେକ ଫଟୋ ଡିଲିଟ କରିଛି । ଡେଲି ମେଲ୍ ରିପୋର୍ଟ ଅନୁଯାୟୀ ଏହି ଫଟୋଗୁଡିକରେ ଦେଖିବାକୁ ମିଳିଥିଲା ଯେ ଚୀନ୍ ଲ୍ୟାବରେ କାମ କରୁଥିବା କର୍ମଚାରୀମାନେ ପର୍ଯ୍ୟାପ୍ତ ସୁରକ୍ଷା ମାନଦଣ୍ଡ ଅନୁସରଣ କରୁନଥିଲେ ।

{"id":264076,"width":574,"height":383,"sizeSlug":"large"}

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ବିଶ୍ବର ଅନେକ ନେତା କରୋନା ଭାଇରସ୍ ବିସ୍ତାର ପାଇଁ ଚୀନ୍ ଲ୍ୟାବ୍ ଉପରେ ପ୍ରଶ୍ନ କରୁଛନ୍ତି । ଆମେରିକାର ଅଧିକାରୀମାନେ ମଧ୍ୟ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

{"id":264077,"width":575,"height":390,"sizeSlug":"large"}

ରିପୋର୍ଟ ଅନୁଯାୟୀ, ଗତ ମାସରେ ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଏପରି କିଛି ଫଟୋ ଡିଲିଟ୍ କରିଥିଲା ​​ଯେଉଁଥିରେ ବୈଜ୍ଞାନିକମାନେ ଚୀନ୍ ଲ୍ୟାବରେ କାମ କରୁଥିବା ଦେଖାଯାଇଥିଲା । କେବଳ ଏତିକି ନୁହେଁ ଆମେରିକାର କୂଟନୀତିଜ୍ଞଙ୍କ ଗସ୍ତ ସହ ଜଡିତ ସୂଚନା ମଧ୍ୟ ଏଡିଟ୍ କରାଯାଇଛି ।

{"id":264078,"width":577,"height":380,"sizeSlug":"large"}

ସୂଚନାଯୋଗ୍ୟ ଯେ, ଚୀନ୍ ଲ୍ୟାବରେ ବାଦୁଡିଠାରେ ମିଳୁଥିବା କରୋନା ଭାଇରସ୍ ଉପରେ ହେଉଥିବା ପରୀକ୍ଷଣ ନେଇ ଆମେରିକୀୟ କୂଟନୀତିଜ୍ଞମାନେ ଚେତାବନୀ ଦେଇଥିଲେ । ଏହାସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସପ୍ତାହରେ କହିଛନ୍ତି ଯେ, ସେ ଗୁଇନ୍ଦା ତଥ୍ୟା ଦେଖିଛନ୍ତି, ଯାହା ଆଧାରରେ ବିଶ୍ବରେ ସଙ୍କଟ ହୋଇଥିବା କରୋନା ଭାଇରସ୍ ର ମୂଳ ହେଉଛି ଉହାନ ଇନଷ୍ଟିଚ୍ୟୁଟ ।

{"id":264079,"width":574,"height":380,"sizeSlug":"large"}

ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ୱେବସାଇଟ୍ ର ଏକ ପୃଷ୍ଠାରେ କର୍ମଚାରୀମାନେ ଗୁମ୍ଫାକୁ ବାଦୁଡିମାନଙ୍କଠାରୁ କରୋନା ଭାଇରସ୍ ନମୁନା ସଂଗ୍ରହ କରିବାକୁ ଯାଉଥିବା ଦେଖାଯାଇଥିଲା । ଏହି ସମୟ ମଧ୍ୟରେ ଇନଷ୍ଟିଚ୍ୟୁଟର କର୍ମଚାରୀମାନଙ୍କ ନିକଟରେ ପ୍ରତିରକ୍ଷା ଉପକରଣ ବହୁତ କମ୍ ଥିଲା ।

{"id":264080,"sizeSlug":"large"}

ଗତ ମାସରେ ଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଇନଷ୍ଟିଚ୍ୟୁଟ୍ ଲ୍ୟାବରେ ଥିବା ଫ୍ରିଜରେ ଭାଇରସ୍ ରଖାଯାଇଥିଲା । ଗୋଟିଏ ଚିତ୍ରରେ ଏହିପରି ଏକ ଫ୍ରିଜ୍ ର ସିଲ୍ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.