୨୪ ଘଣ୍ଟାରେ ସୁସ୍ଥ ହେଲେ ସର୍ବାଧିକ ୧୦୭୪ ରୋଗୀ, ଚିହ୍ନଟ ହେଲେ ନୂତନ ୨୫୫୩ ସଂକ୍ରମିତ

Published By : Prameya-News7 Bureau | May 04, 2020 IST

ନୂଆଦିଲ୍ଲୀ ୦୪।୦୫: ଦେଶରେ କରୋନା ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ କରୋନାରେ ୨୫୫୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଦେଶରେ ମୋଟ୍ ସଂକ୍ରମିତ ସଂଖ୍ୟା ୪୨,୫୩୩କୁ ବୃଦ୍ଧି ଘଟିଛି। ଅନ୍ୟପଟେ ସୁସ୍ଥ ହେଉଥିବା ରୋଗୀଙ୍କ ହାର ମଧ୍ୟ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟାରେ ୧,୦୭୪ ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୧,୭୦୬ରେ ପହଞ୍ଚିଛି। ରୋଗୀଙ୍କ କରୋନାରୁ ସୁସ୍ଥ  ହେବା ହାର ୨୭.୫ ପ୍ରତିଶତ ରହିଛି। ଦୈନିକ ସାମ୍ବାଦିକ ସମ୍ମିଳନୀରେ ସୋମବାର ଏହାର ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍‌ ଅଗ୍ରଓ୍ଵାଲ। କିନ୍ତୁ ଲକ୍‌ଡାଉନ୍‌ ୩.୦ର ପ୍ରଥମ ଦିନରେ ଦିଆଯାଇଥିବା କୋହଳ କାରଣରୁ ସମଗ୍ର ଦେଶରେ ଚିନ୍ତା କରିବା ଭଳି ଚିତ୍ର ସାମ୍ନାକୁ ଆସିଛି।

ସାମାଜିକ ଦୂରତ୍ଵ ଭୁଲିଲେ ବଢିବ କରୋନା

ଆଜି ସ୍ଵାସ୍ଥ୍ୟ, ଗୃହ ଓ ସରକାର ମିଳିତ ସାମ୍ବାଦିକ ସମ୍ମିଳନୀ କରି ସ୍ଥିତି ଉପରେ ଗମ୍ଭୀର ଚିନ୍ତା ପ୍ରକଟ୍ କରିଛନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ଵାଲ କହିଛନ୍ତି ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟରେ ଆଜିଠୁ ଦିଆଯାଇଥିବା କୋହଳ ସମୟରେ ଲୋକେ ସାମାଜିକ ଦୂରତ୍ଵ ନିୟମ ପାଳନ କରନ୍ତୁ। ଜରୁରୀ କାମରେ ଘରୁ ବାହାରନ୍ତୁ ଏବଂ ଜନଗହଳି ଅଞ୍ଚଳକୁ ଯିବାରେ ନିବୃତ ରୁହନ୍ତୁ।

wp:core-embed/twitter {"url":"https://twitter.com/ANI/status/1257259620860456961?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fstate%2Fother-states%2Fkolkata%2Fcoronavirus-imct-reports-covid-19-death-rate-highest-in-west-bengal-mamata-banerjee-furious%2Farticleshow%2F75533974.cms","type":"rich","providerNameSlug":"twitter","className":""}
https://twitter.com/ANI/status/1257259620860456961?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fstate%2Fother-states%2Fkolkata%2Fcoronavirus-imct-reports-covid-19-death-rate-highest-in-west-bengal-mamata-banerjee-furious%2Farticleshow%2F75533974.cms
/wp:core-embed/twitter

ସେ ଏହା ମଧ୍ୟ  କହିଛନ୍ତି, କରୋନା ଭାଇରସ୍‌ ଲକ୍‌ଡାଉନ୍‌ରେ ଦିଆଯାଇଥିବା କୋହଳରେ ଲୋକ ସାମାଜିକ ଦୂରତ୍ଵର ପାଳନ କରୁ ନାହାନ୍ତି। କଟକଣାରେ କୋହଳ ଦେବା ମାତ୍ରେ ସଂକ୍ରମଣ ଦୃତ ବେଗରେ ବଢିବାର ଆଶଙ୍କା ରହିଥାଏ। ଦେଶରେ ମୋଟ୍ ୧୧୭୦୬ ରୋଗୀ ସୁସ୍ଥ ହୋଇଛନ୍ତି। ସକ୍ରିୟ କେସ୍ ସଂଖ୍ୟା ୨୯,୪୫୩ ରହିଛି। ଦେଶରେ କରୋନା ରୋଗୀ ସୁସ୍ଥ ହେବା ହାର ୨୭.୫୨ ପ୍ରତିଶତ ରହିଛି।

ଗୃହ ମନ୍ତ୍ରଣାଳୟ ଅନୁସାରେ, କରୋନା ଭାଇରସ୍‌ ସଂକ୍ରମଣକୁ ଦେଖି ଦେଶର ସମସ୍ତ ଜିଲ୍ଲାକୁ ରେଡ୍, ଗ୍ରୀନ ଓ ଅରେଞ୍ଜ ଜୋନରେ ବିଭକ୍ତ କରାଯାଇଛି। ଲକ୍‌ଡାଉନ୍‌ରେ କୋହଳ ଦେବାର ଉଦ୍ଦେଶ୍ୟରେ ବ୍ୟବସାୟିକ କାର୍ଯ୍ୟକୁ ଗତି ଦେବା, ଶ୍ରମଜୀବୀଙ୍କୁ କାମ ଦେବା ଏବଂ ଅର୍ଥବ୍ୟବସ୍ଥାକୁ ଆଗକୁ ନେବା। ମନ୍ତ୍ରଣାଳୟ ଲକ୍‌ଡାଉନ୍‌ ୩.୦ର ଆଧାରରେ ରେଡ୍‌ ଓ ଅରେଞ୍ଜ ଜୋନ୍‌ରେ ଦିଆଯାଇଥିବା କୋହଳ ଓ ପ୍ରତିବନ୍ଧକ ବିଷୟରେ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.