Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବଲିଉଡକୁ ଘାରିଲା କରୋନା ଭୟ, ରାଧେ ପରେ ଅଟକିଲା କରଣ ଜୋହରଙ୍କ ଫିଲ୍ମ ‘ତଖତ’ର ସୁଟିଂ

8/03/2020 at 4:43 PM

ନୂଆଦିଲ୍ଲୀ ୦୮।୦୩- କରୋନା ଭୂତାଣୁର ପ୍ରାଦୁର୍ଭାବ ସମଗ୍ର ଦେଶରେ ଦେଖିବାକୁ ମିଳିଛି। ଏହି ମାରାତ୍ମକ ରୋଗରୁ ରକ୍ଷା ପାଇବା ଲାଗି ସରକାର ଅନେକ ମହତ୍ଵପୂର୍ଣ୍ଣ ପଦକ୍ଷେପ ଉଠାଇବା ସହିତ ଲୋକଙ୍କୁ ସଚେତନ କରାଉଛନ୍ତି। ଅର୍ଥ ବ୍ୟବସ୍ଥାଠୁ ନେଇ କ୍ରୀଡା ଜଗତ ଉପରେ ଏହାର ଗୁରୁତର ପ୍ରଭାବ ପଡିଛି। ବଲିଉଡ ଇଣ୍ଡଷ୍ଟ୍ରୀ ଉପରେ ମଧ୍ୟ ଏହାର ପ୍ରଭାବ ପଡିବା ଆରମ୍ଭ ହୋଇ ଯାଇଛି। ଫଳ ସ୍ଵରୂପ ଅନେକ ଫିଲ୍ମର ସୁଟିଂ ବନ୍ଦ କରାଯାଇଛି। ସଲମାନ ଖାନଙ୍କ ଫିଲ୍ମ ରାଧେ ପରେ ଅକ୍ଷୟ କୁମାରଙ୍କ ପୃଥ୍ଵୀରାଜ ଏବଂ ଏବେ କରଣ ଜୋହରଙ୍କ ଫିଲ୍ମ ତଖତର ସୁଟିଂ ବାତିଲ କରାଯାଇଛି।

ସୂଚନା ଅନୁଯାୟୀ ଅକ୍ଷୟ କୁମାରଙ୍କ ଫିଲ୍ମ ପୃଥ୍ଵୀରାଜର ସୁଟିଂ ସ୍ଥଗିତ ରଖାଯାଇଛି। ଫିଲ୍ମର ସୁଟିଂ ରାଜସ୍ଥାନରେ ଚାଲିଥିଲା। କେବଳ ଏତିକି ନୁହଁ ଫିଲ୍ମର ସୁଟିଂ ରାଜସ୍ଥାନରୁ ମୁମ୍ବାଇ ସ୍ଥାନାନ୍ତର କରାଯାଇଛି। ଏହା ବ୍ୟତୀତ କରଣ ଜୋହରଙ୍କ ଫିଲ୍ମ ତଖତର ସୁଟିଂ ମଧ୍ୟ ନିକଟରେ ରଦ୍ଦ କରାଯାଇଛି। ଫିଲ୍ମର ସୁଟିଂ ଜୟପୁର ଓ ଜୟସଲମେରରେ ହେବାର ଥିଲା। କାର୍ତ୍ତିକ ଆର୍ଯ୍ୟନ ଓ କିୟାରା ଆଡଓ୍ଵାଣୀଙ୍କ ଫିଲ୍ମ ଭୁଲ ଭୁଲେୟା ୨ ସହିତ ମଧ୍ୟ ଏମିତି ହୋଇଛି। ଫିଲ୍ମର ସୁଟିଂ ରାଜସ୍ଥାନରେ ହେବାର ଥିଲା ମାତ୍ର କରୋନା କାରଣରୁ ଏହାର ସୁଟିଂ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଛି।

କେବଳ ଏତିକି ନୁହେଁ ଫିଲ୍ମର ସୁଟିଂ ବ୍ୟତୀତ  କରୋନା ଭୂତାଣୁର ପ୍ରଭାବ ନିକଟରେ ରିଲିଜ୍ ଫିଲ୍ମର କାରବାର ଉପରେ ମଧ୍ୟ ପଡିଛି। ବଡ ସହରରେ କରୋନା ଭୂତାଣୁର ଭୟରେ ଲୋକେ ଫିଲ୍ମ ଦେଖିବାକୁ ସିନେମାଘର ଯାଉ ନାହାନ୍ତି। ନିକଟରେ ରିଲିଜ୍ ହୋଇଥିବା ଟାଇଗର ଶ୍ରଫ ଓ ଶ୍ରଦ୍ଧା କପୁରଙ୍କ ଫିଲ୍ମ ବାଗି ୩ ସହିତ ଏମିତି ହୋଇଛି। ଫିଲ୍ମର  ବ୍ୟବସାୟ ଠିକ୍ ଠାକ୍ ଚାଲିଥିଲେ ମଧ୍ୟ ଯେତିକି ଆୟ କରିବା କଥା ଆଶା ମୁତାବକ ତାହା କରି ପାରୁନାହିଁ।

   Related Posts