କରୋନା ପ୍ରକୋପ: ସ୍ଥଗିତ ହୋଇପାରେ ଟୋକିଓ ଅଲିମ୍ପିକ,ଆଇଓସି ସହ ଚୁକ୍ତି କଲା ଜାପାନ

Published By : Prameya-News7 Bureau | March 03, 2020 IST

ଟୋକିଓ ୦୩।୦୩- ମାରାତ୍ମକ କରୋନା ଭୂତାଣୁ କେବଳ ଲୋକଙ୍କୁ ପ୍ରଭାବିତ କରିନାହିଁ ବରଂ ପୂରା ବିଶ୍ଵର ଅର୍ଥନୀତି ସମେତ କ୍ରୀଡା ଜଗତ ଏବଂ ଅନ୍ୟ କ୍ଷେତ୍ର ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପକାଇଛି। କରୋନା ଭୂତାଣୁ କାରଣରୁ ମାଲେସିଆରେ ହେବାକୁ ଥିବା ଆଜଲାନ ଶାହା ହକି ଟୂର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖିବାକୁ ପଡିଥିବା ବେଳେ ଏବେ ବିଶ୍ଵର ସବୁଠୁ ବଡ କ୍ରୀଡା ମହାକୁମ୍ଭ ଗ୍ରୀଷ୍ମକାଳୀନ ଅଲିମ୍ପିକ ଉପରେ ମଧ୍ୟ ଏହାର ଗ୍ରହଣ ଲାଗିବାକୁ ଯାଉଛି। କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ଦରକାର ପଡିଲେ ଟୋକିଓ ଅଲିମ୍ପିକକୁ ସ୍ଥଗିତ ରଖିବାକୁ ଅନୁମତି ଦେବା ପାଇଁ ଅନ୍ତରାଷ୍ଟ୍ରୀୟ ଅଲିମ୍ପିକ କମିଟି(ଆଇଓସି) ସହିତ ଚୁକ୍ତି କରିଛି ଜାପାନ। ଜାପାନ ଅଲିମ୍ପିକ ମନ୍ତ୍ରୀ ବର୍ଷର ଶେଷ ଆଡକୁ ଅଲିମ୍ପିକକୁ ଘୁଞ୍ଚା ଯାଇପାରେ ବୋଲି ମଙ୍ଗଳବାର ସୂଚନା ଦେଇଛନ୍ତି।

ଅଲିମ୍ପିକ କ୍ରୀଡା ୨୦୨୦ ମଧ୍ୟରେ କରାଯିବାକୁ ଚୁକ୍ତିରେ ଉଲ୍ଲେଖ କରାଯାଇଛି। ଜାପାନ ଅଲିମ୍ପିକ ମନ୍ତ୍ରୀ ସେଇକୋ ହାସିମୋଟୋ କହିଛନ୍ତି ଯେ, ପାର୍ଲିଆମେଣ୍ଟରେ ଏନେଇ ଆଲୋଚନା ହୋଇଛି। ଆୟୋଜନ ନେଇ ଆଇଓସି ସହିତ ହୋଇଥିବା ଚୁକ୍ତି ଅନୁଯାୟୀ, ଅଲିମ୍ପିକ କ୍ରୀଡାକୁ ବାତିଲ କରିବା କିମ୍ବା ସ୍ଥଗିତ ରଖିବାର ଅଧିକାର ଜାପାନ ପାଖରେ ରହିଛି। ଆଇଓସିର ସଭାପତି ଥୋମାସ ବାଚ୍ କରୋନା ଭୂତାଣୁର ପ୍ରକୋପ ପରେ ମଧ୍ୟ ଆମେ ଟୋକିଓ ଅଲିମ୍ପିକ ଆୟୋଜନ ନେଇ ସଂପୂର୍ଣ୍ଣ ପ୍ରସ୍ତୁତ ଏବଂ ସକ୍ଷମ ଥିବା ଗତ ସପ୍ତାହରେ କହିଥିଲେ।

{"id":232110,"sizeSlug":"large"}

ହାସିମମୋଟୋ କହିଛନ୍ତି ଯେ, ଏସବୁ ସତ୍ଵେ ବି ଜାପାନ ସରକାର ଓ ଟୋକିଓ ନିର୍ଦ୍ଧାରିତ ସମୟ ୨୦୨୦ ଜୁଲାଇ ୨୪ରେ ବିଶ୍ଵର କ୍ରୀଡା ମହାକୁମ୍ଭ ଅଲିମ୍ପିକର ଆୟୋଜନ ନେଇ ପ୍ରତିଶ୍ରୁତିବଦ୍ଧ। ଅଲିମ୍ପିକ ନେଇ ଆମର ପ୍ରସ୍ତୁତି ଭଲ ରହିଛି ଏବଂ ଏହା ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଆୟୋଜନ କରିବାକୁ ଚେଷ୍ଟା କରିବୁ ବୋଲି ସେ ପାର୍ଲିଆମେଣ୍ଟରେ କହିଛନ୍ତି।

ଶେଷ ଥର ଟୋକିଓ ଅଲିମ୍ପିକ ପ୍ରସ୍ତୁତି ପାଇଁ  ୧.୩୫ ଟ୍ରିଲିୟନ(୧୨.୫୧ ବିଲିୟନ ଡଲାର) ବଜେଟ୍ ରହିଥିଲା। ଅଦ୍ୟାବଧି ଜାପାନ ସରକାର ଅଲିମ୍ପିକ ଷ୍ଟାଡିୟମ ପାଇଁ ୧୨୦ ବିଲିୟନ ୟନ ଏବଂ ୨୦୨୦ ପାରା ଅଲିମ୍ପିକ ପାଇଁ ୩୦ ବିଲିୟନ ୟନ ଯୋଗାଇ ଦେଇଥିବା ହାସିମୋଟୋ  କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.