ପୁଣି ଚୀନ୍‌ରେ ବ୍ୟାପିଲାଣି କରୋନା, ବିଦେଶରୁ ଆସିଥିବା ଅଧିକାଂଶ ଲୋକ କରୋନା ପଜିଟିଭ

Published By : Prameya-News7 Bureau | April 14, 2020 IST

ବେଜିଂ ୧୪।୪: ସମଗ୍ର ବିଶ୍ବରେ ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସ୍ । କରୋନାର ମୁକାବିଲା ପାଇଁ ଅଧିକାଂଶ ଦେଶରେ ଲକ୍ ଡାଉନ୍ ଚାଲିଛି । ହେଲେ ଚୀନରେ ଲକ୍ ଡାଉନ୍ ଧୀରେ ଧୀରେ ହଟାଯାଉଛି। ଚୀନରେ ଲୋକମାନେ ବର୍ତ୍ତମାନ ସାଧାରଣ ଜୀବନକୁ ଫେରୁଛନ୍ତି । କିନ୍ତୁ ଏସବୁ ମଧ୍ୟରେ କରୋନା ପୁଣି ଥରେ ସେଠାରେ ନିଜର କାୟା ବିସ୍ତାର କରିବାକୁ ଆରମ୍ଭ କରିଦେଇଛି ।

{"id":253823,"width":579,"height":428,"sizeSlug":"large"}

ଦି ଗାର୍ଡିଆନର ରିପୋର୍ଟ ଅନୁଯାୟୀ, ଚୀନରେ ପୁଣି ଥରେ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ଚୀନ୍‌ର ଜାତୀୟ ସ୍ବାସ୍ଥ୍ୟ ଆୟୋଗ ଅନୁଯାୟୀ, ରବିବାର ସେଠାରେ ୧୦୮ଜଣ ନୂତନ କରୋନା ପଜିଟିଭ ରିପୋର୍ଟ ଆସିଛି । ଶନିବାର ଦିନ ୯୯ ଏବଂ ଶୁକ୍ରବାର ଦିନ ୪୬ ଜଣ ସଂକ୍ରମିତ ହୋଇଥିଲେ । ଏଥିମଧ୍ୟରୁ ୧୦ଜଣ ରୋଗୀ ଅଛନ୍ତି ଯେଉଁମାନେ ବିଦେଶରୁ ଫେରିଥିଲେ । ୭ କରୋନା ପଜିଟିଭ୍ ଚୀନ୍‌ର ହିଲୋଙ୍ଗଜିଆଙ୍ଗରୁ ଆସିଥିବା ବେଳେ ଏହା ଋଷର ସୀମା ନିକଟରେ ଅବସ୍ଥିତ । କର୍ତ୍ତୃପକ୍ଷ ଚୀନ୍ ଲୋକଙ୍କୁ କରୋନା ଭାଇରସ୍ ସହ ଋଷ ସୀମା ପାର ହୋଇ ଦେଶକୁ ଫେରୁଥିବା ଲୋକମାନଙ୍କ ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

{"id":253821,"sizeSlug":"large"}

ଚୀନର ସାଂଘାଇରେ ଋଷର ଏକ ବିମାନରେ ଆସିଥିବା ୫୧ ଜଣ ଚୀନ୍ ନାଗରିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହିପରି ୨୧ ଜଣ କରୋନା ରୋଗୀଙ୍କୁ ହିଲୋଙ୍ଗଜିଆଙ୍ଗ ପ୍ରଦେଶର ବୋଲି ଚିହ୍ନଟ କରାଯାଇଛି ।

{"id":253820,"sizeSlug":"large"}

ସୂଚନାଯୋଗ୍ୟ ଯେ ଉହାନ କର୍ତ୍ତୃପକ୍ଷ ପୂର୍ବରୁ ପ୍ରତିବନ୍ଧକକୁ ବାତିଲ କରିଦେଇଛନ୍ତି, କିନ୍ତୁ ହରବିନ ତଥା ସୀମାନ୍ତ ସହର ସୁଫିନା ସହରରେ ମଧ୍ୟ ଉହାନ ପଟକୁ ଲକ୍ ଡାଉନ୍ କରି ଦିଆଯାଇଛି । ଫେବୃଆରୀରେ ଋଷ ଚୀନରୁ ଯାତାୟତ କରୁଥିବା ସମସ୍ତ ବିମାନକୁ ବନ୍ଦ କରିଦେଇଥିବାରୁ ଲୋକମାନେ ଚୀନକୁ ଫେରିବା ପାଇଁ ଏହା ଏକ ପ୍ରମୁଖ ମାର୍ଗରେ ପରିଣତ ହୋଇଥିଲା ।

{"id":253819,"sizeSlug":"large"}

ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ହିଲୋଙ୍ଗଜିଆଙ୍ଗର ରାଜଧାନୀର ସୀମାନ୍ତ ସହର ସୁଇଫ୍ ଏବଂ ହରବିନରେ ଥିବା ବିଦେଶୀମାନଙ୍କୁ ୨୮ ଦିନିଆ କ୍ବାରେଣ୍ଟାଇନ ସହିତ ସମସ୍ତ ପ୍ରକାର ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.