ଲକ୍‌ଡାଉନ୍‌ ହଟିଲେ ଭାରତରେ ବିସ୍ଫୋରକ ରୂପ ନେଇପାରେ କରୋନା, ଚେତାବନୀ ଦେଲେ WHO ବିଶେଷଜ୍ଞ

Published By : Prameya-News7 Bureau | June 06, 2020 IST

ଜେନେଭା ୦୬।୦୬: ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଜଣେ ପ୍ରମୁଖ ବିଶେଷଜ୍ଞ ଭାରତକୁ ଚେତାବନୀ ଦେଇ କହିଛନ୍ତି ଲକ୍‌ଡାଉନ୍‌ ହଟିଲେ ଭାରତରେ କରୋନା ସଂକ୍ରମଣ ଉଦ୍‌ବେଗଜନକ ଭାବେ ବଢିପାରେ। ସେ କହିଛନ୍ତି ଭାରତରେ କରୋନା ମହାମାରୀକୁ ନେଇ ସ୍ଥିତି ଏବେ ବିସ୍ଫୋରକ ରୂପ ନେଇ ନାହିଁ। ମାତ୍ର ଦେଶ ଏବେ ଲକ୍‌ଡାଉନ୍‌ ହଟାଇବା ଦିଗରେ ବଢୁଥିବାରୁ କରୋନା ସଂକ୍ରମଣ ବଢିବାର ବିପଦ ରହିଛି। ଡବ୍ଲ୍ୟୁଏଚଓର ସ୍ଵାସ୍ଥ୍ୟ ଜରୁରୀକାଳୀନ କାର୍ଯ୍ୟକ୍ରମର କାର୍ଯ୍ୟକାରୀ ନିର୍ଦ୍ଦେଶକ ମିଶେଲ ରିୟାନ ଶୁକ୍ରବାର ଏହା କହିଛନ୍ତି।

ରିୟାନ  ଜେନେଭାରେ କହିଛନ୍ତି, ଭାରତର ବିଭିନ୍ନ ଅଞ୍ଚଳରେ ମହାମାରୀର ପ୍ରଭାବ ଅଲଗା ଅଲଗା ରହିଛି। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ମଧ୍ୟରେ ସ୍ଥିତିରେ ଫରକ ରହିଛି। ଦକ୍ଷିଣ ଏସିଆରେ କେବଳ ଭାରତ ନୁହେଁ ଅନ୍ୟ ଜନବହୁଳ ଦେଶ ବାଂଲାଦେଶ ଓ ପାକିସ୍ତାନରେ ମଧ୍ୟ ମହାମାରୀ ବିସ୍ଫୋରକର ରୂପ ନେଇ ନାହିଁ। ମାତ୍ର ଏମିତି ହେବାର ବିପଦ ଲାଗି ରହିଛି।

{"id":282055,"sizeSlug":"large"}

ରିୟାନ କହିଛନ୍ତି ଯେବେ ମହାମାରୀ ଉତ୍ପନ ହୁଏ ଏବଂ ସମୁଦାୟରେ ନିଜର ସ୍ଥିତି ମଜବୁତ କରି ନିଏ ତେବେ ଏହା ନିଜର ପ୍ରକୋପ ବିସ୍ତାର କରିଥାଏ। ଏମିତି ସ୍ଥିତି ଅନେକ ଦେଶରେ ଦେଖିବାକୁ ମିଳିଛି। ସେ କହିଛନ୍ତି, ଭାରତରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ପରି  ପଦକ୍ଷେପ ସଂକ୍ରମଣ ବ୍ୟାପିବାର ଗତିକୁ କମ୍‌ କରି ଦେଇଛି। ମାତ୍ର ଦେଶରେ ଗତିବିଧି ଆରମ୍ଭ ହେବା ସହିତ ବିପଦ ଲାଗି ରହିଛି।

ରିୟାନ କହିଛନ୍ତି ଭାରତରେ ଗତିବିଧି ଆରମ୍ଭ ହେବା, ଲୋକଙ୍କ ଗମନାଗମନ ପୁଣି ଥରେ ଆରମ୍ଭ ହେବା ପରେ ମହାମାରୀର ପ୍ରକୋପ ଅଧିକ ହେବାର ବିପଦ ରହିଛି। ଭାରତରେ ବଡ ସ୍ତରରେ ପଳାୟନ, ସହରାଞ୍ଚଳରେ ଘନ ଜନ ବହୁଳ ତଥା ଶ୍ରମିକଙ୍କୁ ପ୍ରତିଦିନ କାମରେ ଯିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିବା ପରି ଅନେକ ପ୍ରସଙ୍ଗ ରହିଛି।

{"id":282056,"sizeSlug":"large"}

ଭାରତ କୋଭିଡ୍-୧୯ ମହାମାରୀ ମାମଲାରେ ଇଟାଲୀକୁ ପଛରେ ପକାଇ ଦୁନିଆର ଷଷ୍ଠ ସବୁଠୁ ଅଧିକ ପ୍ରଭାବିତ ଦେଶରେ ପରିଣତ ହୋଇଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଶନିବାର ଦେଶରେ ଗୋଟିଏ ଦିନରେ ସର୍ବାଧିକ ମାମଲା ସାମ୍ନାକୁ ଆସିଛି। ୯,୮୮୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯୪ ଜଣଙ୍କ ପ୍ରାଣହାନୀ ଘଟିଛି। ଦେଶରେ ଅଦ୍ୟାବଧି ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨,୩୬,୬୫୭ ରହିଛି। ମହାମାରୀରେ ମୃତକଙ୍କ ସଂଖ୍ୟା ୬,୬୪୨ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.