କେଉଁ ବ୍ଲଡ ଗ୍ରୃପ୍ କରୋନା ଭାଇରସ୍ ପ୍ରତି କେତେ ସମ୍ବେଦନଶୀଳ? ପଢ଼ନ୍ତୁ ଗବେଷଣାର ତଥ୍ୟରେ କ’ଣ ରହିଛି ଯୁକ୍ତି…

Published By : Prameya-News7 Bureau | March 18, 2020 IST

ନୂଆଦିଲ୍ଲୀ ୧୮/୩: କରୋନା ଭାଇରସର ସଂକ୍ରମଣ ଦେଶବ୍ୟାପି ବୃଦ୍ଧି ପାଇବାରେ ଲାଗିଛି। ସମଗ୍ର ବିଶ୍ବରେ କରୋନା ଭାଇରସରେ ପାଖାପାଖି ୨ଲକ୍ଷ ଲୋକ ସଂକ୍ରମିତ ଥିବାର ଜଣା ପଡ଼ିଛି। ସେହିପରି ୭୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ସବୁଠୁ ଅଧିକ ମୃତ୍ୟୁ ଚୀନରେ ହୋଇଛି। ଚୀନର ଉହାନରୁ ଆରମ୍ଭ ହୋଇଥିବା ଏହି ଭାଇରସର ସଂକ୍ରମଣକୁ ନେଇ ଦେଶବ୍ୟାପି ଭିନ୍ନ ଭିନ୍ନ ଦେଶରେ ଅନେକ ଗବେଷଣା ଚାଲିଛି। ଚୀନର ଉହାନ ସହରର ହସ୍ପିଟାଲରେ ଭର୍ତ୍ତି ଥିବା ରୋଗୀଙ୍କ ଉପରେ ଅନେକ ଅଧ୍ୟୟନ ହୋଇଛି। ଏବେ ବ୍ଲଡ ଗ୍ରୃପ ସହ ଜଡ଼ିତ ଏକ ନୂଆ ଗବେଷଣା ସାମନାକୁ ଆସିଛି। ଯେଉଁଥିରେ କୁହାଯାଇଛି,କେଉଁ ବ୍ଲଡ ଗ୍ରୃପର ବ୍ୟକ୍ତିଙ୍କୁ କରୋନା ଭାଇରସ୍ ଯୋଗୁଁ ଅଧିକ ବିପଦ ରହିଛି ଏବଂ କେଉଁ ବ୍ଲଡ ଗ୍ରୃପର ବ୍ୟକ୍ତିଙ୍କୁ କମ୍ ଆଶଙ୍କା ରହିଛି। ଆସନ୍ତୁ ଜାଣିବା

କରୋନା ଭାଇରସର ସଂକ୍ରମଣକୁ ନେଇ ହୋଇଥିବା ଏହି ଅଧ୍ୟୟନରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି। ଯେଉଁ ବ୍ୟକ୍ତିଙ୍କ ବ୍ଲଡ ଗ୍ରୃପ୍ ଏ,ସେମାନଙ୍କୁ କରୋନା ସଂକ୍ରମଣର ଆଶଙ୍କା ଅଧିକ ରହିଛି। କିନ୍ତୁ ଏ ବ୍ଲଡ ଗ୍ରୃପ୍ ତୁଳନାରେ ଓ ବ୍ଲଡ ଗ୍ରୃପ୍ ଥିବା ବ୍ୟକ୍ତିଙ୍କୁ ଏହାର ଆଶଙ୍କା କମ୍ ରହିଛି। କରୋନା ଭାଇରସରେ ସଂକ୍ରମିତ ଏ ବ୍ଲଡ ଗ୍ରୃପ୍ର ବ୍ୟକ୍ତିଙ୍କ ମୃତ୍ୟୁ ସବୁଠୁ ଅଧିକ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.