କମୁଛି କରୋନା କୋପ, ବଢିଲା ବ୍ଲାକ ଫଙ୍ଗସ ଚିନ୍ତା : ମହାରାଷ୍ଟ୍ରରେ ୯୦ ମୃତ, ଦିଲ୍ଲୀ ଓ ଏମପିରେ ହାଇଆଲର୍ଟ

Published By : Prameya-News7 Bureau | May 21, 2021 IST

ନୂଆଦିଲ୍ଲୀ ୨୧/୫ : ଆମେରିକା ପରେ କରୋନାରେ ଯଦି କୌଣସି ଦେଶ ବେଶି ପ୍ରଭାବିତ ହୋଇଥାଏ । ତାହାଲେ ସେ ହେଉଛି ଭାରତ । ଏଠାରେ କରୋନାର ୨ୟ ଲହରରେ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ବି ରେକର୍ଡ କରୁଛି । ଏବେ ଦେଶରେ କରୋନା ସ୍ଥିତିରେ ସୁଧାର ଆସିଛି ସତ ହେଲେ ପରିସ୍ଥିତି ଏବେ ବି ଚିନ୍ତାଜନକ ରହିଛି । କାରଣ ଏବେ ଆତଙ୍କ ଖେଳାଇଛି ମହାମାରୀ ବ୍ଲାକ ଫଙ୍ଗସ ।

ମହାରାଷ୍ଟ୍ରରେ କରୋନା ସଙ୍କଟ ହ୍ରାସ ପାଉଥିବା ବେଳେ ଏବେ ନୂଆ ଟେନସନ ବ୍ଲାକ ଫଙ୍ଗସ ବା ମ୍ୟୁକୋରମାଇକସ୍ । ଏଥିପାଇଁ ଏଠାରେ ୯୦ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟରୁ ଜଣାପଡିଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଗୁରୁବାର କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟ ପାଇଁ ନୂଆ ବିପଦ ବ୍ଲାକ୍ ଫଙ୍ଗସ । ସେ କହିଛନ୍ତି ବର୍ତ୍ତମାନ ଚିକିତ୍ସା ପାଇଁ ଅଧିକ ମାତ୍ରାରେ ଔଷଧ ଆବଶ୍ୟକ ପଡୁଛି ।

ସେପଟେ ଗୋଆରେ କରୋନା ସଙ୍କଟ ମଧ୍ୟରେ ମଡଗାଓଁରେ ବ୍ଲାକ ଫଙ୍ଗସ୍ କାରଣରୁ ପ୍ରଥମ ମୃତ୍ୟୁ ଘରୋଇ ଡାକ୍ତରଖାନାରେ ହୋଇଛି । ହରିୟାଣା, ରାଜସ୍ଥାନ, ଓଡିଶା, ଆସାମ, ପଞ୍ଜାବ ଏବଂ ତେଲେଙ୍ଗାନା ଭଳି ରାଜ୍ୟରେ ବ୍ଲାକ ଫଙଗସକୁ ମହାମାରୀ ଘୋଷଣା କରାଯାଇଛି । ତେବେ ଏଭଳି ସ୍ଥିତିରେ ଦିଲ୍ଲୀ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଚିନ୍ତା ବଢାଇଲାଣି ମ୍ୟୁକୋରମାଇକସ୍ । କାରଣ ଏଠାରେ ସଂକ୍ରମଣ ମାତ୍ରା ହ୍ରାସ ପାଇଛି ସତ ହେଲେ ବ୍ଲାକ୍ ଫଙ୍ଗସ ତାର କରାଳ ରୂପ ଦେଖାଇବା ଆରମ୍ଭ କରିଦେଲାଣି । ଯାହାକି ବର୍ତ୍ତମାନ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଚ ହୋଇ ଛିଡା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.