Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

କଟକଣା ସତ୍ତ୍ଵେ ବେକାବୁ କରୋନ: ମହାରାଷ୍ଟ୍ରରେ ୬୮,୬୩୧ ନୂଆ ସଂକ୍ରମିତ ଚିହ୍ନଟ, ୫୦୩ ମୃତ

18/04/2021 at 9:44 PM

ମୁମ୍ବାଇ ୧୮/୪:  ଦେଶରେ କରୋନା ଭୂତାଣୁ ସଂକ୍ରମଣ ବେକାବୁ ହୋଇପଡ଼ିଥିବା ବେଳେ ମହାରାଷ୍ଟ୍ର ସ୍ଥିତି ସଙ୍ଗୀନ। ଗତ କିଛି ଦିନ ହେଲା ବହୁ ମାତ୍ରାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ରବିବାର ଜାରି କରାଯାଇଥିବା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ୬୮,୬୩୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୦୩ ଜଣଙ୍କ ଜୀବନ ନେଇଛି କରୋନା ଭୂତାଣୁ।

୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୪୫,୬୫୪ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ବ୍ୟତୀତ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୬୦,୪୭୩ ହୋଇଥିବା ବେଳେ ଏବେ ୬,୭୦,୩୮୮ ସକ୍ରିୟ ମାମଲା ଚିନ୍ତା ବଢ଼ାଇଛି। ସେପଟେ ମୟାନଗରୀ ମୁମ୍ବାଇରେ ୨୪ ଘଣ୍ଟାରେ ୮୪୭୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩ ଜଣ ମୃତ୍ୟବରଣ କରିଛନ୍ତି।

ଏବେ ମୁମ୍ବାଇରେ ୮୭,୬୯୮ ସକ୍ରିୟ ମାମଲା ରହିଛି। ଏହା ସହ ନାଗପୁରରେ ୭୧୦୭ ଏବଂ ଠାଣେରେ ୫,୨୭୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବିଭିନ୍ନ କଟକଣା ପରେ ବି ମହାରାଷ୍ଟ୍ରରେ  ଲଗାତାର କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତାରେ ସରକାର। ବର୍ତ୍ତମାନର ପରିସ୍ଥିତିକୁ ଦେଖିବା ପରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ମେ’ ପରେ ମଧ୍ୟ କରୋନା କଟକଣା ଲାଗିପାରେ।

   Related Posts