ଚିନ୍ତା ବଢାଇଲା କରୋନା: ହୁ ହୁ ବଢୁଛି ସଂକ୍ରମିତଙ୍କ ସଂଖ୍ୟା, ଇଟାଲୀକୁ ପଛରେ ପକାଇ ଷଷ୍ଠ ସ୍ଥାନକୁ ଉଠିଲା ଭାରତ

Published By : Prameya-News7 Bureau | June 05, 2020 IST

ନୂଆଦିଲ୍ଲୀ ୦୫।୦୬: ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଜୁନ୍‌ ମାସରେ ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ ସଂକ୍ରମିତ ହେଉଛନ୍ତି। ଏହି କ୍ରମରେ ଦୁନିଆରେ ସର୍ବାଧିକ କରୋନା ସଂକ୍ରମିତ ଦେଶ ତାଲିକାରେ ଭାରତ ଇଟାଲୀକୁ ପଛରେ ପକାଇ ଷଷ୍ଠ ସ୍ଥାନରେ ଆସି ପହଞ୍ଚିଛି। ଭାରତରେ ଆଜି ୭,୪୫୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପରେ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨,୩୪, ୧୬୩ ହୋଇଛି। ଅନ୍ୟପଟେ ଇଟାଲୀ ଷଷ୍ଠରୁ ସପ୍ତମକୁ ଖସିଛି। ଇଟାଲୀରେ ସଂକ୍ରମିତଙ୍କ ସଂଖ୍ୟା ୨,୩୪, ୦୧୩ ରହିଛି।

କିଛି ସମୟ ପୂର୍ବେ ଭାରତ ସପ୍ତମ ସ୍ଥାନରେ ଥିଲା। ଭାରତ ଉପରେ ଇଟାଲୀ ଥିଲା। ଇଟାଲୀରେ କରୋନା କେସ୍‌ ଥିଲା ୨,୩୪, ୦୧୩ ଏବଂ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଥିଲା ୨,୨୭,୨୭୩। ଏହା ପରେ ଆଜି ସାତ ହଜାରରୁ  ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ଭାରତ ଏହି ମାମଲାରେ ଇଟାଲୀକୁ ପଛରେ ପକାଇ ଦେଇଛି। ଭାରତରେ ସଂପ୍ରତି ସଂକ୍ରମିତଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢିବାରେ ଲାଗିଛି। ଏହା ପୂର୍ବରୁ ଗୋଟିଏ ଦିନରେ ଆଠ ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ। କିନ୍ତୁ ସ୍ଵାସ୍ଥ୍ୟ ବିଭାଗ କହିଛି ଯେ, ଦେଶରେ କରୋନାରୁ ଆରୋଗ୍ୟହାର ୪୭ ପ୍ରତିଶତ ରହିଛି। ଭାରତରେ କରୋନା  ଜନିତ ମୃତ୍ୟୁହାର ବହୁତ କମ ରହିଛି।

{"id":281786,"sizeSlug":"large"}

ଦେଶରେ ଅଦ୍ୟାବଧି ୬,୦୭୫ ଜଣଙ୍କ ମୃତ୍ୟୁ ଘଟିଛି। ଆଶ୍ଵସ୍ତିକର କଥା ୧,୦୪,୧୦୭ ରୋଗୀ କରୋନାକୁ ମାତ୍‌ ଦେବାରେ ସଫଳ  ହୋଇଛନ୍ତି। ସୁସ୍ଥତା ହାରରେ  ହ୍ରାସ ଘଟିଛି। ଏହା ୪୭.୯୯କୁ ପହଞ୍ଚି ଯାଇଛି। ଏବେ ଦେଶର ସମସ୍ତ ରାଜ୍ୟରୁ ରୋଗୀଙ୍କ ସଂଖ୍ୟା ସାମ୍ନାକୁ ଆସିବାରେ ଲାଗିଛି। ଅନେକ ରାଜ୍ୟ ଏମିତି ଅଛନ୍ତି, ଯେଉଁମାନେ କରୋନା ମୁକ୍ତ ହୋଇ ସାରିଥିଲେ, ମାତ୍ର ପ୍ରବାସୀଙ୍କ ଆଗମନ ପରେ ପୁଣୀ ଥରେ ସଂକ୍ରମିତଙ୍କ ସଂଖ୍ୟା ଛତୁ ଫୁଟିବା ପରି ଫୁଟିବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.