Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଲକ୍‌ଡାଉନ୍‌ କୋହଳ ପଡିଲା ମହଙ୍ଗା, ଦିଲ୍ଲୀରେ ୨୪ ଘଣ୍ଟାରେ ସର୍ବାଧିକ ୫୦୦ ସଂକ୍ରମିତ

19/05/2020 at 3:11 PM

ନୂଆଦିଲ୍ଲୀ ୧୯।୦୫: ରାଜଧାନୀ ଦିଲ୍ଲୀରେ କରୋନା ଭୂତାଣୁ ପ୍ରତିରୋଧ ଲାଗି ଜାରି ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ କୋହଳ ଦିଆଯିବା ବୁମେରାଂ ପାଲଟିଛି। ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୫୦୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ଏହା ଏ ପର୍ଯ୍ୟନ୍ତ ସର୍ବାଧିକ କେସ୍। ଏହାକୁ ମିଶାଇ ଦିଲ୍ଲୀରେ କରୋନା ସଂକ୍ରମିତ ସଂଖ୍ୟା ୧୦୫୫୪କୁ ବୃଦ୍ଧି ଘଟିଛି। ଏଥିରୁ ସକ୍ରିୟ ସଂକ୍ରମିତ ସଂଖ୍ୟା ୫୬୩୮ ରହିଛି। ମହାମାରୀ କରୋନାରେ ୧୬୬ ଜଣଙ୍କ ମୃତ୍ୟୁ ଘଟିଛି।

କଣ ଦିଲ୍ଲୀ ସରକାର ତରବରିଆ ଭାବେ ଲକ୍‌ଡାଉନ୍‌ରେ କୋହଳ ଦେଇଛନ୍ତି ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି, ସଂପ୍ରତି କରୋନା ସହିତ ହିଁ ବଞ୍ଚିବାକୁ ପଡିବ। କାରଣ ଏହାର ଚିକିତ୍ସା ନିକଟ ଭବିଷ୍ୟତରେ ଦେଖା ଯାଉ ନାହିଁ। ସେ କହିଛନ୍ତି ଯେ, ଦିଲ୍ଲୀକୁ ଧିରେ ଧିରେ ଖୋଲା ଯାଉଛି। ଏବେ ମେଟ୍ରୋ, ମଲ୍, ହଲ୍‌ ସଂପ୍ରତି ବନ୍ଦ ରହିଛି।

ଦିଲ୍ଲୀରେ ଅଦ୍ୟାବଧି ୧, ୪୫, ୮୫୪ ନମୂନା ଯାଞ୍ଚ କରାଯାଇଛି। ଯେଉଁଠୁ ତିନିରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛି ଦିଲ୍ଲୀ ସରକାର ସେହି ଅଞ୍ଚଳକୁ ହଟ୍‌ସ୍ପଟ୍‌ ଘୋଷଣା କରି ସିଲ୍‌ କରୁଛନ୍ତି। ଦିଲ୍ଲୀରେ ବର୍ତ୍ତମାନ ୭୦ କରୋନା କଣ୍ଟେନମେଣ୍ଟ ଜୋନ୍ ରହିଛି। ଏହି ସବୁ ଅଞ୍ଚଳକୁ ଦିଲ୍ଲୀ ସରକାର ପୋଲିସ୍ ସହାୟତାରେ ସିଲ୍‌ କରି ଦେଇଛି। କୌଣସି ବି କରୋନା କଣ୍ଟେନମେଣ୍ଟ ଜୋନ୍‌ରେ ଜଣେ ବି ଲୋକ ବାହାରକୁ ଆସି ପାରିବେ ନାହିଁ।

   Related Posts