Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

IMCT ରିପୋର୍ଟରୁ ଜଣା ପଡିଲା ମମତା ସରକାରଙ୍କ ପାରିବା ପଣିଆ, କରୋନା ମୃତ୍ୟୁହାରରେ ପଶ୍ଚିମବଙ୍ଗ ସବୁଠୁ ଆଗରେ

4/05/2020 at 6:06 PM

ନୂଆଦିଲ୍ଲୀ ୦୪।୦୫: କରୋନା ମହାମାରୀକୁ ନେଇ ପଶ୍ଚିମବଙ୍ଗରୁ ଚକିତ କରିବା ଭଳି ଖବର ସାମ୍ନାକୁ ଆସିଛି। ରାଜ୍ୟ ଗସ୍ତରେ ଆସିଥିବା ଆନ୍ତଃମନ୍ତ୍ରୀସ୍ତରୀୟ  କେନ୍ଦ୍ରୀୟ ଟିମ୍(IMCT) କୋଭିଡ୍-୧୯ ଜନିତ ମୃତ୍ୟୁ ମାମଲାରେ ପଶ୍ଚିମବଙ୍ଗର ମୃତ୍ୟୁ ହାର ଦେଶରେ ସର୍ବାଧିକ ୧୨.୮ ପ୍ରତିଶତ ରହିଛି। ଆଇଏମସିଟିର ସଦସ୍ୟ ଅପୂର୍ବ ଚନ୍ଦ୍ରା କହିଛନ୍ତି  ରାଜ୍ୟର ମୁଖ୍ୟ ସଚିବ ରାଜୀବ ସିହ୍ନାଙ୍କୁ ଏହି ବିଷୟରେ ସୂଚନା ଦିଆଯାଇଛି। ଅନ୍ୟପଟେ ଆଇଏମସିଟିର ରିପୋର୍ଟ ପରେ କେନ୍ଦ୍ର ଓ ମମତା ସରକାର ମଧ୍ୟରେ ଲଢେଇ ଆହୁରି ତୀବ୍ରତର ହୋଇଛି। ତୃଣମୂଳ ସାଂସଦ ଡେରେକ ଓ ବ୍ରାଏନ କେନ୍ଦ୍ର ସରକାରଙ୍କ ଉପରେ ହମଲା କରିଛନ୍ତି।

ଆଇଏମସିଟିର ସଦସ୍ୟ ଅପୂର୍ବ ଚନ୍ଦ୍ରା ରାଜ୍ୟର ମୁଖ୍ୟ ସଚିବ ରାଜୀବ ସିହ୍ନାଙ୍କୁ ନିଜର ଟିପ୍ପଣୀରେ କହିଛନ୍ତି, ଦେଶରେ କୋଭିଡ୍-୧୯ ମୃତ୍ୟୁ ହାର ମାମଲାରେ ପଶ୍ଚିମବଙ୍ଗ ୧୨.୮ ପ୍ରତିଶତ ସହିତ ଶୀର୍ଷରେ ରହିଛି। ଦିଲ୍ଲୀ ଫେରିବା ପୂର୍ବରୁ ସେ ଏହି ପତ୍ର ସିହ୍ନାଙ୍କୁ ଲେଖିଥିଲେ। ଚନ୍ଦ୍ରା ସ୍ପଷ୍ଟ କରିଛନ୍ତି, ମୃତ୍ୟୁହାର ବଢିବା ଏହା ସ୍ପଷ୍ଟ କରୁଛି ରାଜ୍ୟରେ କମ୍ ପରୀକ୍ଷଣ ହୋଇଛି ଏବଂ କରୋନା ସଂକ୍ରମିତଙ୍କ ଉପରେ ନଜର ରଖାଯିବା ଉପରେ ଅବହେଳା କରାଯାଇଛି। ମେଡିକାଲ ବୁଲେଟିନରେ କୋଭିଡ୍-୧୯ ଉପେ ରାଜ୍ୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଦିଆଯାଇଥିବା ତଥ୍ୟରେ ତାଳମେଳ ନାହିଁ। ଚନ୍ଦ୍ରାଙ୍କ ନେତୃତ୍ଵରେ କେନ୍ଦ୍ରୀୟ ଯାଞ୍ଚ ଟିମ୍ ଦୁଇ ସପ୍ତାହ କୋଲକାତାରେ ବିତାଇବା ପରେ ଦିଲ୍ଲୀ ଫେରିଛନ୍ତି।

କେନ୍ଦ୍ରକୁ ଦେବୁ ରିପୋର୍ଟ

ଆଇଏମସିଟିର ଦାର୍ଜିଲିଂ, ଜଳପାଇଗୁଡି ଓ କଲିମ୍ପୋଙ୍ଗର ଟିମ୍ ଲିଡର ବୀନିତ ଯୋଶୀ କହିଛନ୍ତି ଆମେ ୧୫ ଦିନ ପରେ ଆଜି ପଶ୍ଚିମବଙ୍ଗରୁ ଦିଲ୍ଲୀ ଫେରୁଛୁ। ଏହି ସମୟରେ ଆମେ ରାଜ୍ୟର ଅନେକ ସ୍ଥାନ ଗସ୍ତ କରିଛୁ। ସ୍ଥିତିର ସମୀକ୍ଷା କରି ରିପୋର୍ଟ ପ୍ରସ୍ତୁତ କରିଛୁ। ପ୍ରାଥମିକ ରିପୋର୍ଟରୁ ସ୍ପଷ୍ଟ ଯେ, ପଶ୍ଚିମବଙ୍ଗରେ କରୋନା ମହାମାରୀକୁ ନେଇ ବହୁତ ସୁଧାରର ଆବଶ୍ୟକତା ରହିଛି।

କେନ୍ଦ୍ରର ଆରୋପ ଆଧାରହୀନ

ତୃଣମୂଳ କଂଗ୍ରେସର ସାଂସଦ ଡେରେକ ଓ ବ୍ରାଏନ କହିଛନ୍ତି କେନ୍ଦ୍ର ସରକାର ପଶ୍ଚିମବଙ୍ଗ ଉପରେ ଲଗାଉଥିବା ଅସହଯୋଗର ଆରୋପ ଆଧାରହୀନ। ଆଶା କରୁଛୁ ଯେ, ବିଜେପି ନିଜର ଫର୍ଜି ଫ୍ୟାକ୍ଟ୍ରି ବନ୍ଦ କରିବ। ସେ କହିଛନ୍ତି, କେନ୍ଦ୍ରର ସ୍ଵାସ୍ଥ୍ୟ ଟିମ୍ ଗୋଟିଏ ପଶ୍ଚିମବଙ୍ଗକୁ ପଠାଇ ଥିବା ବେଳେ ଆଉ ଦୁଇଟି ଅନ୍ୟ ରାଜ୍ୟକୁ ପଠାଇଛି। ଏଥିରୁ ଜଣା ପଡୁଛି ଯେ, ପଶ୍ଚିମବଙ୍ଗରେ କୋଭିଡ୍-୧୯ ସ୍ଥିତି ଭଲ ରହିଛି।

   Related Posts