Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଚୀନକୁ ପୁଣି ନୂଆ ରୂପରେ ଫେରିଲା କରୋନା : ଏକ୍ସପର୍ଟଙ୍କ ଦାବି, ପୂର୍ବାପେକ୍ଷା ଅଧିକ କ୍ଷତିକାରକ

21/05/2020 at 10:14 AM

ବେଜିଙ୍ଗ ୨୧/୦୫ : ଚୀନରୁ ଆରମ୍ଭ ହୋଇ କରୋନା ଭାଇରସ ସାରା ଦୁନିଆକୁ ବିସ୍ତାର କଲା | କରୋନା ଭାଇରସ ଯୋଗୁଁ ସାରା ବିଶ୍ୱ ଆଜି ଚିନ୍ତାରେ | ତେବେ ଗତ କିଛି ଦିନ ହେଲା ଚୀନରେ କରୋନା ମାମଲା ଦେଖା ଦେଇନଥିଲା | କିନ୍ତୁ ଚୀନକୁ କରୋନା ପୁଣି ଲେଉଟିଛି | ମହାମାରୀ କରୋନା ଚୀନକୁ ପୁଣି ଫେରିବା ପରେ ଚୀନ ଡାକ୍ତରଙ୍କ ଚିନ୍ତା ବଢି ଯାଇଛି | ତେବେ ଚୀନକୁ ପୁଣି ଫେରିଥବା କରୋନା ବର୍ତ୍ତମାନ ରୂପ ବଦଳାଇ ଫେରିଛି | ବର୍ତ୍ତମାନ ଏହା ଉପରେ ଗବେଷଣା ହେଉଛି | କରୋନାର ଏହି ନୂଆ ରୂପକୁ ନେଇ ଚୀନ ଅତ୍ୟନ୍ତ ଚିନ୍ତିତ |

ଚୀନର ଜିଲିନ ଅଞ୍ଚଳରେ ବହୁ ମାତ୍ରାରେ ଟେଷ୍ଟିଙ୍ଗ କରାଯାଉଛି | ବୁହାନରେ ମଧ୍ୟ କରୋନା ଟେଷ୍ଟିଙ୍ଗ କରାଯାଉଛି | କାରଣ ନୂଆ ରୂପରେ ଆସିଥିବା କରୋନାକୁ ଚିହ୍ନିବା ସହଜ ହେଉନାହିଁ | ନ୍ୟାସନାଲ ହେଲ୍ଥ କମିଶନ ସଦସ୍ୟ କ୍ୟୁଇ ହାଇବୋଙ୍କ କହିବାନୁଯାୟୀ, ଏହି ନୂଆ କରୋନା ମାମଲା ସମ୍ପୂର୍ଣ ଭିନ୍ନ | ରୋଗ ବଢିବାର ଅବଧି ଅଧିକ ରହିଛି ଏବଂ ଏହି ଅବଧିରେ ରୋଗୀଙ୍କ ମଧ୍ୟରେ କୌଣସି ଲକ୍ଷଣ ଦେଖ ଦେଉନାହିଁ | ଲକ୍ଷଣ ପରିଲକ୍ଷିତ ହେଉନଥିବାରୁ ସଂକ୍ରମଣ ଖୁବ ସହଜରେ ବିସ୍ତାର କରିଥାଏ | ଏହି ନୂଆ କରୋନାରେ ଅଧିକାଂଶ ଲୋକଙ୍କୁ ଜ୍ୱର ମଧ୍ୟ ହେଉନାହିଁ କି ଶରୀରର ତାପମାତ୍ରା ବି ବାଡ଼ୁନାହିଁ | ରୋଗୀଙ୍କର କେବଳ ତଣ୍ଟିରେ ଯନ୍ତ୍ରଣା ହେଉଛି ଏବଂ ରୋଗୀ ହାଲିଆ ହେଇଯାଉଛନ୍ତି |

କ୍ୟୁଇ ହାଇବୋ ଚୀନର ନ୍ୟାସନାଲ ହେଲ୍ଥ କମିଶନର ମେଡିକାଲ ଟ୍ରିଟମେଣ୍ଟ ଏକ୍ସପର୍ଟ ଗ୍ରୁପର ସଦସ୍ୟ ଅଛନ୍ତି | ସେ ଦାବି କରିଛନ୍ତି ଯେ କରୋନା ପୁଣି ନୂଆ ରୂପରେ ଫେରିଛି | ଏବେ ପୂର୍ବ ଭଳି ପୀଡିତଙ୍କୁ ଜ୍ୱର, ଥଣ୍ଡା, କାଶ, ନିଶ୍ୱାସ ନେବାରେ ସମସ୍ୟା ଆଦି ହେଉନାହିଁ | ସେଥିପାଇଁ ଏହାର ସଂକ୍ରମଣ ଅଧିକ ବିପଦଜନକ | କିନ୍ତୁ ଏହା ପୂର୍ବାପେକ୍ଷା ଟିକିଏ କମ ଭୟଙ୍କର ବୋଲି ସେ କହିଛନ୍ତି | 

କ୍ୟୁଇ ହାଇବୋ କହିଛନ୍ତି ଯେ, ବୁହାନରେ ରୋଗୀଙ୍କ ଫୁସଫୁସ, କିଡନୀ, ଅନ୍ତନଳୀ, ହୃଦୟ ଆଦି କରୋନା ଯୋଗୁଁ ଅଧିକ ପ୍ରଭାବିତ ହେଉଥିଲା | କିନ୍ତୁ ବିଦେଶରୁ ଯେଉଁ କରୋନା ମାମଲା ସାମ୍ନାକୁ ଆସୁଛି ସେଥିରେ କେବଳ ଫୁସଫୁସରେ ଅଧିକ ସମସ୍ୟା ଦେଖା ଦେଉଛି |

ସରକାରୀ ତାଲିକା ଅନ୍ତର୍ଭୁକ୍ତ ଚୀନରେ ୮୨ ହଜାର ୯୬୫ ମାମଲା ରହିଛି | ଗତ ୨୪ ଘଣ୍ଟାରେ ଚୀନରେ ମାତ୍ରା ୫ଟି ନୂଆ ମାମଲା ସାମ୍ନାକୁ ଆସିଛି | କରୋନା ଯୋଗୁଁ ଚୀନରେ ୪ ହଜାର ୬୩୪ ଜଣଙ୍କର ମୃତ୍ୟୁ ହୋଇଥିବା ଚୀନ ଦାବି କରିଛି | ବର୍ତ୍ତମାନ ଚୀନରେ କେବଳ ୮୭ ଆକ୍ଟିଭ ମାମଲା ରହିଛି |

   Related Posts