ପ୍ରେମ ଆଗରେ ହାରିଗଲା କରୋନା ଭାଇରସ : ଚୀନା ଯୁବତୀଙ୍କୁ ବିବାହ କଲେ ମଧ୍ୟପ୍ରଦେଶର ଯୁବକ

Published By : Prameya-News7 Bureau | February 04, 2020 IST

ଭୋପାଳ ୦୪.୦୨-  ପ୍ରେମ ସତରେ ବଳିୟାନ । ନାଲି ଆଖି  ହେଉ ଅବା ହେଉ ଆଇନର ଭୟ, କିମ୍ବା ବଳ, ଦଣ୍ଡ କେହି ବି ପ୍ରେମ କୁ ପରାଜୀତ କରିପାରିବେନି । ଏପରିକି ଭୟଙ୍କର ଭୂତାଣୁ କରୋନା ଭାଇରସ୍‌ ବି ନୁହେଁ। ଏମିତି କହିବାର କାରଣଟି ହେଲା, ମଧ୍ୟପ୍ରଦେଶର ମାଣ୍ଡସରରେ ଘଟିଥିବା ଏକ ପ୍ରେମ ବିବାହ । ବେଜିଂର  ପ୍ରେମିକାଙ୍କୁ ବିବାହ କରିଛନ୍ତି ମାଣ୍ଡସରର ପ୍ରେମିକ । ଚୀନରେ କରୋନା ଭାଇରସର ଉତ୍ପତ୍ତି  ଯୋଗୁଁ ଆତଙ୍କ ବେଳେ ତଥା ଚୀନ୍‌କୁ ନଯିବାକୁ ସରକାରୀ ସ୍ତରରେ ଆଡଭାଇଜରି  ଜାରି ପରେ ବି  ଏପରି ବିବାହକୁ ନେଇ ଚର୍ଚ୍ଚା ।

ବେଜିଂର ଜିଆହୋ ୱାଙ୍ଗ୍ ମାଣ୍ଡସରରେ ତାଙ୍କ ଭାରତୀୟ ପ୍ରେମିକ ସତ୍ୟର୍ଥ ମିଶ୍ରାଙ୍କୁ ବିବାହ କରିଛନ୍ତି । ଦୀର୍ଘ ୪ ହଜାର ୫ ଶହ କିଲୋମିଟର ଆସି ତାଙ୍କ ପ୍ରେମିକଙ୍କ ସହ ଘର ବସାଇଛନ୍ତି ଜିଆହୋ । ରବିବାର ଅନୁଷ୍ଠିତ ହୋଇଛି ଏହି ବିବାହ ଉତ୍ସବ । ଆଉ ବିବାହ ଉତ୍ସବ ଅବସରରେ ଜିଆହୋ କହିଛନ୍ତି, ଭୟଙ୍କର କରୋନା ଭାଇରସ୍‌ ପ୍ରଭାବରୁ ସମସ୍ତଙ୍କୁ ସୁରକ୍ଷା ପାଇଁ ସେ ଇଶ୍ୱରଙ୍କୁ ପ୍ରାର୍ଥନା କରୁଛନ୍ତି ।

{"id":220160,"sizeSlug":"large"}

 ବେଜିଂରେ ପାଠ ପଢିବା ବେଳେ ପ୍ରେମ । ସତ୍ୟାର୍ଥ ମିଶ୍ର ସାମ୍ବାଦିକତାରେ ସ୍ନାତ୍ତୋକତ୍ତର ଛାତ୍ର ଏବଂ ଜିଆହୋ ମେକଅପ୍‌ ଆର୍ଟିଷ୍ଟ ଭାବେ ପାଠ୍ୟକ୍ରମ କରୁଥିଲେ । ପ୍ରେମରୁ ବିବାହ ଲାଗି ଦୁହେଁ ସ୍ଥିର କରିଥିଲେ । ତେବେ କରୋନା ଭାଇରସ କାରଣରୁ ଜିଆହୋଙ୍କ ପରିବାରର ଅଧିକ ଲୋକଙ୍କୁ ଭାରତ ଆସିବାକୁ ଅନୁମତି ମିଳିବାରେ ସମସ୍ୟା ହେଲା । ଏପରିକି ଜିଆହୋଙ୍କ ପରିବାର ବାହାଘର ଘୁଞ୍ଚାଇବା ମଧ୍ୟ ଚାହିଁଥିଲେ ।

ତେବେ  ଶେଷରେ ଦୁଇ ପରିବାରଙ୍କ ସହମତିରେ ଗତ ରବିବାରକୁ ଦିନ ଧାର୍ଯ୍ୟ ହେଲା ଏବଂ ଚୀନ୍‌ରୁ  ଆସିବାକୁ ଥିବା ୮ ଜଣଙ୍କ ମଧ୍ୟରୁ ୫ ଜଣ ଅତିଥିଙ୍କୁ ଅନୁମତି ମିଳିଲା , ତାହା ପୁଣି ବହୁ ଉଦ୍ୟମପରେ । ତେବେ ବିବାହ ବେଶ୍‌ ଧୂମଧାମରେ ହେଲା ଏବଂ ବିବାହ ମଣ୍ଡପରେ  ସଂସ୍କୃତ ମନ୍ତ୍ର ହିନ୍ଦି, ଚାଇନିଜ୍ ତଥା ଇଂରାଜୀରେ ଅନୁବାଦିତ ହୋଇ ଉଚ୍ଚାରିତ ହେଲା । ଦୁଇ ପରିବାର କରୋନା ଭାଇରସର ଭୟ ଏବଂ ଆଶଙ୍କାକୁ ଅଗ୍ରାହ୍ୟ କରିଥିବା ବେଳେ, ଉଭୟ ,ସତ୍ୟର୍ଥ ଏବଂ ଜିଆହୋ ୱାଙ୍ଗ କିଛି ଦିନ ଧରି ଭାରତରେ ଥିବା ପ୍ରକାଶ କରିଛନ୍ତି । ସତରେ ପ୍ରେମ ଆଗରେ ହାରିଗଲା କରୋନା ଭାଇରସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.