Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଉକୁଣୀ ଔଷଧରେ କରୋନାକୁ ଦେଇହେବ ବ୍ରେକ : ଅଷ୍ଟ୍ରେଲିଆ ଗବେଷକଙ୍କ ଦାବି

5/04/2020 at 7:53 PM

ମେଲବୋର୍ଣ୍ଣ ୦୫।୦୪: ସାରାବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ବର୍ତ୍ତମାନ ସୁଦ୍ଧା ସାରାବିଶ୍ୱରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମୃତକଙ୍କ ସଂଖ୍ୟା ୬୬ହଜାର ପାର ହୋଇସାରିଲାଣି । ତେବେ ସାରାବିଶ୍ୱର ବୈଜ୍ଞାନିକ, ଡାକ୍ତର , ବିଶେଷଜ୍ଞମାନେ କରୋନା ଭଳି ମହାମାରୀକୁ ରୋକିବା ପାଇଁ ଔଷଧ ପ୍ରସ୍ତୁତ କରିବାରେ ଲାଗିସାରିଲେଣି । କିନ୍ତୁ ଏହି ମହାମାରୀ ପାଇଁ ଔଷଧ ପ୍ରସ୍ତୁତ ଏତେ ସହଜ ନୁହେଁ ବୋଲି ଜଣାପଡିଛି । ଏମିତିକି କେହି କେହି କହୁଛନ୍ତି କରୋନା ପାଇଁ ଔଷଧ ପ୍ରସ୍ତୁତ ପାଇଁ ୧ବର୍ଷରୁ ଅଧିକ ସମୟ ଲାଗିବ । ତେବେ ଔଷଧ ପ୍ରସ୍ତୁତ ପାଇଁ ସାରାବିଶ୍ୱ ଲାଗିପଡିଥିବା ବେଳେ ଅଷ୍ଟ୍ରେଲିଆରୁ ଏକ ଖବର ଆସିଛି ।

ଅଷ୍ଟ୍ରେଲିଆର ମୋନାସ ୟୁନିଭରସିଟିର ଗବେଷକମାନେ ଦାବି କରିଛନ୍ତି ଯେ, ସେମାନେ ଉକୁଣୀମରା ଔଷଧରେ କରୋନା ଭାଇରସକୁ ନିପାତ କରିବାରେ ସଫଳ ହୋଇଛନ୍ତି । ସେମାନଙ୍କ ଅନୁସାରେ, ଉକୁଣୀ ମାରିବା ପାଇଁ ବ୍ୟବହାର କରାଯାଉଥିବା ଆଇଭରମେକଟିନର ଉପଯୋଗ କରି ସେମାନେ ଲାବ୍‌ ଭିତରେ କରୋନା ଭାଇରସକୁ ନିପାତ କରିଛନ୍ତି । ଏହି ଔଷଧର ମାତ୍ର ଗୋଟିଏ ଡୋଜ୍‌ ପ୍ରୟୋଗ କରାଯାଇଥିଲା ଏବଂ ଏହାର ୪୮ ଘଣ୍ଟା ଭିତରେ ସବୁ କରୋନା ଭାଇରସ କୋଷିକା ନଷ୍ଟ ହୋଇଯାଇଥିଲା । ଏହାର ପ୍ରୟୋଗ ଯୋଗୁ କରୋନା ଭାଇରସ କୋଷିକାରୁ ଆରଏନଏ ସମ୍ପୂର୍ଣ୍ଣ ଭାବେ ବାହାରି ଯାଉଥିଲା । ଫଳରେ ଭାଇରସ ନିଷ୍କ୍ରିୟ ହୋଇଯାଉଥିଲା । ଏମିତିକି ଏହି ଔଷଧ ଉପଯୋଗ କରିବାର ୨୪ ଘଣ୍ଟା ଭିତରେ ବି କରୋନା ଭାଇରସ କୋଷିକା ସଂଖ୍ୟାରେ ଯଥେଷ୍ଟ ହ୍ରାସ ପରିଲକ୍ଷିତ ହୋଇଥିଲା । ଏବେ ମଣିଷ ଉପରେ ଏହାର ପ୍ରୟୋଗ କରିବା ପାଇଁ ଯୋଜନା କରାଯାଇଛି । ଏଥିପାଇଁ ଆଉ ମାସେ ସମୟ ଲାଗିବ । ଗବେଷକମାନେ ସୂଚନା ଦେଇଛନ୍ତି କି ପୂର୍ବରୁ ଜିକା ଭାଇରସ, ଫ୍ଲୁ ଏବଂ ଏଚଆଇଭିର ନିରାକରଣ ପାଇଁ ବି ଏହି ଉକୁଣୀମରା ଔଷଧକୁ ବ୍ୟବହାର କରାଯାଇଛି ।

   Related Posts