Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

କରୋନା ପାଇଁ ଇଦ୍ ମାହୋଲ୍ ଫିକା : ତାଲାବନ୍ଦ ପାଇଁ ଘରେ ଘରେ ପାଳନ ହେଉଛି ଉତ୍ସବ

14/05/2021 at 7:38 AM

ନୂଆଦିଲ୍ଲୀ୧୪/୫: ମହାମାରୀ ପାଇଁ ଫିକା ପଡିଛି ଇଦ୍ ମାହୋଲ । ଭାଇରସ ଭୟରେ ସାରା ଦେଶରେ ପାଳନ ହେଉଛି ଇଦ୍ । କୋଭିଡ ଗାଇଡଲାଇନ ସହ ସାମାଜିକ ଦୂରତା ମାନିବାକୁ ସମସ୍ତଙ୍କୁ ମୌଲାନାମାନେ ଅନୁରୋଧ କରିଛନ୍ତି । ଦେଶ ତଥା ବିଶ୍ୱରେ ବିଭିନ୍ନ ପ୍ରାନ୍ତର ଲୋକମାନେ ଏହି ପର୍ବ ପାଳନ କରୁଛନ୍ତି । ଘରେ ବସି ତଥା ଭର୍ଚୁଆଲରେ ପରସ୍ପରକୁ ଶୁଭେଚ୍ଛା ଜଣାଉଛନ୍ତି ।

ଶାହି ଇମାମ ମୌଲାନା ମୁଫତି ମୁକରାମ କହିଛନ୍ତି ଯେ ଶାୱାଲଙ୍କ ପ୍ରଥମ ତାରିଖ (ଇସଲାମିକ କ୍ୟାଲେଣ୍ଡରର ଦଶମ ମାସ) ଶୁକ୍ରବାର ପଡିଥିଲେ ଇଦ୍ ପାଳନ ହୋଇଥାଏ । ଇଦ୍ ହେଉଛି ସୁଖର ପର୍ବ । ଇଦ୍ ପର୍ବ ପବିତ୍ର ରମଜାନ ମାସର ସମାପ୍ତିକୁ ଚିହ୍ନିତ କରେ । ସମଗ୍ର ବିଶ୍ୱରେ ଇଦ୍ ପାଳନ କରାଯାଏ । ଏହି ଦିନ ଲୋକମାନେ ପରସ୍ପରକୁ ଇଦ୍ ମୁବାରକ କୁହନ୍ତି ଏବଂ ପରସ୍ପର ପାଇଁ ପ୍ରାର୍ଥନା କରନ୍ତି । ଗତ ବର୍ଷ ଭଳି, ଏହି ବର୍ଷ ମଧ୍ୟ ଇଦରେ ରହିଛି କରୋନାର ଛାୟା । ତେଣୁ ଏହାକୁ ବିଶେଷ ସତର୍କତାର ସହିତ ପାଳନ କରିବାକୁ କୁହାଯାଉଛି। ସୋସିଆଲ ମିଡିଆ ଏବଂ କଲ୍ ମାଧ୍ୟମରେ ଲୋକମାନେ ପରସ୍ପରକୁ ଅଭିନନ୍ଦନ ଜଣାଉଛନ୍ତି ।

   Related Posts