Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||

କରୋନା ମଧ୍ୟରେ ଏଥିପାଇଁ ଶଙ୍ଖ ବଜାଇବାକୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କଣ ମିଳେ ଫାଇଦା

22/03/2020 at 9:36 PM

ନୂଆଦିଲ୍ଲୀ ୨୨।୦୩: ଚୀନର ଉହାନ ସୀମାକୁ ଡେଇଁ ସମଗ୍ର ଦୁନିଆରେ ଆତଙ୍କ ଖେଳାଇ ଥିବା କରୋନା ଭାଇରସକୁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ମହାମାରୀ ଘୋଷିତ କରି ସାରିଛି। ତଥ୍ୟ ଅନୁଯାୟୀ ପୂରା ଦୁନିଆରେ ଅଦ୍ୟାବଧି ୧୨ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୦ ହଜାରରୁ ଟପିଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟି ୩୫୦ରେ ପହଞ୍ଚିଥିବା ବେଳେ ୮ ଜଣଙ୍କ ମୃତ୍ୟୁ ଘଟିଛି।

ସଙ୍କଟର ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂରା ଦେଶରେ ଜନତା କର୍ଫ୍ୟୁ ଘୋଷଣା କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଆଜି ସନ୍ଧ୍ୟା ୫ଟାରେ ଘରର ବାଲକୋନୀ କିମ୍ବା ଗେଟରୁ ବାହାରି ଶଙ୍ଖ, ଘଣ୍ଟି , ତାଳି ଓ ଥାଳି ବଜାଇ କରୋନା ସହ ଲଢୁଥିବା ଲୋକଙ୍କ ପ୍ରତି କୃତଜ୍ଞତା ଜଣାଇବାକୁ ଅପିଲ କରିଥିଲେ। ଯାହାକୁ ସମଗ୍ର ଦେଶବାସୀ ସମର୍ଥନ ଜଣାଇ ଆଜି ଘର ବାହାରକୁ ଗୋଡ  ମଧ୍ୟ କାଢିନଥିଲେ। ଏହା ସହିତ ସନ୍ଧ୍ୟା ୫ଟାରେ ଦେଶବାସୀ ତାଳି, ଥାଳି, ଶଙ୍ଖ ଓ ଘଣ୍ଟ ବଜାଇ ନିଜର କୃତଜ୍ଞତା ଜଣାଇଥିଲେ।

ସାରା ଦୁନିଆ ଏଥିରେ ଆଚମ୍ବିତ ଯେ, ପ୍ରଧାନମନ୍ତ୍ରୀ ଶଙ୍ଖ  ବଜାଇବାକୁ କଣ ପାଇଁ କହିଲେ। ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଶଙ୍ଖ ବଜାଇବା ଲାଗି କଣ ପାଇଁ କହିଲେ ଏବଂ ଏହାର ପୌରାଣିକ ସହିତ ବୈଜ୍ଞାନିକ ମହତ୍ଵ କଣ ରହିଛି। ବିଜ୍ଞାନ ଅନୁସାରେ ଶଙ୍ଖ ବଜାଇବା ଶରୀରକୁ ଅନେକ ପ୍ରକାରର ଲାଭ ଦେଇଥାଏ।

ଫୁସଫୁସକୁ ମିଳିଥାଏ ଫାଇଦା

ଘରେ ପୂଜାପାଠ ସମୟରେ ଆପଣ ପଣ୍ଡିତ କିମ୍ବା ଘରର କୌଣସି  ବଡ ସଦସ୍ୟଙ୍କୁ ଶଙ୍ଖ ବଜାଇଥିବା ଦେଖିଥିବେ। ଶଙ୍ଖ ବଜାଇବା ସମୟରେ ଶରୀରର ସମସ୍ତ ଶକ୍ତି ଖଟାଇବାକୁ ପଡିଥାଏ। ଜୋରରେ ନିଃଶ୍ଵାସ ନେବାକୁ ପଡିଥାଏ। ଏହା ପରେ ଯାଇ ଶଙ୍ଖରୁ ସ୍ଵର ଶୁଭେ। ଏଥିରେ ଫୁସଫୁସର ଭଲ ବ୍ୟାୟାମ ହୋଇଥାଏ। ପୂଜାପାଠ ସମୟରେ ନିୟମିତ ଶଙ୍ଖ  ବଜାଇବା ଦ୍ଵାରା ଲୋକଙ୍କ ଗଳା ଓ ଫୁସଫୁସଜନିତ କୌଣସି ରୋଗ ହୁଏ ନାହିଁ। ଏହା ବ୍ୟତୀତ ଶଙ୍ଖ ଫୁଙ୍କିଲେ ମସ୍ତିଷ୍କ ସୁସ୍ଥ ରହେ।

ବାତାବରଣ ହୁଏ ପରିଷ୍କାର

ବୈଜ୍ଞାନିକ ଅନୁସାରେ ଶଙ୍ଖର ସ୍ଵର ବାତାବରଣ ପାଇଁ ବହୁତ ମହତ୍ଵପୂର୍ଣ୍ଣ ଅଟେ। ଶଙ୍ଖର ସ୍ଵରରୁ ବାତାବରଣ ପରିଷ୍କାର ହୋଇଥାଏ। ଏହା ସହିତ ବାୟୁରେ ଥିବା କୀଟାଣୁ ସମାପ୍ତ ହୋଇଥାଏ।

ହୃଦରୋଗ ସମସ୍ୟା କମ ରହେ

ଅନେକ ଗବେଷଣାରୁ ଜଣା ପଡିଛି ଯେ, ଶଙ୍ଖ ବଜାଇଲେ ହୃଦଘାତ ଜନିତ ସମସ୍ୟା ଓ ଫୁସଫୁସ ରୋଗ ହେବାର ସମ୍ଭାବନା କମ ହୋଇଥାଏ। ଏହା ସହିତ ଯାହାଙ୍କର କଥା କହିବାରେ ଅସୁବିଧା ହୁଏ ସେମାନଙ୍କୁ ଶଙ୍ଖ ବଜାଇବାକୁ ମଧ୍ୟ କୁହାଯାଏ।

   Related Posts