Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ସୂର୍ଯ୍ୟକିରଣରେ ନଷ୍ଟ ହେଲା କରୋନା ଭାଇରସ୍ ! ପରୀକ୍ଷଣର ଅନ୍ତିମ ଫଳାଫଳକୁ ଅପେକ୍ଷା

19/04/2020 at 3:52 PM

ଓ୍ବାଶିଂଟନ୍ ୧୯।୪: ଆମେରିକା ସରକାରଙ୍କ ଗୃହ ସୁରକ୍ଷା ବିଭାଗ ଦ୍ବାରା ହୋଇଥିବା ଏକ ପରୀକ୍ଷଣରୁ ଏହା ଜଣାପଡିଛି ଯେ ସୂର୍ଯ୍ୟକିରଣରେ କରୋନା ଭାଇରସକୁ ଖୁବ୍ ଶୀଘ୍ର ନଷ୍ଟ ହୋଇଗଲା । ଏହା ପରୀକ୍ଷଣର ପ୍ରାରମ୍ଭିକ ଫଳାଫଳ । ବିଭାଗ କହିଛି ଯେ, ପରୀକ୍ଷଣର ଅନ୍ତିମ ଫଳାଫଳ ଆସିବାକୁ ବାକି ଅଛି । ୟାହୁ ନ୍ୟୁଜ୍ ପରୀକ୍ଷଣ ସହିତ ଜଡିତ କିଛି ବିବରଣୀ ପାଇଛି ଯାହା ଏହା ପ୍ରକାଶ କରିଛି ।

ଏହାପୂର୍ବରୁ ମଧ୍ୟ ବୈଜ୍ଞାନିକମାନେ ଏହା ମତ ଦେଇଛନ୍ତି ଯେ, ଅଧିକ ତାପମାତ୍ରାରେ କରୋନା ଭାଇରସର ପ୍ରଭାବ କମିପାରେ କିମ୍ବା ନଷ୍ଟ ହୋଇପାରେ । ତଥାପି, ଏହା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଏହା ନିଶ୍ଚିତ ହୋଇନାହିଁ । ଆମେରିକାର ଗୃହ ସୁରକ୍ଷା ବିଭାଗ ପରୀକ୍ଷଣରୁ ଜଣାପଡିଛି ଯେ ଉଚ୍ଚ ତାପମାତ୍ରା ଏବଂ ଉଚ୍ଚ ଆର୍ଦ୍ରତା ମଧ୍ୟରେ କରୋନା ଭାଇରସ୍ ଅଧିକ ସମୟ ରହିନଥାଏ ।

ପରୀକ୍ଷଣର ଏକ ବିବରଣୀରେ ଏହା ଉଲ୍ଲେଖ କରାଯାଇଛି ଯେ, ଦିବାଲୋକରେ ବାହ୍ୟ ବସ୍ତୁର ସଂସ୍ପର୍ଶରେ ଆସି କରୋନା ସଂକ୍ରମଣ ହେବାର ଆଶଙ୍କା କମ୍ ଦେଖାଗଲା । ସେହିପରି ସୂର୍ଯ୍ୟକିରଣରେ ଭାଇରସ୍ ଶୀଘ୍ର ଲୋପ ପାଇଗଲେ । ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଯେଉଁ ସ୍ଥାନରେ ଆର୍ଦ୍ରତା କମ୍ ଥାଏ, ସେଠାରେ ସଂକ୍ରମଣର ଆଶଙ୍କା କମାଇବା ପାଇଁ ଅତ୍ୟଧିକ ସତର୍କତାର ଆବଶ୍ୟକତା ରହିଛି ।

ଆମେରିକାର ଗୃହ ସୁରକ୍ଷା ବିଭାଗର ଜଣେ ମୁଖପାତ୍ର ଡେଲି ମେଲକୁ କହିଛନ୍ତି ଯେ, ବିଭାଗ କରୋନା ବିରୋଧରେ ଲଢେଇ ଉପରେ କାମ କରୁଛି । ତେବେ ବିଭାଗର ନୀତି ଅନୁଯାୟୀ ସେ ଲିକ୍ ହୋଇଥିବା ଡକ୍ୟୁମେଣ୍ଟ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବେ ନାହିଁ ବୋଲି କହିଥିଲେ ।

ଏହାସହ କିଛି ଦିନ ପୂର୍ବରୁ, ଫ୍ରାନ୍ସର ଆକ୍ସ-ମାର୍ସେଲ ବିଶ୍ବବିଦ୍ୟାଳୟରେ କରାଯାଇଥିବା ଏକ ପରୀକ୍ଷଣରେ ଜଣାପଡିଛି ଯେ ୬୦ ଡିଗ୍ରୀ ତାପମାତ୍ରାରେ ଏହି ଭାଇରସର ପ୍ରଭାବ କିଛି ପରିମାଣରେ କମ୍ ହୋଇଯାଥାଏ, କିନ୍ତୁ ଉଚ୍ଚ ତାପମାତ୍ରାରେ ମଧ୍ୟ ଏହି ଭାଇରସ୍ ସଂକ୍ରମଣ ବିସ୍ତାର କରିବାରେ ସକ୍ଷମ ହୋଇଥାନ୍ତି ।

   Related Posts