ଉତ୍ତର ପୂର୍ବର ୨ଟି ରାଜ୍ୟରେ ଡେଲଟା ଭାରିଆଣ୍ଟ ଆତଙ୍କ, ମଣିପୁରର ୨୦ ମାମଲା ମଧ୍ୟରୁ ୧୮ଟି B.1.617.2

Published By : Prameya-News7 Bureau | June 20, 2021 IST

ନୂଆଦିଲ୍ଲୀ ୨୦/୬ : ଉତ୍ତର ଭାରତରେ ଆତଙ୍କ ସୃଷ୍ଟି କରିବା ପରେ ଉତ୍ତର ପୂର୍ବର ଦୁଇଟି ରାଜ୍ୟରେ କରୋନା ଭୂତାଣୁର ଡେଲଟା ପ୍ରକାର ଭାରିଆଣ୍ଟ ଚିହ୍ନଟ ହୋଇଛି । ମଣିପୁର ଏବଂ ମିଜୋରାମରେ ପ୍ରଥମ ଥର ପାଇଁ ଡେଲଟା ଭାରିଆଣ୍ଟର ମାମଲା ଦେଖିବାକୁ ମିଳିଛି । ସୂଚନାନୁସାରେ, ହାଇଦ୍ରାବାଦରେ ପରୀକ୍ଷିତ ୨୦ଟି ମାମଲା ମଧ୍ୟରୁ ୧୮ଟି ଡେଲଟା ଭାରିଆଣ୍ଟ ବୋଲି ଜଣାପଡିଛି ।

ମିଜୋରାମରେ ୪ଟି ମାମଲା ରହିଛି ଯାହାକି B.1.617.2ର ରୂପ । କୋଭିଡର ଏହି ଷ୍ଟ୍ରେନ୍ ବହୁତ ସଂକ୍ରାମକ ଏବଂ ମାରାତ୍ମକ ଅଟେ । ମିଜୋରାମର ଆଇଜାୱାଲ ଜିଲ୍ଲାରେ କରୋନାର ଡେଲଟା ଭାରିଆଣ୍ଟରେ ପୀଡିତ ୪ ରୋଗୀ ଚିହ୍ନଟ ହୋଇଛନ୍ତି । ଲୋକମାନଙ୍କର ନମୁନା ପରୀକ୍ଷା ପାଇଁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋମେଟିକାଲ୍ ଜେନୋମିକ୍ସକୁ ପଠାଯାଇଥିଲା ।

ଉଭୟ ରାଜ୍ୟର ତଥା ପଡୋଶୀ ରାଜ୍ୟରେ ମଧୁମେହ, କର୍କଟ ଏବଂ ଗୁରୁତର ରୋଗରେ ପୀଡିତ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସଂକ୍ରମଣର ଗୁରୁତର ଅବସ୍ଥାରେ ମ୍ୟୁକୋରମାଇକୋସିସ୍ ଦ୍ୱାରା ଲୋକମାନେ ପ୍ରଭାବିତ ହେବାର ଆଶଙ୍କା ଦୃଷ୍ଟିରୁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଟିକାକରଣ ଅଭିଯାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

WHO ମୁଖ୍ୟ ବୈଜ୍ଞାନିକ ସ୍ୱାମୀ ସ୍ୱାମୀନାଥନ୍ କହିଛନ୍ତି ଯେ ଡେଲ୍ଟା ଭାରିଆଣ୍ଟ ବିଶ୍ୱ ସଂକ୍ରମଣ ପାଇଁ ଅତ୍ୟଧିକ ଚିନ୍ତାର କାରଣ ଅଟେ । ଖବର ଅନୁଯାୟୀ, ବିଶ୍ୱର ୭୦ ରୁ ଅଧିକ ଦେଶରେ ଡେଲଟା ଭାରିଆଣ୍ଟର ମାମଲା ପଞ୍ଜିକୃତ ହୋଇଛି । ଜେନେଭାରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାମୀନାଥନ୍ କହିଛନ୍ତି ଯେ ଏହାର ଦ୍ରୁତ ବିସ୍ତାର ହେତୁ ଡେଲ୍ଟା ଭାରିଆଣ୍ଟ ବିଶ୍ୱବ୍ୟାପୀ ଅଧିକ ସଂକ୍ରାମକ ହେବାକୁ ଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.