Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ମହାକାଶ ଗବେଷଣା ଉପରେ ମହାମାରୀ ପ୍ରଭାବ: ଇାସ୍ରୋର ବ୍ୟାପକ କ୍ଷତି, ଚଳିତ ବର୍ଷ କମିଛି ବିଦେଶୀ ସାଟେଲାଇଟ୍ ଉତକ୍ଷେପଣ

14/12/2020 at 4:31 PM

ନୂଆଦିଲ୍ଲୀ ୧୪/୧୨ : କରୋନା ମହାମାରୀରେ ଦେଶର ଅର୍ଥବ୍ୟବସ୍ଥା ଭୁଷୁଡି ପଡିଛି । ଅନେକ ବ୍ୟବସାୟିକ କ୍ଷେତ୍ରରେ ଆର୍ଥିକ କ୍ଷତି ବ୍ୟାପକ ହୋଇଛି । ଭାରତୀୟ ମହାକାଶ ଗବେଷଣ ସଂସ୍ଥା (ISRO) ମଧ୍ୟ ମହାମାରୀ ମଧ୍ୟରେ ବ୍ୟାପକ କ୍ଷତି ସହିଛି । ଇସ୍ରୋ ପ୍ରତିବର୍ଷ ବିଦେଶୀ ସାଟେଲାଇଟ୍ ଲଞ୍ଚ କରିବା ସହିତ ଅନ୍ତାରୀକ୍ଷ କାର୍ଯ୍ୟକ୍ରମଗୁଡିକ ମାଧ୍ୟମରେ ବିପୁଳ ପରିମାଣର ଅର୍ଥ ରୋଜଗାର କରେ । କିନ୍ତୁ ଚଳିତ ବର୍ଷ ଏହି ରୋଜଗାର ଖସିଆସି ମାତ୍ର ୮ କୋଟି ରହିଛି । ମହାମାରୀ କାରଣରୁ ଅନେକ ଦେଶମାନଙ୍କରେ ହେବାକୁ ଥିବା ଅନ୍ତରୀକ୍ଷ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଯାହାଫଳ​‌ରେ କି ମହାକାଶ ଗବେଷଣା ସଂସ୍ଥା ଗୁଡିକର ବ୍ୟାପକ କ୍ଷତି ଘଟିଛି ।

ଆରଟିଆଇ କର୍ମୀ ରଂଜନ ତୋମାରଙ୍କ ଏକ ପ୍ରଶ୍ନର ଉତ୍ତରରେ ISRO ର ବାଣିଜ୍ୟିକ ବାହୁ ଆଣ୍ଟ୍ରିକ୍ସ କର୍ପୋରେସନ୍ କହିଛି ବର୍ଷ ୨୦୧୯-୨୦ରେ ମାତ୍ର ୮.୦୯ କୋଟି ରୋଜଗାର ହୋଇଛି । ୨୦୧୮-୧୯ ବର୍ଷରେ ୩୩୧.୯୭ କୋଟି ଟଙ୍କା ରୋଜଗାର କରିଥିଲା ISRO । ସେହିଭଳି ୨୦୧୭-୧୮ରେ ୨୩୯.୧୨ କୋଟି ଟଙ୍କା ରୋଜଗାର ହୋଇଥିବା  ISRO ପକ୍ଷରୁ ସୂଚନା ଦିଆଯାଇଛି ।

କରୋନା ମହାମାରୀ କାରଣରୁ ବିଭିନ୍ନ ମହାକାଶ ଗବେଷଣା ଜନୀତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା । କେବଳ ଭାରତ ନୁହେଁ ସମଗ୍ର ବିଶ୍ବର ବିଭିନ୍ନ ଦେଶରେ ଏହାର ପ୍ରଭାବ ପଡିଛି । ତେବେ ଏବେି ସ୍ଥିତି ସ୍ବାଭାବିକ ହୋଇନିଥିବାରୁ ଆଗାମୀ ଦିନ​‌ରେ ମହାକାଶ ଗବେଷଣା ସଂସ୍ଥାମାନେ ଆହୁରି କ୍ଷତି ସହିବା ଆଶଙ୍କା କରାଯାଉଛି ।   

   Related Posts