Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଥମିବାର ନାଁ ନେଉନି ‘କରୋନା’ : ମୃତ୍ୟୁ ସଂଖ୍ୟା ପହଞ୍ଚିଲାଣି ୭୧୯ରେ, ଏବେବି ଉହାନରେ ଅଛନ୍ତି ୮୦ ଭାରତୀୟ ଛାତ୍ରଛାତ୍ରୀ

8/02/2020 at 7:56 AM

ବେଜିଂ ୮।୨: ଥମିବାର ନାଁ ନେଉନି କରୋନା ଭାଇରସ୍ । ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି ଭୂତାଣୁ । ଗତକାଲି ମୃତ୍ୟୁ ସଂଖ୍ୟା ୬୩୬ ଥିବାବେଳେ ଆଜି ମୃତ୍ୟୁ ସଂଖ୍ୟା ୭୧୯ରେ ପହଁଞ୍ଚିଛି । ତେବେ ଆକ୍ରାନ୍ତଙ୍କ ସଂଖ୍ୟା୨୨ ହଜାର୧୧୨ରୁ ୨୪ ହଜାର ୯୫୩କୁ ବୃଦ୍ଧି ହୋଇଛି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଉହାନରେ ସର୍ବାଧିକ ୧୩ ହଜାର ୬୦୩ ଜଣ ଅଛନ୍ତି । ପ୍ରାୟ ୧୯ ହଜାର ଲୋକଙ୍କର ଚିକିତ୍ସା ଏବେ ଡାକ୍ତରଖାନାରେ ଚାଲିଥିବା ବେଳେ ୬୭ ହଜାରରୁ ଅଧିକ ଲୋକଙ୍କୁ ଡାକ୍ତରଙ୍କ ନିରୀକ୍ଷଣରେ ରଖାଯାଇଛି ।

ସେପଟେ ଏବେ ବି ୮୦ ଭାରତୀୟ ଛାତ୍ରଛାତ୍ରୀ ଚୀନର ଉହାନରେ ଅଛନ୍ତି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ଭାରତ ସରକାର ଚୀନର ଉହାନ ସହରକୁ ବିମାନ ପଠାଇ ପ୍ରାୟ ୬୩୮ ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିଥିଲେ ମଧ୍ୟ ଆଉ ୮୦ ଜଣ ଛାତ୍ରଛାତ୍ରୀ ସେଠାରେ ଏବେ ବି ରହିଛନ୍ତି ।

ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ଏହି ୮୦ ଜଣଙ୍କ ମଧ୍ୟରୁ ୭୦ ଜଣ ଭାରତ ଫେରିବାକୁ ରାଜି ହୋଇନଥିଲେ । ସେହିପରି ୧୦ ଜଣଙ୍କଠାରେ କରୋନା ଭାଇରସ୍ ସଂକ୍ରମଣର ସଂକେତ ଦେଖାଦେଇଥିବାରୁ ସେମାନଙ୍କୁ ବିମାନରେ ଚଢିବାକୁ ଅନୁମତି ଦିଆଯାଇନଥିଲା । ତେବେ ବେଜିଂରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସେମାନଙ୍କ ସହ ନିୟମିତ ଯୋଗାଯୋଗ ରଖାଯାଉଛି ବୋଲି ସେ କହିଛନ୍ତି ।

   Related Posts