Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଚୀନ୍‌ରେ ‘କରୋନା’ ନେଲାଣି ୪୨୫ଜଣଙ୍କ ଜୀବନ, WHO କହିଲା ଆହୁରି ବଢିପାରେ ସଂଖ୍ୟା

4/02/2020 at 8:16 AM

ନୂଆଦିଲ୍ଲୀ ୪।୨: ମହାମାରୀର ରୂପ ନେଲାଣି କରୋନା ଭାଇରସ୍ । ଚୀନରେ ସ୍ଥିତି ସଙ୍ଗୀନ୍ । ଚୀନ୍ ମିଡିଆ ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ୪୨୫ ଜଣଙ୍କର ମୃତ୍ୟୁ ହେଲାଣି । ୨୦ ହଜାରରୁ ଅଧିକ ଲୋକ ଏହି ଭାଇରସ୍ ରେ ଆକ୍ରାନ୍ତ ହୋଇଛନ୍ତି । ମୃତାକ୍ରାନ୍ତଙ୍କ ସଂଖ୍ୟା ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମଧ୍ୟ କହିଛି ଯେ, ମୃତାକ୍ରାନ୍ତଙ୍କ ସଂଖ୍ୟା ବଢିପାରେ ।

ଡବ୍ଲୁଏଚଓ ପୂର୍ବରୁ ଏହାକୁ ଗ୍ଲୋବାଲ୍ ଏମରଜେନ୍ସୀ ଘୋଷଣା କରିସାରିଛି । ଏହା ପ୍ରଥମେ ଚୀନ୍ ର ବୁହାନରେ ଜଣାପଡିଥିଲା । ଏପର୍ଯ୍ୟନ୍ତ ୨୫ଟି ଦେଶରେ ଏହି ରୋଗର ଭାଇରସ୍ ପହଞ୍ଚି ସାରିଲାଣି । ଭାରତ, ଆମେରିକା, ଜର୍ମାନୀ, ଇରାନ ଏବଂ ଶ୍ରୀଲଙ୍କା ସହ ଅନ୍ୟ ଦେଶ ଚୀନ୍ ରେ ଥିବା ନିଜ ନିଜ ଦେଶର ନାଗରିକଙ୍କୁ ଦେଶକୁ ଫେରାଇନ ନେଉଛି ।

ଭାରତରେ କରୋନା ଭାଇରସ୍ ଆକ୍ରାନ୍ତ ତୃତୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ତୃତୀୟ ବ୍ୟକ୍ତି ବି ସେହି କେରଳର । କରୋନା ଭାଇରସ୍ ଚିକିତ୍ସା ଶୈଳୀ ବାହାର କରିଥିବା ଦାବି କରିଛନ୍ତି ଥାଇଲାଣ୍ଡ ଡାକ୍ତର । ଥାଇଲାଣ୍ଡ ଡାକ୍ତରଙ୍କ କହିବା ଅନୁଯାୟୀ ସାଧାରଣ ଫ୍ଲୁ ପାଇଁ ଚିକିତ୍ସା ପଦ୍ଧତି ଏବଂ ଏଚଆଇଭିର ଚିକିତ୍ସାଶୈଳୀକୁ କକଟେଲ କରି ସେମାନେ କରୋନା ଚିକିତ୍ସାରେ ସଫଳତା ପାଇଛନ୍ତି । ଏପରିକି ଚୀନର ଡାକ୍ତରମାନେ ମଧ୍ୟ ଏହି ଚିକିତ୍ସା ଶୈଳୀକୁ ଆପଣାଇଛନ୍ତି । ଥାଇଲାଣ୍ଡରେ ୧୯ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୮ ଜଣ ଭଲ ହୋଇସାରିଲେଣି ।

   Related Posts