ଦେଶରେ ୧୧ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ, ୩୭୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

Published By : Prameya-News7 Bureau | April 15, 2020 IST

ନୂଆଦିଲ୍ଲୀ ୧୫।୪: ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୧୧ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୭୦୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧୧୪୩୯କୁ ବୃଦ୍ଧି ପାଇଛି । ଏହି ମାରାତ୍ମକ ଭାଇରସ୍ ସଂକ୍ରମିତ ହୋଇ ଏପର୍ଯ୍ୟନ୍ତ ୩୭୭ ଜଣ ପ୍ରାଣ ହରାଇଛନ୍ତି । ଏହି ଭାଇରସ୍ କବଳରୁ ୧୩୦୬ ଜଣ ସୁସ୍ଥ ହୋଇଛନ୍ତି ।

{"id":254426,"sizeSlug":"large"}

କରୋନା ଭାଇରସ୍ ଦ୍ବାରା ମହାରାଷ୍ଟ୍ର ଅଧିକ ପ୍ରଭାବିତ ହୋଇଛି । ଏପର୍ଯ୍ୟନ୍ତ ସେଠାରେ ୨୬୮୭ ଜଣ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫୯ ଜଣ ସୁସ୍ଥ ହୋଇଛନ୍ତି । ଦ୍ବିତୀୟ ସ୍ଥାନରେ ରହିଛି ଦିଲ୍ଲୀ । ଦିଲ୍ଲୀରେ ୧୫୬୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ କେବଳ ୫୧ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି ତାମିଲନାଡୁ ତୃତୀୟ ସ୍ଥାନରେ ରହିଛି । ସେଠାରେ ୧୨୦୪ ଜଣ ସଂକ୍ରମିତ ହୋଇଥିବା ବେଳେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ।

{"id":254427,"sizeSlug":"large"}

ସେହିପରି ଆନ୍ଧ୍ରପ୍ରଦେଶରେ ୪୮୩ ସଂକ୍ରମିତ (୯ ମୃତ୍ୟୁ), ଆଣ୍ଡାମାନ ଏବଂ ନିକୋବରରେ ୧୧ ସଂକ୍ରମିତ, ଅରୁଣାଚଳ ପ୍ରଦେଶରେ ଜଣେ ସଂକ୍ରମିତ, ଆସାମରେ ୩୨ ସଂକ୍ରମିତ (ଗୋଟିଏ ମୃତ୍ୟୁ), ବିହାରରେ ୬ ସଂକ୍ରମିତ (ଗୋଟିଏ ମୃତ୍ୟୁ), ଚଣ୍ଡିଗଡରେ ୨୧ ସଂକ୍ରମିତ, ଛତିଶଗଡରେ ୩୩ ସଂକ୍ରମିତ, ଗୋଆରେ ୭ ସଂକ୍ରମିତ, ଗୁଜୁରାଟରେ ୬୫୦ ସଂକ୍ରମିତ (୨୮ ମୃତ୍ୟୁ), ହରିୟାଣାରେ ୧୯୯ ସଂକ୍ରମିତ (୩ ମୃତ୍ୟୁ) ।

{"id":254428,"sizeSlug":"large"}

ସେହିଭଳି ହିମାଚଳ ପ୍ରଦେଶରେ ୩୩ ସଂକ୍ରମିତ (ଗୋଟିଏ ମୃତ୍ୟୁ), ଜାମ୍ମୁ କାଶ୍ମୀରରେ ୨୭୮ ସଂକ୍ରମିତ (୪ ମୃତ୍ୟୁ), ଝାଡଖଣ୍ଡରେ ୨୭ ସଂକ୍ରମିତ (୨ ମୃତ୍ୟୁ), କର୍ଣ୍ଣାଟକରେ ୨୬୦ ସଂକ୍ରମିତ (୧୦ ମୃତ୍ୟୁ), କେରଳରେ ୩୮୭ ସଂକ୍ରମିତ (୩ ମୃତ୍ୟୁ), ଲଦାଖରେ ୧୭ ସଂକ୍ରମିତ, ମଧ୍ୟପ୍ରଦେଶରେ ୭୩୦ ସଂକ୍ରମିତ (୫୦ ମୃତ୍ୟୁ), ମଣିପୁରରେ ୨ ସଂକ୍ରମିତ, ମେଘାଳୟରେ ଜଣେ ସଂକ୍ରମିତ, ମିଜୋରାମରେ ଜଣେ ସଂକ୍ରମିତ, ନାଗାଲାଣ୍ଡରେ ଜଣେ ସଂକ୍ରମିତ, ଓଡିଶାରେ ୬୦ ସଂକ୍ରମିତ (ଗୋଟିଏ ମୃତ୍ୟୁ) ।

{"id":254429,"sizeSlug":"large"}

ଏହା ବ୍ୟତୀତ ପୁଡୁଚେରୀରେ ୭ ସଂକ୍ରମିତ, ପଞ୍ଜାବରେ ୧୬୭ ସଂକ୍ରମିତ (୧୨ ମୃତ୍ୟୁ), ରାଜସ୍ଥାନରେ ୯୬୯ ସଂକ୍ରମିତ (୩ ମୃତ୍ୟୁ), ତେଲେଙ୍ଗାନାରେ ୬୨୪ ସଂକ୍ରମିତ (୧୭ ମୃତ୍ୟୁ), ତ୍ରିପୁରାରେ ୨ ସଂକ୍ରମିତ, ଉତ୍ତରାଖଣ୍ଡରେ ୩୭ ସଂକ୍ରମିତ, ଉତ୍ତରପ୍ରଦେଶରେ ୬୬୦ ସଂକ୍ରମିତ (୫ ମୃତ୍ୟୁ), ପଶ୍ଚିମବଙ୍ଗରେ ୨୧୩ ସଂକ୍ରମିତ (୭ ମୃତ୍ୟୁ) ରିପୋର୍ଟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.