ମାରାତ୍ମକ ହେଲାଣି କରୋନା ଭାଇରସ୍, ୧୩୬ଜଣଙ୍କ ମୃତ୍ୟୁ, ପ୍ରାୟ ୬ହଜାରରୁ ଅଧିକ ଲୋକ ଆକ୍ରାନ୍ତ

Published By : Prameya-News7 Bureau | January 29, 2020 IST

ବେଜିଂ ୨୯।୧: ମାରାତ୍ମକ କରୋନା ଭାଇରସ୍ ଯୋଗୁଁ ଏଯାଏଁ ଚୀନରେ ୧୩୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୬୦୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୩ ଶହ ଲୋକଙ୍କ ନିକଟରେ କୋରନା ଭାଇରସ୍ ଥିବା ଚିହ୍ନିତ କରାଯାଇଛି ।

ଚୀନରେ ଭୟଙ୍କର ରୂପ ନେଇଥିବାରୁ ଭାରତ, ଥାଇଲାଣ୍ଡ, ନେପାଳ, ଆମେରିକା, ତାଇୱାନ, ଭିଏତନାମ, ସିଙ୍ଗାପୁରରେ ସତର୍କ ଜାରି କରାଯାଇଛି । ଚୀନରୁ ଯାଉଥିବା ଲୋକଙ୍କୁ କିଛି ଦେଶରେ ସ୍ବାସ୍ଥ୍ୟ ଯାଞ୍ଚ କରାଯାଉଛି । ସେହିଭଳି ଭାଇରସକୁ ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।

ଚୀନରୁ ଅନ୍ୟ ଦେଶକୁ ସଂଯୋଗ କରୁଥିବା ବିମାନ ପ୍ରତି ମଧ୍ୟ ନଜର ରଖାଯାଇଛି । ଭାରତ ସରକାର ମଧ୍ୟ ବୁହାନ ସହରରେ ଫସିଥିବା ୨୫୦ରୁ ଅଧିକ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଭାବେ ବାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ବ୍ୟତୀତ ଏୟାରେପୋର୍ଟ, ରେଳ ଷ୍ଟେସନ ଓ ବନ୍ଦରଗୁଡ଼ିକରେ ଯାତ୍ରୀଙ୍କ ଉପରେ ନଜର ରଖିବାକୁ ଆଡଭାଇଜରୀ ଜାରି ହୋଇଛି ।

ଏପଟେ କରୋନା ଭାଇରସ୍ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ରାଜ୍ୟର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ କରୋନା ଭାଇରସରେ ସଂକ୍ରମଣକୁ ନେଇ ପ୍ରସ୍ତୁତ ରହିବାକୁ ସତର୍କ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ପ୍ରମୁଖ ହସ୍ପିଟାଲ ଗୁଡ଼ିକରେ ଆଇସୋଲେସନ୍ ୱାର୍ଡ଼ କରିବାକୁ କୁହାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.