Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||
  • ସୁନ୍ଦରଗଡ : ବାଲି ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
  • ||

ଦେଶରେ ବଢି ବଢି ଛାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା : ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି, ୫୦୦ଲୋକ ଆକ୍ରାନ୍ତ

24/03/2020 at 7:42 AM

ନୂଆଦିଲ୍ଲୀ ୨୪।୩: ସାରା ବିଶ୍ବରେ କରୋନା ଆତଙ୍କ । ଏହି ଭାଇରସ୍ ଆତଙ୍କ ଥମିବାର ନାଁ ନେଉନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ପ୍ରାୟ ୫୦୦ ଲୋକ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି । ଏଥି ମଧ୍ୟରୁ ୧୦ ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

କରୋନା ଭାଇରସ୍ ଦ୍ବାରା ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ହେଉଛି ମହାରାଷ୍ଟ୍ର ଏବଂ କେରଳ । ମହାରାଷ୍ଟ୍ରରେ ବର୍ତ୍ତମାନ ପର୍ଯ୍ୟନ୍ତ ୯୭ ଏବଂ କେରଳରେ ୯୫ ଜଣ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । କରୋନା କାରଣରୁ ୩୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ସକି ଡାଉନ୍ ଘୋଷଣା ହୋଇଛି । ୧୩୫ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶକୁ ଲକ୍ ଡାଉନ୍ କରାଯାଉଛି । ୫୪୮ ଜିଲ୍ଲାକୁ ଲକ୍ ଡାଉନ୍ କରାଯାଇଛି ।

କରୋନା ଭାଇରସ୍ ରେ ଆନ୍ଧ୍ରପ୍ରଦେଶରେ ୭, ବିହାରରେ ୨, ଛତିଶଗଡରେ ୬, ଦିଲ୍ଲୀରେ ୨୯, ଗୁଜୁରାଟରେ ୩୦, ହରିୟାଣାରେ ୨୮, ହିମାଚଳପ୍ରଦେଶ ୨, ଜମ୍ମୁକାଶ୍ମୀରରେ ୪, କର୍ଣ୍ଣାଟକରେ ୩୩, କେରଳରେ ୯୫, ଲଦାଖରେ ୧୩, ମଧ୍ୟପ୍ରଦେଶରେ ୬, ମହାରାଷ୍ଟ୍ରରେ ୯୭, ଓଡିଶାରେ ୨, ପୁଡୁଚେରୀ ଜଣେ, ପଞ୍ଜାବରେ ୨୩, ରାଜସ୍ଥାନରେ ୩୨, ତାମିଲନାଡୁରେ ୧୨, ତେଲେଙ୍ଗାନାରେ ୩୩, ଉତ୍ତରପ୍ରଦେଶରେ ୩୩, ଉତ୍ତରାଖଣ୍ଡରେ ୫ ଏବଂ ପଶ୍ଚିମବଙ୍ଗରେ ୭ ଜଣ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ଜଣଙ୍କର ମୃତ୍ୟୁ ହୋଇସାରିଛି । ୪୪ଜଣ ସୁସ୍ଥ ହୋଇ ଘରରୁ ଫେରିଛନ୍ତି ।

ଦେଶବ୍ୟାପୀ କରୋନା ଭାଇରସ୍ ରେ ୫୦୦ରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଲେଣି । କରୋନାରେ ସର୍ବାଧିକ ମହାରାଷ୍ଟ୍ରରେ ୯୭ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଦ୍ବିତୀୟରେ କେରଳରେ ୯୫ଜଣ ଆକ୍ରାନ୍ତ ହୋଇଛନ୍ତି । କେରଳରେ କାହାରି ବି ମୃତ୍ୟୁ ହୋଇନାହିଁ ।

   Related Posts