ଇଟାଲୀରେ କାୟା ବିସ୍ତାର କରୁଛି କୋରାନା, ୧୦୦୦ ଟପିଲା ମୃତ୍ୟୁସଂଖ୍ୟା

Published By : Prameya-News7 Bureau | March 13, 2020 IST

ନୂଆଦିଲ୍ଲୀ ୧୩।୩: ଇଟାଲୀରେ କୋରାନା ଭାଇରସ୍ ତାର କାୟା ବିସ୍ତାର କରିଚାଲିଛି । ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ଵେ ଏହି ରୋଗ ଇଟାଲୀରେ ନିୟନ୍ତ୍ରଣକୁ ଆସୁନାହିଁ। ଇଟାଲୀର କରୋନା ଭାଇରସରୁ ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ କରିସାରିଛି ।

ଗତ ୨୪ ଘଣ୍ଟା ମଧ୍ୟରେ, ଇଟାଲୀରେ କରୋନା ସଂକ୍ରମଣରେ ୧୮୯ଜଣଙ୍କର ମୃତ୍ୟୁ ହୋଇଛି। ଇଟାଲୀରେ କରୋନା ଭାଇରସରୁ ମୃତ୍ୟୁ ସଂଖ୍ୟା ମାତ୍ର ଦୁଇ ସପ୍ତାହ ମଧ୍ୟରେ ୧୦୧୬ କୁ ବୃଦ୍ଧି ପାଇଛି।

ଇଟାଲୀରେ ମୃତକଙ୍କ ସଂଖ୍ୟା ବର୍ତ୍ତମାନ ଚୀନ୍ ତୁଳନାରେ କମ୍ ରହିଛି। ବୁଧବାର ଏବଂ ଗୁରୁବାର ଦିନ ଇଟାଲୀରେ କରୋନା ଭାଇରସ୍ କାରଣରୁ ୧୮୯ ଜଣଙ୍କର ମୃତ୍ୟୁ ଘଟିଛି । ଯାହା ଇଟାଲୀର ୧୯୬ ଦିନର ରେକର୍ଡ ଠାରୁ ଟିକେ କମ୍ ଅଟେ । ଇଟାଲୀରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୨୩୧୩ରୁ ୨୬୫୧କୁ ବୃଦ୍ଧି ପାଇଛି |

ଦକ୍ଷିଣ କୋରିଆରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୪ଟି ନୂଆ କରୋନା ଭାଇରସ୍ ସଂକ୍ରମଣ ହୋଇଥିବା ରିପୋର୍ଟ ହୋଇଛି, ଫଳରେ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୭୮୬୯କୁ ବୃଦ୍ଧି ପାଇଛି । ଏଥିସହ କୋଭିଡ -୧୯ ସଂକ୍ରମିତ ୫ ଜଣଙ୍କ ମୃତ୍ୟୁ ପରଠାରୁ ମୃତ୍ୟୁ ସଂଖ୍ୟା ୬୬କୁ ବୃଦ୍ଧି ପାଇଛି।

ଏକ ନ୍ୟୁଜ୍ ଏଜେନ୍ସି ରିପୋର୍ଟରେ କୁହାଯାଇଛି ଯେ, ଚିକିତ୍ସା ପାଇଁ ବିଚ୍ଛିନ୍ନ ହୋଇ ରହିଥିବା ୪୫ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ। ଏହାପରେ ସଂକ୍ରମଣରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ୩୩୩କୁ ବୃଦ୍ଧି ପାଇଛି |

ଡିସେମ୍ବର ୨୦୧୯ରେ ଆରମ୍ଭ ହୋଇଥିବା କରୋନାରେ ଏପର୍ଯ୍ୟନ୍ତ ୧ ଲକ୍ଷ ୨୭ ହଜାର ୭୦ ରୋଗୀ ବିଶ୍ୱରେ ଦେଖାଦେଇଛନ୍ତି। ଏହି ରୋଗରେ ଆକ୍ରାନ୍ତ ହୋଇ ୪୬୮୭ ଜଣଙ୍କର ମୃତ୍ୟୁ ହୋଇଛି । ୧୧୫ଟି ଦେଶରେ କରୋନା ଭାଇରସ୍ ବ୍ୟାପିଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.