Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||
  • ରାଜ୍ୟର ୪ ବରିଷ୍ଠ ଆଇଏଏସଙ୍କୁ ପ୍ରମୋସନ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି
  • ||
  • କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ, ୧୩ଟି ବୁଥରେ ମତଦାନ
  • ||

ଅଣାୟତ୍ତ ହେଲାଣି କରୋନା ଭାଇରସ୍, ଚୀନ୍‌ରେ ୮୦ ମୃତ, ୨୭ଶହରୁ ଅଧିକ ଆକ୍ରାନ୍ତ

27/01/2020 at 9:27 AM

ବେଜିଙ୍ଗ ୨୭।୦୧: ଦିନକୁ ଦିନ ଭୟଙ୍କର ରୂପ ନେଉଛି କରୋନା ଭାଇରସ୍‌।  ଚୀନରେ କରୋନା ଭାଇରସ୍ ନେଲାଣି ୮୦ ମୁଣ୍ଡ ।  ଏହି ମାରାତ୍ମକ ଭୂତାଣୁ ଚୀନରେ ୮୦ ଜଣଙ୍କ ଜୀବନ ନେଇସାରଥିବା ବେଳେ  ୨୭ଶହରୁ ଅଧିକ ଲୋକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ମେଡ଼ିକାଲର ସ୍ବତନ୍ତ୍ର ଓ୍ବାର୍ଡରେ ଚିକିତ୍ସିତ କରାଯାଉଛି  ।  ସଂକ୍ରମିତ ହୋଇଥିବା ଲୋକମାନଙ୍କ ମଧ୍ୟରୁ ୪୬୧ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି । ଚୀନ୍‌ର ୨୫ଟି ପ୍ରାନ୍ତିୟ ଅଞ୍ଚଳରେ ସ୍ବାସ୍ଥ୍ୟ ଜନିତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

ଚୀନ ପରେ  ସାରା ବିଶ୍ବକୁ ଘାରିଛି  ଭୟଙ୍କର ରୂପ ଧାରଣ କରିଥିବା କରୋନା ଭାଇରସ  । ଚୀନର ଉଆନ ପ୍ରଦେଶରୁ କରୋନା ଭାଇରସ ବ୍ୟାପୁଥିବାରୁ ଏବେ ଏହି ଅଞ୍ଚଳକୁ ଜଳ ସ୍ଥଳ, ଆକାଶରେ ଏକ ଘରିକିଆ କରାଯାଇଛି । କୌଣସି ବ୍ୟକ୍ତିଙ୍କ ସହର ବାହାରକୁ ଛଡାଯାଉାହିଁ । ସମ୍ପୂର୍ଣ୍ଣ ସହରକୁ ସିଲ୍ କରିଦିଆଯାଇଛି ।

ସେହିପରି ଅଷ୍ଟ୍ରେଲିଆ, ଆମେରିକା, କୋରିଆ, ଫ୍ରାନ୍ସ ଭଳି ଦେଶ ଗୁଡିକ କରୋନା ଭାଇରସ ନେଇ ଭୟଭୀତ ହୋଇ ପଡିଛନ୍ତି । ଚୀନରେ କରୋନା ଭୂତାଣୁର ଭୟାବହତାକୁ ଦେଖି ଭାରତ ସରକାର ମଧ୍ୟ ଆଗୁଆ ସତର୍କତା ନେଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ୭ଟି ରାଜ୍ୟକୁ ସ୍ବତନ୍ତ୍ର ଟିମ୍ ପଠାଇଛି । ସମସ୍ତ ରାଜ୍ୟର ବିମାନ ବନ୍ଦରରେ ସ୍ବତନ୍ତ୍ର ସ୍କ୍ରିନିଂ ସେଣ୍ଟର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଓଡ଼ିଶାର ଦୁଇଟି ବିମାନ ବନ୍ଦରରେ ରାଜ୍ୟ ସରକାର ସ୍ବତନ୍ତ୍ର ନିର୍ଦେଶାବଳୀ ଜାରି କରିଛନ୍ତି । ଝାରସୁଗୁଡା ବିମାନବନ୍ଦର ଦେଇ ସିଧାସଳଖ କୋଲକାତା ଓ ନୂଆଦିଲ୍ଲୀକୁ ବିମାନ ଚଳାଚଳ କରୁଛି ।  ଚୀନ, ହଂକଂ ଓ ଥାଇଲାଣ୍ଡରୁ ଫେରୁଥିବା ଯାତ୍ରୀଙ୍କ ଠାରେ ସନ୍ଦିଗ୍ଧ ଭୁତାଣୁ କାଳେ ଥିବା ଆଶଙ୍କାରେ , ସେମାନଙ୍କୁ ପରୀକ୍ଷା କରାଯାଉଛି । ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ଏୟାରପୋର୍ଟ ଗୁଡିକରେ ସମସ୍ତ ବ୍ୟବସ୍ଥା କରାଯାଇଛି । କରୋନା ପ୍ରତିକାର ଓ ପ୍ରତିରୋଧ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବଙ୍କ  ସାମ୍ବାଦିକ ସମ୍ମିଳନୀ ଆଜି ମଧ୍ୟାହ୍ନରେ ହେବ ।

   Related Posts