ଏକ ସଙ୍ଗେ ଜଳିଲା ୫୦ କରୋନା ରୋଗୀଙ୍କ ଜୁଇ, ଭିଡିଓ ଭାଇରାଲ

Published By : Prameya-News7 Bureau | July 24, 2020 IST

ହାଇଦ୍ରାବାଦ ୨୪।୦୭: ଦେଶରେ କରୋନା ପ୍ରକୋପ ଜାରି ରହିଛି। ଏହା ମଧ୍ୟରେ ହାଇଦ୍ରାବାଦରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହାକୁ ଦେଖି ଲୋକେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ଏଠାରେ ଏକ ମଶାଣୀରେ ଏକ ସଙ୍ଗେ ୫୦ କରୋନା ରୋଗୀଙ୍କ ଶବ ଦାହ କରାଯାଇଛି। ଏହାର ଭିଡିଓ ସଂପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।

ଏହି ଘଟଣା ଜୁନ ୨୧ର ହୋଇଥିବା କୁହାଯାଉଛି। ହାଇଦ୍ରାବାଦର ଇଏସଆଇ ମଶାଣିରୁ ସାମୂହିକ ଦାହ ସଂସ୍କାରର ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିରୋଧୀ ଦଳ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ସରକାର ମୃତ୍ୟୁର ବାସ୍ତବ ତଥ୍ୟ ଲୁଚାଇବା ଏବଂ ତଥ୍ୟ ହେରଫର କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି।

wp:html /wp:html

ବିବାଦ ବଢୁଥିବା ଦେଖି ସ୍ଵାସ୍ଥ୍ୟ ବିଭାଗ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସ୍ଵାସ୍ଥ୍ୟ ବିଭାଗ ସାମୂହିକ ଦାହ ସଂସ୍କାରକୁ ସ୍ଵୀକାର କରିଥିଲେ ମଧ୍ୟ କରୋନା ତଥ୍ୟ ହେରଫେରକୁ ଖଣ୍ଡନ କରୁଛନ୍ତି। ଇଏସଆଇ ମଶାଣିର ଭିଡିଓ ଉପରେ ଚିକିତ୍ସା ଶିକ୍ଷାର ନିର୍ଦ୍ଦେଶକ ଡ. କେ ରମେଶ ରେଡ୍ଡୀ କହିଛନ୍ତି କରୋନା ଶବକୁ ନେବାରେ ସମସ୍ୟା ହେବା କାରଣରୁ ଏକ ସଙ୍ଗେ ୫୦ରୁ ଅଧିକ ଶବର ଅନ୍ତିମ ସଂସ୍କାର କରାଯାଇଛି।

ଏହି ସବୁ ବ୍ୟକ୍ତିଙ୍କ ଦୁଇ ତିନି ତଳେ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ସାମାଜିକ ଗଣମାଧ୍ୟମରେ ଲୋକ କ୍ଷୁବ୍ଧ ହୋଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.