ଶିଶୁଙ୍କୁ କରୋନା ଭାଇରସ୍, ଜରୁରୀକାଳୀନ ଚେତାବନୀ ଜାରି କଲେ ଡାକ୍ତର
27/04/2020 at 4:19 PM

ନୂଆଦିଲ୍ଲୀ ୨୭।୦୪: ଶିଶୁଙ୍କ ଠାରେ ଦେଖା ଦେଇଥିବା ନୂତନ କରୋନା ଭାଇରସ୍ ସମ୍ବନ୍ଧିତ ସ୍ଥିତିକୁ ନେଇ ୟୁକେ ଡାକ୍ତର ଜରୁରୀକାଳୀନ ଚେତାବନୀ ଜାରି କରିଛନ୍ତି। ଚେତାବନୀରେ କୁହାଯାଇଛି ଯେ, ସବୁ ବୟସର ପିଲାଙ୍କଠାରେ କରୋନା ଭାଇରସ୍ ସଂକ୍ରମଣ ଦେଖିବାକୁ ମିଳିଛି। ଫଳରେ ଗତ ତିନି ସପ୍ତାହ ହେବ ଲଣ୍ଡନ ଓ ବ୍ରିଟେନର ଅନ୍ୟ କ୍ଷେତ୍ରରେ ଆବଶ୍ୟକ ବହୁ ପ୍ରଣାଳୀ ଚିକିତ୍ସା ବ୍ୟବସ୍ଥାର ଆବଶ୍ୟକତା ବଢି ଯାଇଛି।
ରବିବାର ସନ୍ଧ୍ୟାରେ ପାଇଡିୟାଟ୍ରିକ ଇନଟେନସିଭ କେୟାର ଦ୍ଵାରା ଜାରି ତଥ୍ୟରୁ ଏନଏଚଏସ ଇଂଲଣ୍ଡ ଆଲର୍ଟ କରିଛି ଯେ, ୟୁକେରେ ସବୁ ବୟସର ପିଲାଙ୍କଠାରେ ନୂତନ ପ୍ରକାର କରୋନା ଭାଇରସ୍ ଦେଖିବାକୁ ମିଳିଛି। ଏହା ସହିତ ସଂକ୍ରମିତଙ୍କଠାରେ କରୋନାର ଲକ୍ଷଣ ମଧ୍ୟ ଦେଖିବାକୁ ମିଳୁନି।
ଏହାର ସଠିକ୍ ତଥ୍ୟ ମିଳିନାହିଁ ଯେ, କେତେ ଶିଶୁ କରୋନାରେ ପ୍ରଭାବିତ ହୋଇଛନ୍ତି। କୁହାଯାଉଛି ଯେ, ଅଳ୍ପ ଶିଶୁ କରୋନାରେ ସଂକ୍ରମିତ ହୋଇଥାଇ ପାରନ୍ତି। ଯଦି ସଂକ୍ରମିତଙ୍କ ସଂଖ୍ୟା ଅଧିକ ହୋଇଥାନ୍ତା ତେବେ ସ୍ଥିତ ଜଟିଳ ହୋଇ ସାରନ୍ତଣି।
ଚେତାବନୀ ଅନୁସାରେ ପେଟ ଯନ୍ତ୍ରଣା ଓ ଗେଷ୍ଟ୍ରେଇଣ୍ଟେଷ୍ଟାଇଲ, ଦେହକୁ ତୁରନ୍ତ ଝଟକା ଲାଗିବା, ଥଣ୍ଡା ଲାଗିବା, ଜୋରରେ ଥଣ୍ଡା ଲାଗିବା, ସୁଖିଲା କାଶ, ମୁଣ୍ଡ ବ୍ୟଥା ଆଦି ମଧ୍ୟ କରୋନାର ଲକ୍ଷଣ ହୋଇଥିବା କୁହାଯାଉଛି। ଡାକ୍ତରଙ୍କୁ କୁହାଯାଇଛି ଯେ, କାହାଠାରେ ଏହି ଲକ୍ଷଣ ଦେଖା ଗଲେ ତୁରନ୍ତ ସେମାନଙ୍କୁ ସତର୍କ କରାଯାଉ।
ଏହି ରୋଗ ସେହି ପିଲାଙ୍କଠାରେ ଦେଖିବାକୁ ମିଳୁଛି, ଯେଉଁମାନେ କରୋନା ଟେଷ୍ଟ କରୁଛନ୍ତି। ଆଉ ଏହା ସହିତ ସେମାନେ ମଧ୍ୟ ସଂକ୍ରମିତ ହୋଇଛନ୍ତି ଯାହାଙ୍କଠାରେ ଲକ୍ଷଣ ଦେଖିବାକୁ ମିଳୁନାହିଁ।