କରୋନା ଗତିରେ ଲାଗିଲା ବ୍ରେକ୍, ମାର୍ଚ୍ଚ ୧୦ ପରେ ଗୋଟିଏ ଦିନରେ ସର୍ବନିମ୍ନ ଆକ୍ରାନ୍ତ

Published By : Prameya-News7 Bureau | April 25, 2020 IST

ନୂଆଦିଲ୍ଲୀ ୨୫।୦୪: ବିଶ୍ଵରେ ମହାମାରୀର ରୂପ ନେଇଥିବା କରୋନ ଭାଇରସ୍ ଭାରତରେ ମଧ୍ୟ ନିଜର କାୟା ବିସ୍ତା କରିବାରେ ଲାଗିଛି। ଦେଶରେ କରୋନା ସଂକ୍ରମିତ ସଂଖ୍ୟା ଶନିବାର ସନ୍ଧ୍ୟା ସୁଦ୍ଧା ୨୪,୯୪୨କୁ ବୃଦ୍ଧି ଘଟିଛି। ଏହି ସମୟରେ ୭୭୯ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ମାର୍ଚ୍ଚ ମଧ୍ୟ ଭାଗରୁ ଏ ପର୍ଯ୍ୟନ୍ତ କରୋନାରେ ଏହା ହେଉଛି ସବୁଠୁ କମ ଦୈନିକ ବୃଦ୍ଧି। ଏହା ସହିତ ଦେଶରେ ସୁସ୍ଥ ହେବା ରୋଗୀଙ୍କ ସଂଖ୍ୟା ୨୦ ପ୍ରତିଶତକୁ ବୃଦ୍ଧି ଘଟିଛି।

ଏହା ମଧ୍ୟରେ କେନ୍ଦ୍ର ସରକାର ନଗରାପାଳିକା  ଭିତରେ ଏବଂ ବାହାରେ ଚୟନିତ ଦୋକାନଗୁଡିକୁ ଲକ୍‌ଡାଉନ୍‌ର ଗାଇଡ୍‌ଲାଇନ୍‌ ଅନୁସାରେ ଖୋଲିବାକୁ ଅନୁମତି ଦେଇଛନ୍ତି।  ମାତ୍ର ସରକାର ସପିଂ ମଲ୍, ମଲ୍‌ଟିପ୍ଲେକ୍ସ ଓ ମାର୍କେଟ୍ କମ୍ପ୍ଲେକ୍ସ ଖୋଲିବାକୁ ଅନୁମତି ଦେଇ ନାହାନ୍ତି। ହଟ୍‌ସ୍ପଟ୍ ଓ କଣ୍ଟେନମେଣ୍ଟ ଜୋନରେ ଦୋକାନ ଖୋଲିବା ଅନୁମତି ଦିଆଯାଇ ନାହିଁ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଜୁନ୍ ୩୦ ପର୍ଯ୍ୟନ୍ତ ଲୋକଙ୍କ ଏକତ୍ରିତ ହେବା ଉପରେ ରୋକ୍ ଲଗାଇଛନ୍ତି। ସମଗ୍ର ବିଶ୍ଵରେ କରୋନା ଭାଇରସ୍ ଜନିତ ସଂକ୍ରମିତ ସଂଖ୍ୟା ୨୮ ଲକ୍ଷ ୨ ହଜାରରେ ପହଞ୍ଚିଛି। ଏହି ପରି ୧ ଲକ୍ଷ ୯୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.