ଦେଶରେ ୨୪ ଘଣ୍ଟାରେ ବଢିଲା ୪୯୮୭ କେସ୍, ସୁସ୍ଥ ହେଲେ ୩୯୫୬ ସଂକ୍ରମିତ

Published By : Prameya-News7 Bureau | May 17, 2020 IST

ନୂଆଦିଲ୍ଲୀ ୧୭।୦୫: ଦେଶରେ କରୋନା ସଂକ୍ରମଣକୁ ନେଇ ରବିବାର ଗୋଟିଏ ପଟେ ଭଲ ଖବର ରହିଥିବା ବେଳେ ଅନ୍ୟ ପଟେ ଖରାପ ଖବର ରହିଛି। ଖରାପ ଖବର ଏହା ଯେ, ପୂରା ଦେଶରେ ଗତ ୨୪ ଘଣ୍ଟାରେ ୪୯୮୭ ନୂତନ  ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା କୌଣସି ଗୋଟିଏ ଦିନରେ ଆସିଥିବା ସବୁଠୁ ଅଧିକ କେସ୍। ଅନ୍ୟପଟେ ଆଶ୍ଵସ୍ତିକର ଖବର ଏହା ଯେ, ଏହି ଅବଧିରେ ୩୯୫୬ ଜଣ ସଂକ୍ରମିତ ସୁସ୍ଥ  ହୋଇ ଘରକୁ ଫେରିଛନ୍ତି। ଦେଶରେ ମୋଟ୍ ସଂକ୍ରମିତ ସଂଖ୍ୟା ୯୦୯୨୭ରେ ରହିଛି। ଅନ୍ୟପଟେ ସୁସ୍ଥଙ୍କ ସଂଖ୍ୟା ବଢି ୩୪,୧୦୮ରେ ପହଞ୍ଚିଛି।

କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୪୯୮୭ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ୩୯୫୬  ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ମୋଟ୍ ସକ୍ରିୟ କେସ୍ ସଂକ୍ୟା ୫୩,୯୪୬ ରହିଛି।

{"id":271420,"sizeSlug":"large"}

ଏହା ବ୍ୟତୀତ ଗତ ୨୪ ଘଣ୍ଟାରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ସମଗ୍ର ଦେଶରେ ଏହି ୨୪ ଘଣ୍ଟାରେ ୧୨୦ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୃତକଙ୍କ ସଂଖ୍ୟା ବଢି ୨୮୭୨ ହୋଇଛି।

ଦେଶରେ ମହାରାଷ୍ଟ୍ରରେ ସବୁଠୁ ଅଧିକ ସଂକ୍ରମିତଙ୍କ ସଂଖ୍ୟା ସାମ୍ନାକୁ ଆସିଛି। ଏଠାରେ ଅଦ୍ୟାବଧି ୩୦,୭୦୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ପରେ ଗୁଜରାଟ ୧୦,୯୮୮ ସଂକ୍ରମିତଙ୍କ ସହ ଦ୍ଵିତୀୟରେ ରହିଛି। ସେହି ପରି ତାମିଲନାଡୁରେ ଏ ପର୍ଯ୍ୟନ୍ତ ୧୦,୫୮୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପରେ ୯୩୩୩ କେସ୍ ସହିତ ରାଜଧାନୀ ଦିଲ୍ଲୀ ଚତୁର୍ଥରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.