ସାରା ବିଶ୍ବରେ କୋଟିଏ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଗଲାଣି ୫ ଲକ୍ଷରୁ ଅଧିକ ଜୀବନ

Published By : Prameya-News7 Bureau | June 28, 2020 IST

ନୂଆଦିଲ୍ଲୀ ୨୮।୬: କୋଟିଏ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଶ୍ବବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮୧ ହଜାର ପାର କରିଛି । ସାରା ବିଶ୍ବରେ ଆତଙ୍କ ଖେଳାଇ ଚାଲିଛି କରୋନା ମହାମାରୀ । ୫ ଲକ୍ଷରୁ ଅଧିକ ଜୀବନ ନେଇ ସାରିଲାଣି କୋଭିଡ୍-୧୯ । ସେହିପରି ସଂକ୍ରମଣରୁ ସୁସ୍ଥ ହେଲେଣି ୫୪ ଲକ୍ଷ ୫୮ ହଜାରରୁ ଅଧିକ ଲୋକ ସୁସ୍ଥ ହେଲେଣି । ଏବେବି ୪୦ ଲକ୍ଷରୁ ଅଧିକ ଆକ୍ଟିଭ କେସ୍ ରହିଛି ।

ଆମେରିକାରେ ସର୍ବାଧିକ ୨୬ ଲକ୍ଷ ଆକ୍ରାନ୍ତ ହେବା ସହ ପାଖାପାଖି ଲକ୍ଷେ ୨୮ ହଜାର ମୃତ୍ୟୁମୁଖରେ ପଡ଼ିଛନ୍ତି । ଏହା ରହିଛି ବ୍ରାଜିଲ, ଋଷ ଓ ଭାରତ । ତାଲିକାର ଦ୍ବିତୀୟରେ ଥିବା ବ୍ରାଜିଲ୍ ରେ ମୋଟ୍ ୧୩ ଲକ୍ଷ ୧୫ ହଜାର ସଂକ୍ରମିତ ହୋଇଛନ୍ତି । ସେହିପରି ବ୍ରାଜିଲରେ ୫୭ ହଜାରରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିସାରିଛି । ସଂକ୍ରମଣ ସଂଖ୍ୟା ଦୃଷ୍ଟିରୁ ତୃତୀୟରେ ଥିବା ଋଷରେ ୬ ଲକ୍ଷ ୨୭ ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ପ୍ରାୟ ୯ ହଜାର ଜଣଙ୍କର ମୃତ୍ୟୁ ଘଟିଛି ।

ଏହାପରେ ରହିଛି ଭାରତ । ଭାରତରେ ୫ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଲେଣି । ଗତବର୍ଷ ଡିସେମ୍ବରରେ ଏହି ମାରାତ୍ମକ ଭାଇରସ୍ ଚୀନରୁ ବ୍ୟାପିଥିଲା । ଆଉ ଏବେ ସଂକ୍ରମଣ ହାର ଦ୍ରୁତ ଗତିରେ ବଢିଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.