Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ସ୍ମାର୍ଟଫୋନ ଓ ନୋଟ୍‌ରେ ୨୮ ଦିନ ପର୍ଯ୍ୟନ୍ତ ଜୀବିତ ରହେ କରୋନା ଭାଇରସ, ନୂଆ ଗବେଷଣା ବଢ଼ାଇଲା ଚିନ୍ତା

13/10/2020 at 1:04 PM

ନୂଆଦିଲ୍ଲୀ ୧୩/୧୦: କରୋନା ଭାଇରସ ସଂକ୍ରମଣକୁ ନେଇ କ୍ରମାଗତ ନୂଆ ନୂଆ ଗବେଷଣା ସାମ୍ନାକୁ ଆସୁଛି। ଏହି କ୍ରମରେ ଅଷ୍ଟ୍ରଲିଆର ରାଷ୍ଟ୍ରୀୟ ଏଜେନ୍ସିର ଏକ ଗବେଷଣାରୁ ଜଣାଡ଼ିଛି ଯେ କରୋନା ଭାଇରସ ବ୍ୟାଙ୍କ ନୋଟ ତଥା ସ୍ମାର୍ଟଫୋନ ଗ୍ଲାସରେ ୨୮ ଦିନ ପର୍ଯ୍ୟନ୍ତ ଜୀବିତ ରହେ। ଏଥିରେ ମୋବାଇଲ ସ୍କ୍ରିନ ଓ ଷ୍ଟେନଲେସ ଷ୍ଟିଲ ମଧ୍ୟ ସାମିଲ ଅଛି। ଏବେ ଏ ତଥ୍ୟ ସମସ୍ତଙ୍କ ଚିନ୍ତା ବଢ଼ାଇଛି।

ତେବେ ଏ ପାଇଁ ସବୁଦିନ ହାତ ଧୋଇବା ତଥା ଚଟାଣକୁ ସଫା ରଖିବା ନିତାନ୍ତ ଜରୁରୀ। ତାପମାତ୍ରା ବଢିଲେ ଏମାନଙ୍କ ଜୀବିତ ରହିବା ସମୟ ସୀମା ହୁଏତ କମ ହୋଇପାରେ। ଗବେଷଣାରେ ୨୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଚିକ୍କଣ ଚଟାଣରେ ତୀବ୍ର ଅବସ୍ଥାରେ ଗ୍ଲାସ, ମୋବାଇଲ ଫୋନ୍ ସ୍କ୍ରିନ, ପ୍ଲାଷ୍ଟିକ୍ ଓ ବ୍ୟାଙ୍କ୍ ଟଙ୍କା ସାମିଲ ଥିଲା। ତେବେ ୪୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଭାଇରସ ୨୪ ଘଣ୍ଟାରେ ନଷ୍ଟ ହୋଇଗଲା।

ନୂତନ ଅଧ୍ୟୟନରୁ ଜଣାପଡ଼ିଛି ନ୍ୟୁନତମ ତାପମାତ୍ରାରେ ୧୪ ଦିନ ଓ ଉଚ୍ଚ ତାପମାତ୍ରାରେ ୧୬ ଘଣ୍ଟା ପର୍ଯ୍ୟନ୍ତ ଜୀବିତ ରହେ ଭାଇରସ। ଛିଦ୍ର ସ୍ଥାନରେ ବା ଚଟାଣରେ ଏହା ଚାରି ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଜୀବିତ ରହିପାରେ। ସେହିପରି ଇନଫ୍ଲୁଏଞ୍ଜା ମଧ୍ୟ ପୃଷ୍ଠଭୂମିରେ ୧୭ ଦିନ ପର୍ଯ୍ୟନ୍ତ ଜୀବିତ ରହେ।

ମୋବାଇଲ ତଥା ନୋଟକୁ ସ୍ପର୍ଶ କରି ବ୍ୟକ୍ତି ଯଦି ହାତ ଓ ମୁହଁକୁ ସ୍ପର୍ଶ କରେ ତେ​‌ବେ କରୋନାରେ ସଂକ୍ରମିତ ହେବା ଆଶଙ୍କା ଅଧିକ। ତେବେ ଚଟାଣରେ ଏହା କେତେ ଦିନ ପର୍ଯ୍ୟନ୍ତ ରହିଥାଏ ତାହା ଭାଇରସର ପ୍ରକାର, ମାତ୍ରା, ତାପମାତ୍ରା ଓ ପୃଷ୍ଠଭୂମି ଉପରେ ନିର୍ଭର କରେ।

   Related Posts