ବିନା ଔଷଧରେ କରୋନାର ସଫଳ ଚିକିତ୍ସା : ବଢ଼ାନ୍ତୁ ନିଜର ରୋଗ ପ୍ରତିରୋଧକ ଶକ୍ତି

Published By : Prameya-News7 Bureau | April 17, 2020 IST

କରୋନା ଭାଇରସରୁ ବର୍ତ୍ତିବା ପାଇଁ ପରିଷ୍କାର-ପରିଚ୍ଛନ୍ନତା ସହ ଖାଦ୍ୟପେୟ ଉପରେ ମଧ୍ୟ ଧ୍ୟାନ ଦେବା ସେତିକି ଜରୁରୀ। ଏବେ ଲୋକେ ଇଣ୍ଟରନେଟରେ ଇମ୍ୟୁନିଟି ବଢ଼ାଇବାକୁ ଜିନିଷ ଖୋଜୁଛନ୍ତି। ଯେପରିକି ଉତ୍ତମ ଖାଦ୍ୟ,ଭିଟାମିନ୍ ଏବଂ ରୁଟିନ୍। କିନ୍ତୁ ଇଣ୍ଟନେଟରେ ମିଳୁଥିବା ସମସ୍ତ ତଥ୍ୟ ବିଶ୍ବସନୀୟ ହୋଇନଥାଏ। ଭିଟାମିନ୍ A, C, D, E,ମିନେରାଲ୍ ଜିଙ୍କ,ସେଲେନିୟମ୍ ଏବଂ ମ୍ୟାଗ୍ନେସିୟମ୍ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

{"id":255573,"sizeSlug":"large"}

ଇମ୍ୟୁନିଟି ବଢ଼ାଇବାର କୌଣସି ଔଷଧ ନଥାଏ କି କୌଣସି ଖାସ୍ ଧରଣର ଖାଦ୍ୟ କିମ୍ବା ଡାୟେଟ୍ ଯାହା ଇମ୍ୟୁନିଟି ସିଷ୍ଟମକୁ ସିଧାସଳଖ ବୁଷ୍ଟ୍ କରିଥାଏ। କେତେକ ​‌ଷ୍ଟଡିଜରୁ ଏହା ମଧ୍ୟ ଜଣା ପଡ଼ିଛି ଯେ ଶରୀରରେ ଆବଶ୍ୟକ ପୋଷକ ତତ୍ତ୍ବର ଅଭାବ ଯୋଗୁଁ ରୋଗ ପ୍ରତିରୋଧକ ଶକ୍ତି ଉପରେ କୁପ୍ରଭାବ ପଡ଼ିଥାଏ। ନିମୋନିଆ କିମ୍ବା ଅନ୍ୟ ସଂକ୍ରମଣ ଥିବା ଲୋକଙ୍କ ମଧ୍ୟରେ ସାଧାରଣତଃ ଭିଟାମିନ୍ ସି ଏବଂ ଡିର ଅଭାବ ଥାଏ।

{"id":255574,"sizeSlug":"large"}

ଦୈନିକ ଭିଟାମିନ୍ ପାଇବା ପାଇଁ ତାଜା ଏବଂ ପର୍ଯ୍ୟାପ୍ତ ମାତ୍ରାରେ ଭୋଜନ କରିବା ସବୁଠୁ ଭଲ ଉପାୟ କାରଣ ଫଳ ଏବଂ ପରିବାରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ରହିଥାଏ। ଡାୟେଟରେ ବିଭିନ୍ନ ପ୍ରକାରର ଖାଦ୍ୟ ସାମିଲ କରିବା ଜରୁରୀ। ଶରୀରରେ ପୋଷକ ତତ୍ତ୍ବକୁ ପୂରା କରିବା ପାଇଁ ସପ୍ଲିମେଣ୍ଟ ମଧ୍ୟ ନିଆଯାଇପାରିବ।

{"id":255575,"sizeSlug":"large"}

ଅନ୍ୟ ଭିଟାମିନ୍ ବ୍ୟତୀତ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ନେବା ଉଚିତ୍। ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଖାଦ୍ୟ ଶରୀରକୁ ସୁସ୍ଥ ରଖିବା ସହ ରୋଗ ସହ ଲଢ଼ିଥାଆନ୍ତି।

{"id":255576,"sizeSlug":"large"}

ଭିଟାମିନ୍ ଏ ଏବଂ ବିଟା-କ୍ୟାରୋଟିନ୍ : କଖାରୁ,ଜହ୍ନି,ଗାଜର,ପାଳଙ୍ଗ,କନ୍ଦମୂଳ,ଖରଭୁଜ,କଳା ପତ୍ରଶାଗ ଏବଂ ଆମ୍ବ।

{"id":255577,"sizeSlug":"large"}

ଭିଟାମିନ୍ ସି : ଖଟା ଫଳ,ଷ୍ଟ୍ରବେରୀ,ନାଲି କ୍ୟାପସିକମ୍,ଫୁଲକୋବି,ବ୍ରୋକୋଲି,ଟମାଟୋ,କନ୍ଦମୂଳ ।

{"id":255578,"sizeSlug":"large"}

ଭିଟାମିନ୍ ଇ : ବନସ୍ପତି ତେଲ,ବାଦାମ,ଗହମ ବୀଜ,କନ୍ଦମୂଳ,ଖମ୍ବଆଳୁ ଏବଂ ଡାଲିଜାତୀୟ ଖାଦ୍ୟ। ସେଲେନିୟମର ଅଭାବ ସାଲମନ ଏବଂ କଣ୍ଟାମାଛ ଖାଇବା ଦ୍ବାରା ପୂରା କରାଯାଇପାରିବ।

{"id":255579,"sizeSlug":"large"}

ଭିଟାମିନ୍ ଡି ର ଅଭାବ ଏବଂ ଅପର୍ଯ୍ୟାପ୍ତତା ଏବେ ବିଶ୍ବର ଏକ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇ ସାରିଛି ଏବଂ ବିଶ୍ବର ପାଖାପାଖି ୧୦୦କୋଟି ଲୋକ ଏହାର ଶିକାର ଅଛନ୍ତି। ଯେଉଁମାନଙ୍କ ଭିଟାମିନ୍ ଡି ର ଅଭାବ ହୋଇଥାଏ ସେମାନଙ୍କଠାରେ ସଂକ୍ରମଣର ଆଶଙ୍କା ଅଧିକ ରହିଥାଏ।

{"id":255580,"sizeSlug":"large"}

ଖରା ବ୍ୟତୀତ ଭିଟାମିନ୍ କେତେକ ଖାସ୍ ଖାଦ୍ୟ ପଦାର୍ଥରେ ଥାଏ ଯେପରିକି ସାଲମନ୍ ଏବଂ ଟୁନା ମାଛ,ଛତୁ,ଅଣ୍ଡାର କେଶର,ଦହି,କମଳା ଜୁସ୍ ଏବଂ ଲହୁଣୀ।

{"id":255581,"sizeSlug":"large"}

ଇମ୍ୟୁନିଟି ବଢ଼ାଇବା ପାଇଁ ସୁସ୍ଥ ଆହାର ଏବଂ ପର୍ଯ୍ୟାପ୍ତ ପୋଷକ ବ୍ୟତୀତ ଆପଣଙ୍କୁ ନିଜର ଦିନଚର୍ଯ୍ୟା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ।

{"id":255582,"sizeSlug":"large"}

ନିଜକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ନିୟମିତ ବ୍ୟାୟାମ କରନ୍ତୁ। ଲକଡାଉନ୍ ସମୟରେ ଆପଣ ଘରେ ରହି ବ୍ୟାୟାମ ଏବଂ ଯୋଗ କରିପାରିବେ।

{"id":255583,"sizeSlug":"large"}

ଚିନ୍ତାମୁକ୍ତ ରୁହନ୍ତୁ। ଚିନ୍ତା କରିବା ଦ୍ବାରା ଶରୀରରେ ଟି କୋଷିକାର ସ୍ତର ବୃଦ୍ଧି ହୋଇଥାଏ। ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ଦବାଇ ଦେଇଥାଏ।

{"id":255584,"sizeSlug":"large"}

ପର୍ଯ୍ୟାପ୍ତ ନିଦ ଦ୍ବାରା ଶରୀରକୁ ସଂକ୍ରମଣ ସହ ଲଢ଼ିବାକୁ ସାହାଯ୍ୟ ମିଳିଥାଏ। ଦିନକୁ ୭-୯ଘଣ୍ଟା ଶୁଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.