ବିପଦ ବଢାଉଛି ବ୍ଲାକ୍ ଫଙ୍ଗସ: ରୋଗୀ ୫ ମାସ ଧରି କରୁଛନ୍ତି ସଂଘର୍ଷ, ୬ ଥର ସରିଲାଣି ଅପରେସନ, ଏବେ ସପ୍ତମ ପାଳି

Published By : Prameya-News7 Bureau | May 26, 2021 IST

ଗୁଜୁରାଟ ୨୬/୫ : କରୋନାର ୨ୟ ଲହରରେ ରୋଗୀ ଭଲ ହୋଇଯାଉଛନ୍ତି ସତ କିନ୍ତୁ ପିଛାଛାଡୁନି ବ୍ଲାକ ଫଙ୍ଗସ । ଏବେ ରୋଗୀଙ୍କ ପାଇଁ ବିପଦ ବଢାଉଛି ମ୍ୟୁକୋର ମାଇକସ୍ । ଗୁଜୁରାଟରେ ଧୀରେ ଧୀରେ ବ୍ଲାକ୍ ଫଙ୍ଗସର ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛ । ପ୍ରଦେଶରେ ଜଣେ ରୋଗୀ ଗତ ୫ ମାସ ଧରି ରୋଗ ସହ ସଂଘର୍ଷ କରିଆସୁଛନ୍ତି । ଗତ ପାଞ୍ଚ ମାସ ଧରି ଆରୋଗ୍ୟ ଗୋଟିଏ ରୋଗୀ ଏମିତି ରୋଗ ସହ ସଂଘର୍ଷ କରୁଛନ୍ତି ରାଜକୋଟର ଜଣେ ବ୍ୟକ୍ତି ବିମଲ ଦୋଷୀ ।

ସେ ଗତ ୫ ମାସ ତଳେ କରୋନାରୁ ସୁସ୍ଥ ହୋଇଥିଲେ । ହେଲେ ଭାଇରସରୁ ସିନା ସୁସ୍ଥ ହେଲେ ବ୍ଲାକ ଫଙ୍ଗସ ରୋଗର ଶିକାର ହୋଇଗଲେ ବିମଲ । ୫ ମାସ ହେବ ସେ ମ୍ୟୁକୋର ମାଇକସ ସହ ଫାଇଟ କରି ୩୯ଟା ଇଞ୍ଜେକସ ନେଇସାରିଲେଣି । ଏପରିକି ୬ଥର ତାଙ୍କର ସର୍ଜରୀ ମଧ୍ୟ ହୋଇସାରିଲାଣି । ଏବେ ସପ୍ତମଥର ଅପରେସନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ପ୍ରସଙ୍ଗରେ ବିମଲଙ୍କ ପତ୍ନୀ ଚାନ୍ଦିନୀ କହିଛନ୍ତି ଯେ ବିମଲ ଅହମ୍ମଦାବାଦରେ ରହି ଚାକିରୀ କରୁଥିଲେ । ତାଙ୍କୁ ନଭେମ୍ୱରରେ କରୋନା ହୋଇଥିଲା ଓ ସେ ୧୫ ଦିନ ମଧ୍ୟରେ ଠିକ୍ ହୋଇଯାଇଥିଲେ ।

ଏହି ସମୟରେ ତାଙ୍କର ଅକ୍ସିଜେନ ସ୍ତର କମିଯାଇଥିଲା । ଏଥିପାଇଁ ତାଙ୍କୁ ଅକ୍ସିଜେନ ଦେବା ସହ ଷ୍ଟେରଏଡ ବି ଦିଆଯାଇଥିଲା । ସେଥିପାଇଁ ତାଙ୍କ ନାକରୁ ବ୍ଲାକ ଫଙ୍ଗସ ଚିହ୍ନଟ ହୋଇଥିଲା । ପରେ ତାଙ୍କ ନାକ ଅପରେସନ କରାଗଲା । ହେଲେ ବି କିଛି ସୁଫଳ ମିଳିନଥିଲା । ପରେ ଆଖି ଅପରେସନ କରାଗଲା । ହେଲେ ବି ଇନଫେକ୍ସନ ନ କମିବାରୁ ମସ୍କିକରେ ବି ଅପରେସନ କରାଗଲା । ଏମିତି ବାରମ୍ୱାର ସର୍ଜରୀ ହେବା ଦ୍ୱାରା ତାଙ୍କର ସମସ୍ତ ଜମା ପୁଞ୍ଜି ଶେଷ ହୋଇଯାଇଛି । କେବଳେ ସେତିକି ନୁହେଁ ଘର ବିକ୍ରି କରିବାକୁ ପଡିଥିଲା । ପାଖାପାଖି ୪୧ ଲକ୍ଷ ଖର୍ଚ୍ଚ ହେବା ପରେ ଏବେ ଆହୁରି ୧୦ ରୁ ୧୫ ଲକ୍ଷ ଆହୁରି ଦରକାର ଅଛି ।

ବିମଲଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଏମିତି କଣ୍ଡିସନରେ ରୋଗୀର ବଞ୍ଚିବା ବଡ କଷ୍ଟକର । ହେଲେ ଯେହେତୁ ବିମଲ ସୁସ୍ଥ ହେଉଛନ୍ତି ତା ଗୋଟେ ଚମତ୍କାର ଠାରୁ କମ୍ ନୁହେଁ । ବିମଲଙ୍କ ପତ୍ନୀଙ୍କ ସୂଚନା ମୁତାବକ ବିମଲଙ୍କର ବର୍ତ୍ତମାନ ୪ ଲାପ୍ରୋସ୍କୋପିକ୍, ଗୋଟିଏ ଫୋରହେଡ ସର୍ଜରୀ, ଗୋଟିଏ ବ୍ରେନ୍ ସର୍ଜରୀ ସରିଲାଣି । ସେ ଆହୁରି କହିଛନ୍ତି ତାଙ୍କ ବ୍ରେନରେ ବ୍ଲାକ ଫଙ୍ଗସ ଥିବା ସୂଚନା ମିଳିଛି । ସେ ଆସ୍ତେ ଆସ୍ତେ ସୁସ୍ଥ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.