ସୁସ୍ଥ ହେବା ପରେ ଡିପ୍ରେସନ୍‌ରେ ମାରୁଛି କରୋନା ! ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ମହିଳା

Published By : Prameya-News7 Bureau | April 17, 2021 IST

ପୁଣେ ୧୭/୪: ଦେଶରେ କରୋନା ସଂକ୍ରମଣ ବଢ଼ୁଛି । କରୋନା ଭୂତାଣୁକୁ ନେଇ ପ୍ରତି ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। କରୋନା ସଂକ୍ରମଣରେ କେବଳ ୩ ମାସରେ ବିଶ୍ବରେ ୧୦ ଲକ୍ଷ ଲୋକ ପ୍ରାଣ ହରାଇଛି। ଏବେ ପୁଣି କରୋନା ପାଇଁ ଲୋକେ ଡିପ୍ରେସନ (ଅବସାଦ)ରେ ଆତ୍ମହତ୍ୟା କରୁଥିବା ଖବର ସାମ୍ନାକୁ ଆସିଛି । କରୋନାରୁ ସୁସ୍ଥ ହେବା ପ​‌ରେ ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହିତ୍ୟା କରିଛନ୍ତି । ପୁଣେର ଏହି ମହିଳା କରୋନା ପାଇଁ ଅବସାଦରେ ଥିଲେ। ପରେ ଏଥି ପାଇଁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି । କିନ୍ତୁ ଏବେ ତାଙ୍କ ଆତ୍ମହତ୍ୟାର ସତ୍ୟତା ଖୋଜୁଛି ପୋଲିସ।

ପୁଣେର ୪୨ ବର୍ଷୀୟା ଗୃହିଣୀ କରୋନରେ ଆକ୍ରାନ୍ତ ହେବା ପରେ ଚିକିତ୍ସିତ ହୋଇଥିଲେ। ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର କହଛନ୍ତି ମହିଳା କରୋନାରେ ଆକ୍ରାନ୍ତ ଥିଲେ। ଚିକିତ୍ସା ପରେ ସେ ସୁସ୍ଥ ମଧ୍ୟ ହୋଇଥିଲେ। ସୁସ୍ଥ ହେବା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ତେବେ ତାଙ୍କ ଆତ୍ମହତ୍ୟା ପଛର ଅନ୍ୟ କିଛି କାରଣ ଥାଇପାରେ। ତେଣୁ ତଦନ୍ତ କରିବା ଦରକାର ବୋଲି ଡାକ୍ତର ଜଣଙ୍କ କହିଛନ୍ତି। କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଆତ୍ମହତ୍ୟା କରିବା ଘଟଣା ଶୁଣିବା ପ​‌ରେ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ମୃତ ମହିଳାଙ୍କ ସ୍ବାମୀ କର୍ଣ୍ଣାଟକରେ ଥିବା ବେଳେ ସେ ଏନେଇ ଆଜତକକୁ କହିଛନ୍ତି।

ସେ ଆହୁରି କହିଛନ୍ତି, ତାଙ୍କ ପତ୍ନୀଙ୍କୁ ପ୍ରଥମ ଥର ଏପ୍ରିଲ ୨ରେ ହାଲକା ଜ୍ବର ହୋଇଥିଲା। ଲକ୍ଷ୍ୟଣ ଗମ୍ଭୀର ହେବାରୁ ୮ ଏପ୍ରିଲରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୪ ଦିନ ଚିକିତ୍ସିତ ହେବା ପରେ ୧୧ ଏପ୍ରିଲ୍‌ରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। କିନ୍ତୁ ସେତେବେଳେ ପୀଡ଼ିତାଙ୍କ ସ୍ବାମୀ ତାଙ୍କର ଆହୁ କିଛି ଦିନ ଚିକିତ୍ସା କରିବାକୁ ଡାକ୍ତରଙ୍କୁ କହିଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ କଥା ରଖିନଥିଲେ। ହସ୍ପିଟାଲରେ ୩୪,୫୦୦ ଟଙ୍କା ଦେବା ପରେ ତାଙ୍କ ପତ୍ନୀଙ୍କୁ ଡିସଚାର୍ଜ କରାଯାଇଥିଲା। ପରେ ମହିଳାଜଣଙ୍କ ଠିକ ଥିବା ବେଳେ ସେହି ଦିନ ରାତିରେ ସେ କମଜୋର ହୋଇଥିବା ନେଇ କହିଥିଲେ।

ସୋମବାର ଦିନ ପୁଣି ଥରେ ସେହି କୋଭିଡ୍‌ ହସ୍ପିଟାଲରେ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଥିଲା। ଯେଉଁ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ ସେ ସିଟି ସ୍କାନ କରିବାକୁ କହିଥିଲେ ବୋଲି ମୃତ ମହିଳାଙ୍କ ସ୍ବାମୀ କହିଛନ୍ତି। ପୁଣି ଥରେ ୧୨ ହଜାର ଟଙ୍କା ଦେଇ ସ୍କାନ୍‌ କରାଇଥିଲେ। ହସ୍ପିଟାଲରେ ବେଡ୍‌ ନଥିବା ଯୋଗୁ ମହିଳାଙ୍କୁ ଆଉ ଥରେ ଭର୍ତ୍ତି କରାଯାଇନଥିଲା। ପରେ ବୁଧବାର ଦିନ ମହିଳା ଜଣଙ୍କ ବେଡ୍‌ ରୁମ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ସ୍ବାମୀ କହିଛନ୍ତି। ଘଟଣାସ୍ଥଳରୁ ମହିଳାଙ୍କର ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ମିଳିଛି। ପୋଲିସ ମାମଲାର ତଦନ୍ତ କରୁଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.