ଭାରତରେ ଆଉ ୮ଜଣ କରୋନାରେ ସଂକ୍ରମିତ, ୧୪୭ରେ ପହଞ୍ଚିଲା ରୋଗୀଙ୍କ ସଂଖ୍ୟା

Published By : Prameya-News7 Bureau | March 18, 2020 IST

ନୂଆଦିଲ୍ଲୀ ।୩: ଭାରତରେ କରୋନା ଭାଇରସ୍ ରେ ସଂକ୍ରମିତଙ୍କ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧୨୨ ଜଣ ଭାରତୀୟ ଏବଂ ୨୫ ଜଣ ବିଦେଶୀ ଅଛନ୍ତି । ୧୪ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବାବେଳେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ୫୭୦୦ରୁ ଅଧିକ ଲୋକଙ୍କ ଉପରେ ନଜର ରଖାଯାଇଛି।

{"id":240169,"sizeSlug":"large"}

ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପ୍ରଭୁ ନିଜ ବାସଭବନରେ ୧୪ ଦିନ ପାଇଁ କ୍ବାରେଣ୍ଟାଇନ୍ ରେ ରହିଛନ୍ତି । ତାଙ୍କର ପରୀକ୍ଷା ରିପୋର୍ଟ ନେଗେଟିଭ ସତ୍ତ୍ବେ ସେ ସତର୍କତାମୂଳକ ଭାବେ ଏଭଳି ପଦକ୍ଷେପ ନେଇଛନ୍ତି । ସେ ମାର୍ଚ୍ଚ ୧୦ ତାରିଖରେ ସାଉଦି ଆରବରେ ଶେରପାସ୍ ବୈଠକରେ ଯୋଗଦେଇ ଫେରିଥିଲେ।

{"id":240170,"sizeSlug":"large"}

ପୁଣେ ଜିଲ୍ଲାପାଳ ନବଲ କିଶୋର ରାମ କହିଛନ୍ତି ଯେ, ପୁଣେର ଆଉ ଜଣେ ବ୍ୟକ୍ତି କରୋନା ଭାଇରସ୍ ରେ ଆକ୍ରାନ୍ତ ଥିବା ଜଣାପଡିଛି। ଏହି ବ୍ୟକ୍ତି ଫ୍ରାନ୍ସ ଏବଂ ନେଦରଲ୍ୟାଣ୍ଡ ଗସ୍ତ କରି ଆସିଥିଲେ । ପୁଣେରେ କରୋନା ଭାଇରସ୍ ପଜିଟିଭଙ୍କ ସଂଖ୍ୟା ୧୮ରେ ପହଞ୍ଚିଥିବା ବେଳେ ଏବଂ ମହାରାଷ୍ଟ୍ରରେ ୪୨କୁ ବୃଦ୍ଧି ପାଇଛି।

{"id":240171,"sizeSlug":"large"}

ଲଦାଖରେ ଅବସ୍ଥାପିତ ଭାରତୀୟ ସେନାର ଜଣେ ଯବାନ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଯବାନଙ୍କ ବାପା ଇରାନ ଯାତ୍ରା କରି ଫେରିଥିଲେ । ସେନାରେ କରୋନା ସଂକ୍ରମଣର ଏହା ହେଉଛି ପ୍ରଥମ ମାମଲା | ସେନା ସୂତ୍ରରୁ ପ୍ରକାଶ ଯେ, ଲଦାଖ ସ୍କାଉଟର ୩୪ ବର୍ଷ ବୟସ୍କ ଯବାନଙ୍କ ବାପା ଇରାନ୍ ଯାଇ ଫେବୃଆରୀ ୨୭ତାରିଖରେ ଫେରିଥିଲେ। ତାଙ୍କ ବାପାଙ୍କୁ ୨୯ ଫେବୃଆରୀଠାରୁ ଅଲଗା ରଖାଯାଇଥିଲା ଏବଂ ତାଙ୍କର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିଲା ।

{"id":240172,"sizeSlug":"large"}

ଦେଶରେ କରୋନା ଭାଇରସ୍ ରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୧୪୭ରେ ପହଞ୍ଚିଛି ଏବଂ ୫୭୦୦ ରୁ ଅଧିକ ଲୋକଙ୍କ ଉପରେ ନଜର ରଖାଯାଇଛି । ମଙ୍ଗଳବାର ଦିନ ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ଜଣେ ୬୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହା ଦେଶରେ ଏପର୍ଯ୍ୟନ୍ତ କରୋନା ଭାଇରସ୍ ସଂକ୍ରମିତର ତୃତୀୟ ମୃତ୍ୟୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.