ସାରା ଦେଶରେ ମାଡୁଛି କରୋନା, ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୬୦ : ସ୍କୁଲ ଓ ସାମୂହିକ କାର୍ଯ୍ୟକ୍ରମ ପରେ ଏବେ ସିନେମା ହଲ୍ ଉପରେ ଲାଗିଲାଣି ଅଙ୍କୁଶ

Published By : Prameya-News7 Bureau | March 11, 2020 IST

ନୂଆଦିଲ୍ଲୀ ୧୧।୩: ସାରା ବିଶ୍ବରେ କାୟା ବିସ୍ତାର କରିଚାଲିଛି କରୋନା । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଦେଶରେ ଆଉ ୧୦ଜଣଙ୍କର କରୋନା ଭାଇରସ ରିପୋର୍ଟ ପଜିଟିଭି ଆସିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, କେରଳରେ ୮ ପିଜିଟିଭ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀ ଏବଂ ରାଜସ୍ଥାନରେ ଗୋଟିଏ ଗୋଟିଏ ରିପୋର୍ଟ ପଜିଟିଭ ଚିହ୍ନଟ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ୍ ରୋଗୀଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି।

{"id":236479,"sizeSlug":"large"}

କରୋନା ଭୟରେ ଜମ୍ମୁ-କାଶ୍ମୀରରେ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନଓ୍ବାଡୀ କେନ୍ଦ୍ର, ସିନେମା ହଲ୍ ବନ୍ଦ କରିଦିଆଯାଇଛି । ସରକାର ଜମ୍ମୁର ୫ ଜିଲ୍ଲା ଜମ୍ମୁ, ସାମ୍ବା, କଠୁଆ, ରଇସି ଏବଂ ଉଧମପୁରରେ ଏହା କାର୍ଯ୍ୟକାରୀ କରାଯାଇଛି । ଏହି ପରିପ୍ରେକ୍ଷୀରେ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବିଦ୍ୟାଳୟ, ଅଙ୍ଗନଓ୍ବାଡୀ କେନ୍ଦ୍ର ଏବଂ ସିନେମା ହଲ୍ ବନ୍ଦ ରହିବ ।

{"id":236480,"sizeSlug":"large"}

ଏହାପୂର୍ବରୁ କେରଳରେ କରୋନା ଭାଇରସ୍ ରେ ଆଉ ଜଣେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । କୋଚିନ୍ ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ ର ନିର୍ଦ୍ଦେଶକ ଏସିଆର ନାୟାର କହିଛନ୍ତି ଯେ, କିଛି ଦିନ ପୂର୍ବରୁ ଇଟାଲୀରୁ ଜଣେ ଯାତ୍ରୀ ଏଠାକୁ ଆସିଥିଲେ, ଯିଏକି କରୋନା ଭାଇରସ୍ ରେ ସଂକ୍ରମିତ ହୋଇଥଲେ । ଏହାକୁ ଦୃଷ୍ଟିରେ ରଖି ତାଙ୍କ ସହ ଯୋଗାଯୋଗ କରିଥିବା ବିମାନବନ୍ଦର କର୍ମଚାରୀଙ୍କୁ କ୍ବାରାଣ୍ଟିନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

{"id":236481,"sizeSlug":"large"}

ଏହା ପୂର୍ବରୁ ଇଟାଲୀର ରାଜଧାନୀ ମିଲାନରୁ ଏୟାର ଇଣ୍ଡିଆ ବିମାନ ଏଆଇ-୧୩୮ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲା । ବିମାନଟିକୁ ଆଇସୋଲେସନ ପାଇଁ ନିଆଯାଇଛି | ସମସ୍ତ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଛି। ଏହି ବିମାନରେ ୮୦ ଜଣ ଯାତ୍ରୀ ଥିଲେ। ଭାରତୀୟ କଷ୍ଟମ୍ସ ବିଭାଗ ଦିଲ୍ଲୀ ବିମାନ ବନ୍ଦରରେ ଯାତ୍ରୀ ଏବଂ ସେମାନଙ୍କର ଜିନିଷ ସ୍କ୍ରିନିଂ କରିବାର ସମସ୍ତ ଔପଚାରିକତା ଶେଷ କରିଛି।

{"id":236482,"sizeSlug":"large"}

ମଙ୍ଗଳବାର ଦିନ ଇଟାଲୀ ସୂଚନା ଦେଇଛି ଯେ, ୮୫୧୪ଜଣ ଲୋକ କରୋନା ଭାଇରସ୍ ରେ ସଂକ୍ରମିତ ହୋଇଛନ୍ତି। ଏହାସହ ୬୩୧ଜଣଙ୍କର ମୃତ୍ୟୁ ହୋଇଛି । ମୋଟ୍ ୧୦୦୪ ରୋଗୀ ସୁସ୍ଥ ହୋଇଛନ୍ତି। ବିଶ୍ବର ୧୦୭ଟି ଦେଶରେ ୧,୧୭,୩୩୯ ମାମଲା ସ୍ପଷ୍ଟ ହୋଇଛି। ଏଥିସହ ୪୨୫୧ଜଣଙ୍କର ମୃତ୍ୟୁ ଘଟିଛି।

{"id":236483,"sizeSlug":"large"}

ଚୀନ୍, ଇଟାଲୀ, ଇରାନ, ଦକ୍ଷିଣ କୋରିଆ, ଜାପାନ, ଫ୍ରାନ୍ସ, ସ୍ପେନ୍ ଏବଂ ଜର୍ମାନୀକୁ ଯାତ୍ରା ନକରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏକ ଆଡଭାଇଜରୀ ଜାରି କରିଛି । ଏହାସହ ବିଦେଶରେ ଅତ୍ୟାବଶ୍ୟକ ଭ୍ରମଣରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

{"id":236484,"width":576,"height":323,"sizeSlug":"large"}

ବର୍ତ୍ତମାନ ସୁଦ୍ଧା ଭାରତରେ ୬୦ଟି ମାମଲା ସାମ୍ନାକୁ ଆସିଛି । ଆମେରିକାରେ କରୋନା ଭାଇରସ୍ ରେ ୨୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୯୦୦ରୁ ଅଧିକ ସଂକ୍ରମିତ ହୋଇଥିବା ଜଣାପଡିଛି। ତୁର୍କୀରେ ପ୍ରଥମ ରୋଗୀ ଚିହ୍ନଟ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.