Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କରୋନା ସ୍ଥିତି ଅସମ୍ଭାଳ ! ଦେଶର ମୋଟ ଆକ୍ଟିଭ୍‌ ମାମଲାର ୭୨ ପ୍ରତିଶତ ୫ ରାଜ୍ୟରେ, ମହାରାଷ୍ଟ୍ରରେ ସର୍ବାଧିକ ମୃତ୍ୟୁ

10/04/2021 at 5:22 PM

ନୂଆଦିଲ୍ଲୀ ୧୦/୪:  ଦେଶରେ ଆକ୍ଟିଭ୍‌ କରୋନା ମମଲା ଏବେ ୧୦,୪୬,୬୩୧ରେ ପହଞ୍ଚିଯାଇଛି। ସେଥିମଧ୍ୟରୁ ୭୨ ପ୍ରତିଶତ ମାମଲା କେବଳ ୫ ରାଜ୍ୟର ବୋଲି ଶନିବାର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ମହାରାଷ୍ଟ୍ରରେ ସର୍ବାଧିକ ୫୧.୨୩% ସକ୍ରିୟ ମାମଲା ଥିବା ଜଣାପଡ଼ିଛି। ମହାରାଷ୍ଟ୍ର ସମେତ ଛତିଶଗଡ଼, କର୍ଣ୍ଟାଟକ, ଉତ୍ତରପ୍ରଦେଶ ଏବଂ କେରଳରେ  ମୋଟ ୭୨.୨୩ ପ୍ରତିଶତ ସକ୍ରିୟ ମାମଲା ରହିଛି। ଏଥିପାଇଁ ୬ ମାସ ପରେ ପୁଣି ଥରେ ଦେଶରେ ଆକ୍ଟିଭ୍‌ କରୋନା ମାମଲା ୧୦ ଲକ୍ଷ୍ୟ ପାର କରିଛି। ଏନେଇ ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ତେବେ ପୁଣି ଥରେ କରୋନା ସଂକ୍ରମଣକୁ ନେଇ ନୂଆ ରେକର୍ଡ ସାମ୍ନାକୁ ଆସୁଛି। ଗୋଟିଏ ଦିନରେ ପଖାପାଖି ଦେଢ଼ ଲକ୍ଷରୁ  ଅଧିକ କେରାନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୯୪ ଲୋକ ପ୍ରାଣ ହରାଇଛନ୍ତି । କରୋନା ଭୂତାଣୁ ସଂକ୍ରମଣ ପୁଣି ଥରେ ଭୟ ସୃଷ୍ଟି କରିଥିବା ବେଳେ ଏହାକୁ ନଜରରେ ରଖି ବିଭିନ୍ନ ସ୍ଥାନରେ ଏବେ ନାଇଟ୍‌ କର୍ଫ୍ୟୁ ଲଗାଯାଉଥିବା ଦେଖିବାକୁ ମିଳୁଛି। ଦେଶରେ ହାତ ଗଣତି ରାଜ୍ୟ ଏବଂ ଜିଲ୍ଲା ଚିନ୍ତାର କାରଣ ପାଲଟିଛି। ବିଶେଷ କରି ମହାରାଷ୍ଟ୍ର ସରକାରଙ୍କ ନିଦ ହଜାଇଛି।

୫ଟି ରାଜ୍ୟରେ ଦେଶର ମୋଟ ଆକ୍ଟିଭ୍‌ ମାମଲାର ୭୨.୨୩ ପ୍ରତିଶତ ଥିବା ବେଳେ ମୋଟ ସଂକ୍ରମଣର ୮୨.୮୨  ପ୍ରତିଶତ କେବଳ ୧୦  ରାଜ୍ୟରୁ ମିଳିଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ରାଜ୍ୟଗୁଡ଼ିକ ହେଉଛି-  ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡୁ, କେରଳ, ମଧ୍ୟପ୍ରଦେଶ, ଗୁଜୁରାଟ ଏବଂ ରାଜସ୍ଥାନ। ସେହିଭଳି ମିଳିଥିବା ସୂଚନା ଅନୁସାରେ, କେବଳ ୧୦ ରାଜ୍ୟରେ ୮୭ ପ୍ରତିଶତ କରୋନା ମୃତ୍ୟୁ।

ମହାରାଷ୍ଟ୍ରରେ ସର୍ବାଧିକ ୩୦୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଛତିଶଗଡ଼ରେ ୯୧, ପଞ୍ଜାବରେ ୫୬, କର୍ଣ୍ଣାଟକରେ ୪୬, ଗୁଜୁରାଟରେ ୪୨, ଦିଲ୍ଲୀରେ ୩୯, ୟୁପିରେ ୩୬, ରାଜସ୍ଥାନରେ ୩୨ , ତାମିଲନାଡୁ ଏବଂ ମଧ୍ୟପ୍ରଦେଶରେ ୨୩ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି।  ଏହା ସହ ୧୨ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଜଣେ ମଧ୍ୟ କରୋନା ଆକ୍ରାନ୍ତ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇନାହାନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

   Related Posts