Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ସେପ୍ଟେମ୍ବରରୁ ଅକ୍ଟୋବର ପର୍ଯ୍ୟନ୍ତ ଆସିପାରେ କରୋନାର ତୃତୀୟ ଲହର, ପ୍ରତିଦିନ ଚିହ୍ନଟ ହୋଇ ପାରନ୍ତି ୫ ଲକ୍ଷ ପଜିଟିଭ୍: ଆଇଆଇଟି କାନପୁର

23/06/2021 at 11:22 PM

ନୂଆଦିଲ୍ଲୀ ୨୩।୦୬: କରୋନା ଭାଇରସ୍‌ର ତୃତୀୟ ଲହର ବହୁତ ବିପଦଜ୍ଜନକ ସାବ୍ୟସ୍ତ ହୋଇପାରେ। ଏହାର ପିକ୍ ବା ଶିଖର ସେପ୍ଟେମ୍ବରରୁ ଅକ୍ଟୋବର ସୁଦ୍ଧା ଆସିପାରେ। ଉକ୍ତ ସମୟରେ ପ୍ରତିଦିନ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ କରୋନା କେସ୍ ସାମ୍ନାକୁ ଆସିପାରେ। ଆଇଆଇଟି କାନପୁର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏହି ରିପୋର୍ଟରେ ତିନି ମହତ୍ଵପୂର୍ଣ୍ଣ ଦିଗ ସାମ୍ନାକୁ ଆସିଛି। ଗୋଟିଏ ହେଲା ଜୁଲାଇ ୧୫ ସୁଦ୍ଧା ପୂରା ଦେଶ ଅନଲକ୍ ହୋଇଯିବ। ଏହା ଠିକ୍ ସେଭଳି ରହିବ ଯେମିତି ଚଳିତ ବର୍ଷ ଜାନୁଆରୀରେ ହୋଇଥିଲା। ଜାନୁଆରୀରେ ସବୁ କିଛି ଅନଲକ୍  ହୋଇ ଯାଇଥିଲା। ମାତ୍ର ଯଦି ଏଥର ଅନଲକ୍‌ରେ ସତର୍କ ନରହିବା, ସାମାଜିକ ଦୂରତା ପାଳନ ନକରିବା ଏବଂ ମାସ୍କ ନପିନ୍ଧିବା ତେବେ କରୋନା ତୃତୀୟ ଲହର ଅକ୍ଟୋବର ସୁଦ୍ଧା ଶିଖର ଛୁଇଁପାରେ। ବିଶେଷଜ୍ଞ ମଧ୍ୟ ଏହି କଥାକୁ ସ୍ଵୀକାର କରିଛନ୍ତି।

ଭାଇରସ୍‌ର ପରିବର୍ତ୍ତିତ ସ୍ଵରୂପ ହେବ ଅଧିକ ଘାତକ

ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ମାସରେ ସ୍ଥିତି ପୁଣି ଥରେ ଜଟିଳ ହୋଇପାରେ। ଅକ୍ଟୋବର ପର୍ଯ୍ୟନ୍ତ ସଂକ୍ରମଣ ଭୟାବହତା ବହୁତ ରହିପାରେ। ଦ୍ଵିତୀୟ କଥା ଯଦି କରୋନାର ତୃତୀୟ ଲହର ନୂତନ ମ୍ୟୁଟେଣ୍ଟ ସହ ଆସେ ଏବଂ ଲୋକେ ସାବଧାନ ନହୁଅନ୍ତି ତେବେ ଏହାର ଶିଖର ସେପ୍ଟେମ୍ବର ପର୍ଯ୍ୟନ୍ତ ଦେଶରେ ଆସିପାରେ। ଅର୍ଥାତ ଅଗଷ୍ଟ ମାସରୁ ସ୍ଥିତି ଆହୁରି ଖରାପ ହେବା ଆରମ୍ଭ ହୋଇପାରେ। ତୃତୀୟ ଲହରରେ ଯଦି ଲୋକେ ସତର୍କ ନହୁଅନ୍ତି ତେବେ ଏହାର ପିକ୍ ନଭେମ୍ବରରେ ଆସିପାରେ ବୋଲି ଆଇଆଇଟି କାନପୁର ରିପୋର୍ଟରୁ ପ୍ରକାଶ।

   Related Posts